Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁନିଗୁଡା : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ
  • ||
  • ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲା ବିଜେଡି
  • ||
  • କୋରାପୁଟ : ଘାଟିରେ ସିରିଜ୍ ଦୁର୍ଘଟଣା, ତେଲ ଟ୍ୟାଙ୍କରକୁ ପିଟିଲା ଟ୍ରକ୍, ବ୍ରେକ୍ ଫେଲ୍ ହେବାରୁ ଟ୍ରକ୍କୁ ଧକ୍କାଦେଲା ପିକଅପ୍ ଭ୍ୟାନ୍
  • ||
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||
  • ସୋର : ଖେଳୁଥିବା ବେଳେ ୩ବର୍ଷର ଶିଶୁ ଉପରେ ମାଡିଗଲା ଟ୍ରକ୍, ଘଟଣାସ୍ଥଳରେ ମୃତ୍ୟୁ
  • ||
  • ନୂଆଦିଲ୍ଲୀ : ଭାରତ ପୁଣି ବଢାଇଲା ସହଯୋଗର ହାତ, ବାହାରିନ୍‌ ଓ ଶ୍ରୀଲଙ୍କାକୁ ପଠାଇଲା କୋଭିସିଲ୍ଡ ଟିକା
  • ||

ଏଥର ଇଲିସି ସିଜିନରେ ବି ପାରାଦୀପ ବଜାରରେ ଇଲିସି ମାଛ ଦେଖିବା ସ୍ବପ୍ନ, କିଲୋ ପିଛା ଦର ପହଞ୍ଚିଲାଣି ୧୦୦୦ଟଙ୍କାରେ

16/08/2019 at 3:35 PM

ପାରାଦୀପ ୧୬|୮: ଦିନଥିଲା ଯେଉଁ ଇଲିସି ମାଛ ପାଇଁ ଲାଗିଥିଲା ଗହଳି ଚହଳି ଏବେ ସେଠି ଦେଖିବାକୁ ମିଳିଛି ଖାଁ ଖାଁ । ସମସ୍ତେ ଭାବିଥାନ୍ତି ଚଳିତ ମାସରେ ପାରାଦୀପରେ ଇଲିସି ମାଛ ସସ୍ତା । ହଲେ ଏବେ ଇଲିସି ମାଛର ମୂଲ୍ୟ ଯାହା ଅଛି ସେଥିରେ ଖାଉଟି କିଣିବା ବଡ ମୁସ୍କିଲ ହୋଇ ପଡିଛି । ଖାଲି ଖାଉଟି ନୁହଁନ୍ତି ବ୍ୟବସାୟୀ ମାନେ ମଧ୍ୟ ମୁଣ୍ଡରେ ହାତ ଦେଇ ବସିଲେଣି ।   

ଦିନଥିଲା ପାରାଦୀପ ଇଲିସି ମାଛପାଇଁ  ବେଶ୍ ଚର୍ଚ୍ଚାର ପରିଧିକୁ ଆସିଥିଲା । ବର୍ଷାରୁତୁ ହେଉହେଉ ସମୁଦ୍ର ମୁହାଁଣକୁ ଇଲିସି ପ୍ରବଳ ମାତ୍ରାରେ ଉଠି ଆସୁଥିଲେ । ଏତେ ପରିମାଣରେ ଇଲିସି ଧରା ହେଉଥିଲେ ଯେ ଏଠି କିଲୋ ହିସାବରେ ନୁହେଁ ଯୋଡା ହିସାବରେ ବା ହଳ ହିସାବରେ ବିକ୍ରି କରାଯାଉଥିଲା ।

କେବଳ ପାରାଦୀପ କାହିଁକି ଆଖପାଖ ଜିଲ୍ଲାରୁ ମଧ୍ୟ ବ୍ୟବସାୟୀମାନେ ଆସି ଏଠାରୁ ଇଲିସି ନେଇ ବିକ୍ରି କରୁଥିଲେ । ପାରାଦୀପର ଏହି ମାଛବ୍ୟବସାୟ କେନ୍ଦ୍ରଟି ପୁରା ଜନ ଗହଳିରେ ରହୁଥିଲା । ହଲେ ଏବେ ଏଠି ପୁରା ଖାଁ ଖାଁ । ବର୍ଷା ଦିନେ ନଦୀରେ ଗୋଳିପାଣି ସମୁଦ୍ରରେ ମିଶିଲେ ପ୍ରଚୁର ଇଲିସି ମାଛ ମୁହାଁଣକୁ ଅଣ୍ଡା ଦେବାକୁ ଆସନ୍ତି । ହେଲେ ଏ ବର୍ଷ ଇଲିସି ଉଭାନ ।

ବର୍ଷା ରୁତୁରେ ବର୍ଷା ଠିକ୍ ଭାବରେ ନ ହେବା ଏହାର ମୁଖ୍ୟ କାରଣ । ତା ଛଡା ପାରାଦୀପରେ ଗଢି ଉଠିଥିବା କଳକାରଖାନାରୁ ନିର୍ଗତ ଦୂଷିତ ପାଣି ନଦୀରେ ମିଶିବା ମଧ୍ୟ ଏହାର ଆଉ ଏକ କାରଣ ।  ଯାହା ପାଇଁ ବ୍ୟବସାୟୀଙ୍କ ଠାରୁ ଖାଉଟି ପର୍ଯ୍ୟନ୍ତ ସମସ୍ତେ ଏବେ ନିରାଶ ।  

ପାରାଦୀପ ମାଛ ବ୍ୟବସାୟର ପେଣ୍ଠସ୍ଥଳୀ କୁହାଯାଉଥିବା ବାଲିପ୍ଲଟ ରେ ଏବେ ଇଲିସ ଦର ଆକାଶ ଛୁଆଁ । ଯେଉ ଇଲିସି ମାଛ ଦିନେ ଯୋଡାରେ ବିକ୍ରି ହୁଥିଲୋ ବର୍ତମାନ କିଲୋପ୍ରତି ୮୦୦ ରୁ ୧୦୦୦ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି । ଯାହା ଖାଉଟିଙ୍କୁ ବାଧୁଛି ।

ସମସ୍ତଙ୍କ ମନରେ ଭାବନା ଥାଏ ବର୍ଷାରୁତୁ ଆସିଲେ ପାରାଦୀପରେ ଇଲିସି ମାଛ ଶସ୍ତା ହୋଇଥାଏ । ସେ ପୁଣି ଏତେ ଶସ୍ତା ଯେ ମାଛ ବ୍ୟବସାୟୀ ମାନେ ମାଛ ଗୁଡିକୁ ବରଫ ଦେଇ ଗଛିତ କରିବା ସମ୍ଭବପର ହୋଇ ନଥାଏ । ହଲେ ଏବେ ଇଲିସି ମାଛ ଦେଖିବା ସ୍ବପ୍ନ ପାଲଟିଛି । ଯଦିଓ ଗତକିଛି ଦିନତଳେ ଲଘୁଚାପ ଜନିତ ବର୍ଷାରେ ଇଲିସି ମାଛ କିଛି ବଜାରକୁ ଆସିଛି ସେ କେବଳ ସମୁଦ୍ର କୁ ଶଙ୍ଖେ ବୋଲି ମନେ ହେଉଛି ।

ଯଦି ଆଗାମି ଦିନରେ ବର୍ଷାର ପ୍ରଭାବ ଦେଖାଦିଏ ତବେ ଇଲିସି ମାଛ ପଡିବାର ଆଶା ଅଛି ବ୍ୟବସାୟୀ କହିଛନ୍ତି । 

   Related Posts