ମହାରାଷ୍ଟ୍ରରେ ବର୍ଷା ବିତ୍ପାତ, ଗାଁ ଉପରକୁ ଧସିଲା ପାହାଡ଼, ଅତଡ଼ା ତଳେ ପୋତି ହୋଇ ରହିଛି ୩୫ଘର, ୩୬ ମୃତ, ୭୦ ନିଖୋଜ

Published By : Prameya-News7 Bureau | July 23, 2021 IST

ମୁମ୍ବାଇ ୨୩।୭: ଲଗାତାର ବର୍ଷା ମହାରାଷ୍ଟ୍ରର ବିଭିନ୍ନ ଜିଲ୍ଲାରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି କରିଛି। ଏହାଛଡା ବର୍ଷାଜନିତ ବିଭିନ୍ନ ଦୁର୍ଘଟଣାରେ ୪୧ ଜଣଙ୍କ ମୃତ୍ୟୁ ହେଲାଣି। ରାୟଗଡ ଜିଲ୍ଲା ତଲଇ ଗାଁରେ ପାହାଡ ଅତଡା ଧସିବା ଯୋଗୁ ୩୫ଟି ଘର ପୋତି ହୋଇପଡିଛି। ଫଳରେ ୩୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦ ଜଣ ନିଖୋଜ ଅଛନ୍ତି। ସ୍ଥାନୀୟ ଲୋକଙ୍କ ସମେତ ଏନଡିଆରଏଫ ମିଳିତ ଉଦ୍ଧାର କାର୍ଯ୍ୟ ଚଳାଇଥିବା ବେଳେ ଶୁକ୍ରବାର ମାଟି ଅତଡା ତଳୁ ୩୨ଟି ଶବ କଢା ଯାଇଛି। ଲଗାଣ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି।

{"id":484652,"sizeSlug":"large","linkDestination":"none"}

ସେପଟେ ମୁମ୍ବାଇ ନିକଟସ୍ଥ ଗୋବଣ୍ଡିରେ ଶୁକ୍ରବାର ଏକ ବିଲ୍ଡିଂ ଭୂଷୁଡି ପଡିଛି। ଫଳରେ ୪ ଜଣ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାରେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ରାଜାବାଡୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ଷା ଯୋଗୁ ଝରଣା ଖୋଲିଯାଇଥିବା ବେଳେ ଉଦବୃତ୍ତ ବର୍ଷା ଜଳ ଜନବସତୀକୁ ପ୍ରବେଶ କରୁଛି। ପାଣିପାଗ ବିଭାଗ ମୁମ୍ବାଇ ଓ ଆଖପାଖ ଜିଲ୍ଲା ନିମନ୍ତେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ରେଡ ଆଲର୍ଟ ଜାରି କରିଛନ୍ତି।

{"id":484656,"width":836,"height":514,"sizeSlug":"large","linkDestination":"none"}

ଭୀଷଣ ବର୍ଷା ଯୋଗୁ ଠାଣେ ଓ ପାଲଘରର ବିସ୍ତୃତ ଅଞ୍ଚଳ ଜଳବନ୍ଦୀ ହୋଇଛି। କୋଙ୍କଣ ଡିଭିଜନରେ ବର୍ଷା ଜନିତ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୮ ଜଣ ପ୍ରାଣ ହରାଇଥିବା ବେଳେ ୭୦୦ ଲୋକେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହୋଇଛନ୍ତି। ରାୟଗଡ ଜିଲ୍ଲାର ୪ଟି ସ୍ଥାନରେ ଭୂ-ସ୍ଖଳନ ହୋଇଛି। ଫଳରେ ଅନେକ ଲୋକେ ଫଶି ରହିଥିବାର ଆଶଙ୍କା କରାଯାଉଛି। ଏପର୍ଯ୍ୟନ୍ତ ୨୫ ଜଣ ଉଦ୍ଧାର ହୋଇଥିବା ବେଳେ ଅନ୍ୟମାନଙ୍କ ଉଦ୍ଧାର ଲାଗି ଉଦ୍ୟମ ଜାରି ରହିଛି। ବର୍ଷା ପାଣି ସୁଅରେ ତଲଇ ଗାଁକୁ ସଂଯୁକ୍ତ କରୁଥିବା ରାସ୍ତା ଭାସି ଯାଇଛି। ଏଣୁ ଉଦ୍ଧାରକାରୀ ଦଳ ଗାଁକୁ ପହଞ୍ଚିବାରେ ଅସୁବିଧା ହେଉଛି।

{"id":484660,"sizeSlug":"large","linkDestination":"none"}

ସେହିପରି କୋହ୍ଲାପୁରର ଚିଖଲୀରେ ଫଶି ରହିଥିବା ଲୋକଙ୍କୁ ବାହାରକୁ ଆଣିବା ଲାଗି ଏନଡିଆରଏଫର ୨ ଟିମ୍‌ ଲଗାତାର ପ୍ରୟାସ ଜାରି ରଖିଛନ୍ତି। ରତ୍ନଗିରି ଜିଲ୍ଲାର ଜଗବୁଡି ନଦୀରେ ବନ୍ୟା ଜଳ ଆସିଥିବା ବେଳେ ବଶିଷ୍ଠ ନଦୀ ବିପଦ ସଙ୍କେତ ଉପରେ ପ୍ରବାହୀତ ହେଉଛି। ସେହିପରି କଜଲୀ, କୋଡାବଲୀ,ଶାସ୍ତ୍ରୀ ଓ ବାମ୍ବଡୀ ନଦୀରେ ବନ୍ୟା ଜଳ ଆସିଛି। କୁଣ୍ଡଲିକା, ଅମ୍ବା, ସାବିତ୍ରୀ, ପାତାଲଗଙ୍ଗା, ଗଢୀ ଓ ଉହ୍ଲାସ ନଦୀ ଏବେ ବିପଦ ସଂକେତ ଉପରେ ପ୍ରବାହୀତ ହେଉଥିବା ଜଣାପଡିଛି।

{"id":484662,"sizeSlug":"large","linkDestination":"none"}

ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରର ଚିପଲୁନ, କୋହ୍ଲାପୁର, ସତାରା, ଅକୋଲା, ୟବତମାଲ ଓ ହିଙ୍ଗୋଲୀ ଆଦି ଜିଲ୍ଲାରେ ବର୍ଷା ଜାରି ରହିଛି। ଚିଖଲୀ ଅଞ୍ଚଳରେ ଭୀଷଣ ବର୍ଷା ଯୋଗୁ ଲୋକଙ୍କ ଘରେ ପାଣି ପଶି ଯାଇଛି। ଏନଡିଆରଏଫ ଟିମ୍‌ ଡଙ୍ଗା ଓ ରଶି ସାହାଜ୍ୟରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚାଇବାରେ ଲାଗିଛନ୍ତି। ଦେଶର ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ ଭୀମାଶଙ୍କର ଗର୍ଭ ଗୃହରେ ବର୍ଷା ପାଣି ପଶିଛି। ଫଳରେ ପୂଜାରୀ ଶୁକ୍ରବାର ଛାତି ପର୍ଯ୍ୟନ୍ତ ପାଣିରେ ବୁଡି ଠାକୁରଙ୍କ ପୂଜାର୍ଚ୍ଚନା କରିଛନ୍ତି। ଏହି ମନ୍ଦିରଟି ପୁଣେ ଜିଲ୍ଲାର ଖେଡେ ଅଞ୍ଚଳରେ ଅବସ୍ଥିତ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.