Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

କଫି ପିଇବାକୁ ଘରକୁ ଡାକିଲେ, ଜବରଦସ୍ତି କରି ଚାଲିଲେ କିସ୍‌ : ସାଂସଦଙ୍କ ବିରୋଧରେ ଅଭିଯୋଗ ଆଣିଲେ ହିଲାରୀ କ୍ଲିଣ୍ଟନଙ୍କ ସହଯୋଗୀ ହୁମା

30/10/2021 at 8:23 AM

ୱାଶିଂଟନ୍ ୩୦।୧୦ : ଆମେରିକାର ପୂର୍ବତନ ବୈଦେଶିକ ସଚିବ ହିଲାରୀ କ୍ଲିଣ୍ଟନଙ୍କ ସହଯୋଗୀ ହୁମା ଆବଦିନ ଏକ ସମ୍ବେଦନଶୀଳ ଅଭିଯୋଗ ଆଣିଛନ୍ତି। ଅଭିଯୋଗରେ ହୁମା କହିଛନ୍ତି ଯେ ଜଣେ ସାଂସଦ ବିନା ଅନୁମତିରେ ତାଙ୍କୁ ‘କିସ୍‌ କରିଛନ୍ତି’। ବାସ୍ତବରେ ହୁମା ଆବେଦିନ୍ ଏକ ପୁସ୍ତକ ଲେଖିଛନ୍ତି, ଯେଉଁଥିରେ ସେ ତାଙ୍କ ସହିତ ଘଟିଥିବା ଏହି ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି । ହେଲେ ସେ ଆମେରିକାର ସାଂସଦଙ୍କ ନାମ କହିନାହାଁନ୍ତି, ସେ କହିଛନ୍ତି ଯେ ଏହି ଘଟଣା ପରେ ସେ ଭୟଭୀତ ହୋଇ ପଡ଼ିଛନ୍ତି।

ରିପୋର୍ଟ ଅନୁଯାୟୀ ହୁମା ଏହି ପୁସ୍ତକ ଲେଖିଛନ୍ତି ଯେଉଁଥିରେ ସେ ଆମେରିକାର ସାଂସଦଙ୍କ କାର୍ଯ୍ୟକଳାପ ବିଷୟରେ କହିଛନ୍ତି। ସାଂସଦଙ୍କ ଆଚରଣରେ ହୁମା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ସହ ସେ କହିଥିଲେ କି ‘ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଯେ ସାଂସଦ ମୋତେ କିସ୍‌ କରିଥିଲେ। ସେ ଡିନର ପରେ ରାଜନେତାଙ୍କ ସହ ବାହାରକୁ ଯାଇଥିଲେ ଏବଂ ସାଂସଦ ତାଙ୍କ ଘର ସାମ୍ନାକୁ ଆସିବା ପରେ କଫି ପିଇବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏହି ଘଟଣା ପରେ ସେ ସାଂସଦଙ୍କୁ ଠେଲି ଦେଇ ସେଠାରୁ ପଳାଇ ଯାଇଥିଲେ। ମୁଁ ସେହି ପରିସ୍ଥିତିରେ ବହୁତ ନିଜକୁ ଅସହଜ ମନେ କଲି , ମୁଁ ଏଭଳି ଘଟଣାକୁ କିପରି ପରିଚାଳନା କରିବି ଜାଣି ନଥିଲି । ଏହି ଘଟଣାରେ ହୁମା ଖୁବ୍ ଶୀଘ୍ର ସାଂସଦଙ୍କ ଘରୁ ବାହାରି ଆସିଥିଲେ। ଏହା ୨୦୦୦ ମସିହାରେ ଏହି ଘଟଣା ଘଟିଥିଲା ​​। ଏହାରି ମଧ୍ୟରେ ହୁମା ସାଂସଦଙ୍କ ନାମ ପ୍ରକାଶ କରି ନାହାଁନ୍ତି।

ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଥିବା ହିଲାରୀ କ୍ଲିଣ୍ଟନ୍ ହୁମାଙ୍କୁ ଏତେ ବିଶ୍ୱାସ କରୁଥିଲେ ଯେ ଥରେ ସେ ହୁମାଙ୍କୁ ତାଙ୍କର ଦ୍ୱିତୀୟ ଝିଅ ମଧ୍ୟ କହିଥିଲେ। ତେବେ ୪୫ ବର୍ଷିୟ ହୁମା ମଧ୍ୟ ଏକ ସାକ୍ଷାତକାରରେ ଏହି ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି।ଏନେଇ ହିଲାରୀ କ୍ଲିଣ୍ଟନଙ୍କ ସହଯୋଗୀ କହିଛନ୍ତି, ‘ମୁଁ ଏହି ଘଟଣାକୁ ଚପାଇ ଦେଇଥିଲି। ତେବେ ଘଟଣା ପରେ ସେହି ସାଂସଦ ଦୀର୍ଘ ସମୟ ଧରି କ୍ଷମା ମାଗିଥିଲେ ଏବଂ ମୁଁ ଭଲ ଅଛି କି ନାହିଁ ନିଶ୍ଚିତ କରିବାକୁ ଚେଷ୍ଟା କରିଥିଲେ। ପରେ ଆମ ମଧ୍ୟରେ ସମ୍ପର୍କ ପୁଣି ଭଲ ହୋଇଗଲା

   Related Posts