ଖାସ୍ ଏଥିପାଇଁ ହୁଏତ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡରୁ ଓହରି ଯାଇଛନ୍ତି ହିଲାରୀ କ୍ଲିଣ୍ଟନ !

Published By : Prameya-News7 Bureau | August 31, 2020 IST

ନ୍ୟୁୟର୍କ : ଆମେରିକାରେ ହେଉଥିବା ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସିଲାଣି। ଏବେ ପ୍ରାର୍ଥୀମାନେ ନିଜନିଜ ପ୍ରଚାରରେ ଲାଗିଛନ୍ତି। ଡେମୋକ୍ରାଟିକ ପାର୍ଟି ପକ୍ଷରୁ ଜୋ ବିଡେନଙ୍କୁ ପ୍ରାର୍ଥୀ କରାଯାଇଛି। ତେବେ ଗତ ଥର ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରି ପରାଜିତ ହୋଇଥିବା ହିଲାରୀ କ୍ଲିଣ୍ଟନ କାହିଁକି ଡେମୋକ୍ରାଟିକ ପ୍ରାର୍ଥୀ ହେଲେନି ତହା ଏବେବି  ଆନେକ ଆମେରିକୀୟଙ୍କ ଲାଗି ପ୍ରଶ୍ନବାଚୀ ହୋଇ ରହିଛି।

{"id":323001,"width":579,"height":324,"sizeSlug":"large"}

ରାଷ୍ଟ୍ରପତି ପଦ ଲାଗି ବିଡେନଙ୍କୁ ପ୍ରାର୍ଥୀ କରାଯିବା ଆମେରିକୀୟଙ୍କ ଲାଗି ଯେତିକି ଆଶ୍ଚର୍ଯ୍ୟଜନକ ଥିଲା ହିଲାରୀ କ୍ଲିଣ୍ଟନ ନିର୍ବାଚନ ନ ଲଢିବା ଲାଗି ନିଷ୍ପତ୍ତି ନେବା ମଧ୍ୟ ଲୋକଙ୍କୁ ସେତିକି  ବିସ୍ମିତ କରିଥିଲା। ୨୦୧୬ ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ମୁହାଁ ମୁହିଁ ଟକ୍କର ଦେଇଥିବା ଶାସକ ଦଳର ହିଲାରୀ କ୍ଲିଣ୍ଟନ ନିଜେ ନିଜ ଆଡୁ ମାର୍ଚ୍ଚ ମାସରେ ରାଷ୍ଟ୍ରପତି ନିର୍ବାଚନରୁ ଓହରି ଯାଇଥିଲେ।  

{"id":323006,"width":576,"height":379,"sizeSlug":"large"}

ତେବେ ସେ କ’ଣ ପାଇଁ ନିର୍ବାଚନରୁ ଓହରିଛନ୍ତି ତାହା ଏବେ ମଧ୍ୟ ଅନେକ ଆମେରିକୀୟଙ୍କ  ଲାଗି ଅବୁଝା ପ୍ରଶ୍ନହୋଇ ରହିଛି। ହେଲେ ଏଥିରୁ ଗୋଟିଏ କଥା ଅନୁମାନ କରାଯାଉଛି ଯେ ହିଲାରୀ ବୋଧେ ନିଶ୍ଚିତ ଥିଲେ ଯେ ସେ ହୁଏତ ପୁଣି ଥରେ ଟ୍ରମ୍ପଙ୍କ ମୁକାବିଲା କରିପାରିବେ ନାହିଁ। ଖାସ ଏହି କାରଣରୁ ହିଲାରୀ ଦେଶର ଆଗାମୀ ଓ ପ୍ରଥମ ମହିଳା ରାଷ୍ଟ୍ରପତି ହେବା ଲାଗି ପୁଣି ଥରେ ଉଦ୍ୟମ ନ କରି ପ୍ରତିଦ୍ୱନ୍ଦ୍ୱୀତାରୁ ଓହରି ଗଲେ। ତେବେ ଏଥିଲାଗି  ଅନ୍ୟକାରଣ କ'ଣ ହୋଇପାରେ ଆସନ୍ତୁ ଜାଣିବା।

{"id":322998,"sizeSlug":"large"}

ଭାଷଣକୁ ବିଶ୍ୱାସ କରୁନଥିଲେ ଲୋକେ
ହିଲାରୀ ଜଣେ ସ୍ୱଭାବିକ କ୍ୟାମ୍ପେନର ନଥିଲେ। ସେ ରୋକଠୋକ ଭାଷଣ ଦିଅନ୍ତି ଏଣୁ ତାଙ୍କ ଭାଷଣକୁ ଲୋକେ ପସନ୍ଦ କରୁନଥିଲେ। ତାଙ୍କ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଲୋକେ କୁହନ୍ତି ଯେପରି ହିଲାରୀ ନୁହନ୍ତି ତାଙ୍କ ବଦଳେ ରବୋଟ୍ ଭାଷଣ ଦେଉଥିଲେ। ସେ କହୁଥିବା କଥାକୁ ଲୋକେ  କପୋଳ କଳ୍ପିତ ଭାବୁଥିଲେ ଓ ବିଶ୍ୱାସ କରୁନଥିଲେ । ହୁଏତ ଏଥି ଲାଗି ଏଥର ନିର୍ବାଚନ ପ୍ରଚାରରୁ ମଧ୍ୟ ହିଲାରୀ ନିଜକୁ ଦୂରେଇ ରଖିଛନ୍ତି।

{"id":322993,"sizeSlug":"large"}

ବିଡେନ ନୂଆ ଚେହେରା ଓ ଜିତିବାର ସମ୍ଭାବନା ଅଧିକ
ସେହିପରି ଯଦି ହିଲାରୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିଥାନ୍ତେ ଏଥର ମଧ୍ୟ ତାଙ୍କର ବିଜୟୀ ହେବାର ସମ୍ଭାବନା କମ୍‌ ଥିଲା। ବୋଧେ ହୁଏ ଏହି କଥାକୁ ହିଲାରୀ ଠିକ୍‌ ଭାବେ ବୁଝି ଯାଇଥିଲେ। ଅନ୍ୟପକ୍ଷରେ ଡେମୋକ୍ରାଟିକ ପାର୍ଟି ପକ୍ଷରୁ ବିଡେନ ନୂଆ ଚେହେରା। ତାଙ୍କ ଛବି ନକରାତ୍ମକ ନୁହେଁ । ଲୋକେ ତାଙ୍କୁ ବେଶ୍ ଗ୍ରହଣ କରୁଛନ୍ତି। ନିର୍ବାଚନ ଲାଗି ହୋଇଥିବା ଏକ ସର୍ଭେକ୍ଷଣରେ ହିଲାରୀଙ୍କ ସପକ୍ଷରେ ୩୫ ପ୍ରତିଶତ ଲୋକେ ଥିବା ବେଳେ ବିପକ୍ଷରେ ୫୫ ପ୍ରତିଶତ ଥିବା ଜଣାପଡିଥିଲା। ଏହି ସର୍ଭେକ୍ଷଣରେ ବିଡେନଙ୍କ ସପକ୍ଷରେ ୩୭ ଓ ବିପକ୍ଷରେ ୩୮ ପ୍ରତିଶତ ଲୋକେ ଥିବା ଜଣାପଡିଛି।   ସେହିପରି ବିଡେନଙ୍କୁ ନେଇ୨୩ ପ୍ରତିଶତ ନ୍ୟୁଟ୍ରଲ ଅଛନ୍ତି। ଏଣୁ ପାର୍ଟି ବିଡେନଙ୍କ ଦ୍ୱାରା ପୁଣି ଥରେ କ୍ଷମତାକୁ ଫେରିବାକୁ ଚାହୁଁଛି।

{"id":322991,"sizeSlug":"large"}

ଆରମ୍ଭରୁ ହିଁ ହାର ମାନିଯାଇଥିଲେ ହିଲାରୀ
ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଲାଗି ପ୍ରାର୍ଥୀ ଚୟନ ପୂର୍ବରୁ ହିଁ ହିଲାରୀ ତାଙ୍କର ପରାଜୟ ସ୍ୱୀକାର କରିସାରିଥିଲେ। ପ୍ରାର୍ଥୀ ଚୟନ ପୂର୍ବରୁ ନିଜ ଦଳରେ ହିଲାରୀଙ୍କର ତୁଲସୀ ଗବାର୍ଡଙ୍କ ସହ ବାକବିତଣ୍ଡା ହୋଇଯାଇଥିଲା। ଏଥିରେ ହିଲାରୀ ଏତେ ବିକ୍ଷିପ୍ତ ହୋଇ ପଡିଥିଲେ ଯେ ଆଗାମୀ ନିର୍ବାଚନରେ ତୁଲସୀ ଗବାର୍ଡ ଋଷିଆ ସମର୍ଥନରେ ତୃତୀୟପକ୍ଷ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ମଧ୍ୟ କହିବାକୁ ପଛେଇ ନଥିଲେ। ଏହି ବିବାଦ ଏତେ ବଢି ଯାଇଥିଲା ଯେ ହିଲାରୀଙ୍କୁ ଯୁଦ୍ଧ ଉସକାଉଥିବା ରାଣୀ ବୋଲି କହିଥିଲେ। ଏଣୁ ପାର୍ଟି ନୂଆ ଚେହେରା ସନ୍ଧାନରେ ଥିବା ବେଳେ ବିଡେନଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.