ଅଧିନାୟକ ହେବା ପରେ ଧୱନ ରଖିଲେ ପ୍ରତିକ୍ରିୟା, କହିଲେ ମୋ ପାଇଁ ଏହା ସମ୍ମାନ ଏବଂ ଗୌରବର ବିଷୟ

Published By : Prameya-News7 Bureau | June 12, 2021 IST

ନୂଆଦିଲ୍ଲୀ ୧୨/୬ : ଆସନ୍ତା ମାସରେ ଭାରତୀୟ କ୍ରିକେଟ୍ ଦଳ ଶ୍ରୀଲଙ୍କା ବିପକ୍ଷରେ ସୀମିତ ଓଭର ସିରିଜ୍ ଖେଳିବ। ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ସିରିଜ୍ ପାଇଁ ବିସିସିଆଇ ଦଳର କମାଣ୍ଡ ଶିଖର ଧାୱନଙ୍କୁ ଦିଆଯାଇଛି । ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳର ନେତୃତ୍ୱ ନେବାର ଦାୟିତ୍ୱ ଦିଆଯିବା ପରେ ଓପନର୍ ଶିଖର ଧୱନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ତାଙ୍କୁ ଏହି ସୁଯୋଗ ଦିଆଯିବା ତାଙ୍କ ପାଇଁ ଗୌରବ ବିଷୟ ।

wp:html /wp:html

ଭାରତୀୟ ଦଳ ଜୁଲାଇ ୧୩ରୁ ଶ୍ରୀଲଙ୍କା ଗସ୍ତରେ ତିନୋଟି ODI ଏବଂ ଟି -20 ମ୍ୟାଚ୍ ଖେଳିବ । ଯାହା କଲମ୍ବୋରେ ଖେଳାଯିବ । ଚୟନକର୍ତ୍ତାମାନେ ଶ୍ରୀଲଙ୍କା ଯାତ୍ରା ପାଇଁ ଅନେକ ନୂଆ ଚେହେରା ବାଛିଥିଲେ । କାରଣ ମୁଖ୍ୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ଏବଂ ଇଂଲଣ୍ଡ ବିପକ୍ଷ ପାଞ୍ଚଟି ଟେଷ୍ଟ ମ୍ୟାଚ୍ ପାଇଁ ବ୍ରିଟେନରେ ରହିବେ । ତେବେ ଅଧିନାୟକ ହେବା ପରେ ଟ୍ୱିଟର ମାଧ୍ୟମରେ ଧୱନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଧାୱନ କହିଛନ୍ତି ଯେ ଦେଶକୁ ଆଗେଇ ନେବା ପାଇଁ ସୁଯୋଗ ଦିଆଯାଇଥିବାରୁ ମୁଁ ସମ୍ମାନିତ । ଆପଣଙ୍କର ସମସ୍ତ ଶୁଭେଚ୍ଛା ପାଇଁ ଧନ୍ୟବାଦ " ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.