Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ବିଧାନସଭା ନିର୍ବାଚନ ପୂର୍ବରୁ ହିମାଚଳରେ ବିଜେପିକୁ ଝଟକା, ଉପନିର୍ବାଚନରେ ମଣ୍ଡି ଲୋକସଭା ସାଙ୍ଗକୁ ୩ ବିଧାନସଭା ହାତେଇ ନେଇଛି କଂଗ୍ରେସ୍

2/11/2021 at 8:20 PM

ମଣ୍ଡି ୨।୧୧: ହିମାଚଳ ପ୍ରଦେଶ ଗୋଟିଏ ଲୋକସଭା ୩ଟି ବିଧାନସଭା ଆସନରେ ଉପନିର୍ବାଚନ ଫଳାଫଳ ମଙ୍ଗଳବାର ଘୋଷଣା ହୋଇଛି। ମଣ୍ଡି ଲୋକସଭା ଆସନରେ ବିଜେପି ପ୍ରତ୍ୟାସୀଙ୍କୁ ହାର ଦେଖିବାକୁ ମିଳିଛି। ଏହି ଆସନରେ କଂଗ୍ରେସର ପ୍ରତିଭା ସିଂହ ୭ ହଜାର ୪୯୦ ଭୋଟରେ ବିଜୟୀ ହୋଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପତ୍ନୀ ହେଉଛନ୍ତି ପ୍ରତିଭା।   ଆଗାମୀ ବର୍ଷ ରାଜ୍ୟ ବିଧାନସଭା ନିର୍ବାଚନ। ତେବେ ତା ପୂର୍ବରୁ ଅନୁଷ୍ଠିତ ଉପନିର୍ବାଚନରେ ରାଜ୍ୟ ବିଜେପିର ଏପରି ପରିସ୍ଥିତି ଦଳକୁ ଚିନ୍ତାରେ ପକାଇଛି।

ମଣ୍ଡିରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହୋଇଛି। କଂଗ୍ରେସକୁ ୩ଲକ୍ଷ ୬୯ ହଜାର ୫୬୫ଟି ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ବ୍ରିଗେଡିୟର କୁଶାଲ ଚନ୍ଦ ଠାକୁର ୩ଲକ୍ଷ ୬୨ ହଜାର ୭୫ଟି ଭୋଟ ପାଇଛନ୍ତି। ଏହି ଆସନଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଜୟରାମ ଠକୁରଙ୍କ ଗୃହ ଦିଲ୍ଲାରେ ହୋଇଥିବା ବେଳେ କଂଗ୍ରେସର ପ୍ରଭାବୀ ଜିତ ବାସ୍ତବିକ ଦଳ ଲାଗି ଚିନ୍ତାଜନକ ବୋଲି କୁହାଯାଇଛି।  ରାଜ୍ୟରେ ଦରଦାମ ବୃଦ୍ଧି ଏବେପ୍ରସଙ୍ଗ ପାଲଟିଥିବା ବେଳେ ଲୋକେ ଏହା ବିରୋଧରେ ଭୋଟ ଦେଇଥିବା ପ୍ରତିଭା କହିଛନ୍ତି।

ସେହିପରି ଜୁବଲ-କୋଟଖାଇ ବିଧାନସଭା ଆସନରୁ ମଧ୍ୟ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀ ରୋହିତ ଠାକୁର ୬ ହଜାର ୨୯୩ ଭୋଟରେ ବିଜେରି ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି। ଫତେପୁର ଓ ଅର୍କି ଆସନରୁ ମଧ୍ୟ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଫତେପୁରରୁ ଭବାନୀ ସିଂହ ପଠାନିଆ ଓ ଅର୍କିରୁ ସଞ୍ଜୟ ଅବସ୍ଥି ବିଜୟୀ ହୋଇଛନ୍ତି।

   Related Posts