ଧାମରା ବନ୍ଦରରେ ୨କେଜିର ଇଲିସି ମାଛ ୭ହଜାର ଟଙ୍କାରେ ହେଲା ବିକ୍ରୀ

Published By : Prameya-News7 Bureau | September 05, 2019 IST

ଚାନ୍ଦବାଲି ୫|୯: ଚାନ୍ଦବାଲି ବ୍ଳକ ଧାମରା ବନ୍ଦରର ସମୁଦ୍ର ଉପକୂଳ ଚନ୍ଦିନୀପାଳ ମତ୍ସ୍ୟଧରା ଜେଠିରୁ ଏବେ ୨କେ.ଜି ଇଲିସି ମାଛର ମୂଲ୍ୟ ୭ହଜାର ଟଙ୍କାରେ ବିକ୍ରି ହୋଇଛି । ପ୍ରତିଦିନ ୫୦୦ ଗ୍ରାମରୁ ୧କିଲୋ ଓଜନର ଇଲିସି କିଲୋ ପିଚ୍ଛା ୫୦୦ରୁ ୭୦୦ଟଙ୍କାରେ ବିକ୍ରି ହୁଏ ।

{"id":153428}

ହଲେ ଆଜି  ୨କିଲୋ ଓଜନର ଇଲିସ ମାଛ କିଲୋ ପିଚ୍ଛା ୭ ହଜାର ଟଙ୍କାରେ  ନିଲାମ ହୋଇଛି । କଲିକତାରେ ଏକ ମାଛ ରପ୍ତାନୀକାରୀ କମ୍ପାନୀ ସେହି ମାଛକୁ କିଣିଛି । କିଛିଦିନ ତଳେ ସେହି ଜେଟିରୁ ଭିନ୍ନ ୩୦କେଜି ଓଜନର ଏକ ତେଲିଆ ମାଛ ୩୫ ହଜାର ଟଙ୍କାରେ ବିକ୍ରି ହୋଇଥିଲା ।

{"id":153429}

ଏବେ ପୁଣି ସେହି ଚନ୍ଦିନିପାଳ ମତ୍ସଧରା ଜେଟିରୁ  ଇଲିସ ମାଛ ୭ହଜାର ଟଙ୍କାରେ ବିକ୍ରି ହୋଇ ରେକର୍ଡ କରିଛି । ଏହାକୁ ନେଇ ମତ୍ସ୍ୟଜୀବୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି ।

{"id":153430}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.