ରେଳ ଧାରଣାକୁ ଧସିଲା ଅତଡ଼ା, ଅଳ୍ପକେ ବର୍ତ୍ତିଲା ଦିଲ୍ଲୀ-ରାଞ୍ଚୀ ରାଜଧାନୀ ଏକ୍ସପ୍ରେସ୍

Published By : Prameya-News7 Bureau | June 19, 2021 IST

ପାଟନା ୧୯।୬:  ଦିଲ୍ଲୀ-ରାଞ୍ଚୀ  ରାଜଧାନୀ ଏକ୍ସପ୍ରେସ୍‌ (୦୨୨୪୨) ଶନିବାର ଏକ ବଡ଼ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ଟ୍ରେନ୍ ସକାଳ ପ୍ରାୟ ୫ଟା ୧୭ ମିନିଟ୍‌ରେ ମାନପୁର-କୋଡରମା ରେଳଖଣ୍ଡର ନାଥଗଞ୍ଜ-ବସକଟବା ସେକ୍ସନ ଅତିକ୍ରମ କରୁଥିବା ବେଳେ ଅଚାନକ ଧାରଣା ଉପରକୁ ପାହାଡ ଅତଡା ଧସିଥିଲା। ତେବେ ଟ୍ରେନ ଦ୍ରୁତବେଗରେ ଥିବା ଯୋଗୁ ଇଞ୍ଜିନ ଅତଡାକୁ ଧକ୍କା ଦେଇ ଚାଲିଯାଇଥିଲା। ଦୁର୍ଘଟଣାରେ କେହି ଯାତ୍ରୀ ହତାହତ ହୋଇ ନଥିବା ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ରାଜେଶ କୁମାର କହିଛନ୍ତି।

ଅତଡା ଧସିବା ଯୋଗୁ ଏହି ମାର୍ଗ ଦେଇ ଯିବାକୁ ଥିବା ୦୨୩୧୪ ଦିଲ୍ଲୀ-ସିଆଲଦାହ ରାଜଧାନୀ ସ୍ପେଶାଲ ସମେତ ୦୩୧୨୬ ଗାଜିପୁର-କୋଲକାତା ଏକପ୍ରେସର ପରିଚାଳନା କିଛି ସମୟଲାଗି ପ୍ରଭାବିତ ହୋଇଥିଲା। ଧାରଣା ଉପରକୁ ପାହାଡ ଅତଡା ଧସିବା ସୂଚନା ପାଇ ରେଳବାଇ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିବା ସହ ଧାରଣା ସଫେଇ କରିଥିଲେ। ସକାଳ ପ୍ରାୟ ସାଢେ୯ଟା ବେଳକୁ ଧାରଣାରୁ ଅତଡ଼ା ସଫା କରାଯିବା ପରେ ମାର୍ଗରେ ପୁଣି ରେଳ ଚଳାଚଳ ସ୍ୱଭାବିକ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.