Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

କାଶ୍ମୀରରେ ଲସ୍କର ଫ୍ରଣ୍ଟ ଟିଆରଏଫ୍ ଏବଂ ହିଜବୁଲ୍ ମଧ୍ୟରେ ଯୁଦ୍ଧ : ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ଛାଡିଲା ସଂଗଠନ

26/04/2020 at 6:19 PM

ନୂଆଦିଲ୍ଲୀ ୨୬/୦୪ : କାଶ୍ମୀରରେ ପାକିସ୍ତାନ ଦ୍ୱାରା ପ୍ରଯୋଜିତ ଆତଙ୍କବାଦୀ ସଂଗଠନ ମଧ୍ୟରେ ଏକ ନୂଆ ଯୁଦ୍ଧ ଆରମ୍ଭ ହୋଇଛି | ଏଥିରେ ନୂଆ ସଂଗଠନ ଦ ଟିଆରଏଫ, ଯାହାକୁ ଲସ୍କର-ଏ-ତୋଇବା ଓ ହିଜବୂଲ ମୁଜାହିଦ୍ଦିନ ସାମିଲ ରହିଛି | ହିଜବୂଲ ମୁଜାହିଦ୍ଦିନର କମାଣ୍ଡର ଅଵସ ଶେଖ ସଂଗଠନ ଛାଡି ଟିଆରଏଫ ସଂଗଠନ ଯଏନ କରିଛି | 

ତାହରିକ-ଏ-ପିପୁଲସ ପାର୍ଟି ଶୁକ୍ରବାର ଦିନ ଏକ ପୋଷ୍ଟ ଜାରି କରିଥିଲେ | ପୋଷ୍ଟରେ ଦାବି କରାଯାଇଥିଲା ଯେ ସଂଗଠନର ଅପରେସନଲ କମାଣ୍ଡର ଅବାସ ହିଜବୂଲ ଛାଡି ଦେଇଛି କାରଣ ସେ କାଶ୍ମୀର ପୋଲିସକର୍ମୀ ଏବଂ ନାଗରିକଙ୍କୁ ହତ୍ୟା କରିବା ନୀତି ସହ ସହମତ ନଥିଲା | ଗୁଇନ୍ଦା ସୂତ୍ର ଅନୁଯାୟୀ, ଅବାସ ଟିଆରଏଫ ସହ ଜଡିତ ହେବା ପରେ ହିଜବୂଲ ଏବଂ ସୁରକ୍ଷାକର୍ମୀଙ୍କ ଠାରୁ ରକ୍ଷା ପାଇବା ପାଇଁ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିଲା | ଅବାସର ୧୨ ଜଣ ସକ୍ରିୟ ସଦସ୍ୟ ଥିବା ସନ୍ଦେହ କରାଯାଉଛି |

ଟିଆରଏଫ ଶୁକ୍ରବାର ଦିନ ଅବାସର ଡା ବଦଳ ନୀତି ଉପରେ ଏକ ବୟାନ ଜାରି କରିଥିଲା | ଟିଆରଏଫ କହିଥିଲା ଯେ, ‘କିଛି ଦିନ ପୂର୍ବରୁ ହିଜବୂଲକୁ କାଶ୍ମୀର ପୋଲିସକର୍ମୀ ଏବଂ ନାଗରିକଙ୍କୁ ହତ୍ୟା କରିବା ବନ୍ଦ କରିବା ପାଇଁ ଚେତାବନୀ ଦିଆଯାଇଥିଲା | ଗତକାଲି ସେ ଜାମ୍ମୁ କାଶ୍ମୀରର ଜଣେ ପୋଲିସକର୍ମୀଙ୍କୁ ସୋପିଆନରୁ ଅପହରଣ କରିନେଇଥିଲା | ଏନେଇ ହିଜବୂଲକୁ ବୁଝାଯାଇଥିଲା ଯେ ତାଙ୍କ ସଂଗ୍ରାମ ଭାରତୀୟ ବୃତ୍ତିଗତ ଫୋର୍ସ ସହ ରହିଛି, କାଶ୍ମୀର ନାଗରିକଙ୍କ ସହ ନୁହେଁ କାରଣ କାଶ୍ମୀର ନାଗରିକ ତାଙ୍କ ନିଜ ଲୋକ |’

ବୟାନରେ କୁହାଯାଇଥିଲା ଯେ, କମାଣ୍ଡର ଅବାସ ହିଜବୂଲ ଛାଡି ଦେଇଛନ୍ତି କାରଣ ସେ କାଶ୍ମୀର ପୋଲିସ ଓ ନାଗରିକଙ୍କୁ ହତ୍ୟା କରିବାକୁ ବିରୋଧ କରୁଥିଲେ | ଏବେ ଯିଏ ବି କାଶ୍ମୀର ନାଗରିକଙ୍କ କ୍ଷତି କରିବ ସେ ତାଙ୍କୁ ଛାଡ଼ିବେ ନାହିଁ | ସେ ହିଜବୂଲ ଏଟଂବାଦୀ ସଂଗଠନକୁ ଚେତାବନୀ ଦେଇଛନ୍ତି | ଚେତାବନୀ ପରେ କାଶ୍ମୀର ନାଗରିକଙ୍କୁ କ୍ଷତି ପହଞ୍ଚାଇଲେ ଆଗକୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଧମକ ଦେଇଛନ୍ତି |

ନିକଟରେ କାଶ୍ମୀର ହିଜବୂଲ ମୁଖ୍ୟ ରିୟାଜ ନାଇକୁ ଆତଙ୍କବାଦୀ ସଂଗଠନ ଶ୍ରେଣୀ ଭିତରେ ବିଭାଜନ ହୋଇଥିବ ଗୁଜବକୁ ଖାରଜ କରିଥିଲେ | ସେ କହିଥିଲେ ଯେ ସମସ୍ତ ଆତଙ୍କବାଦୀ ସଂଗଠନ ଏକମତ ଏବଂ ଭାରତ ବିରୋଧରେ ଇସ୍ଲାମୀ ଯୁଦ୍ଧରେ ସାମିଲ ଅଛନ୍ତି | ଏକ ସୂତ୍ରରୁ ଜଣାପଡିଛି ଯେ ହିଜବୂଲକୁ ପାକିସ୍ତାନରେ ଆଗ ଭଳି ମହତ୍ୱ ଦିଆଯାଉନାହିଁ |

ସୁରକ୍ଷା ବିଶ୍ଳେଷକଙ୍କ କହିବାନୁଯାୟୀ, ଟିଆରଏଫର ନିର୍ମାଣ ପାକିସ୍ତାନ ସେନା ଏବଂ ଆଇଏସଆଇ ଦ୍ୱାରା କରାଯାଇଥିଲା | କାଶ୍ମୀରରେ ଘରୋଇ ଆତଙ୍କବାଦୀକୁ ପ୍ରୋତ୍ସାହନ ଦେବା ପାଇଁ ଟିଆରଏଫ ନିର୍ମାଣ କରାଯାଇଥିଲା |

ଭାରତୀୟ ଯାଞ୍ଚ ଏଜେନ୍ସି ଗତ ମାସରେ କାଶ୍ମୀରରେ ଟିଆରଏଫର ଅସ୍ତିତ୍ବ ସମ୍ପର୍କରେ ପତା କରିଥିଲା | ସେତେବେଳେ ସୁରକ୍ଷାବଳ ସଂଗଠନର ୬ ସଦସ୍ୟଙ୍କୁ ଅସ୍ତ୍ର ଶସ୍ତ୍ର ସହ ଗୋଳାବାରୁଦ ସହ ଗିରଫ କରି ତାଙ୍କ ସଂଗଠନର ଏକ ପ୍ରମୁଖ ମଡ୍ୟୁଲର ପର୍ଦାଫାଶ କରିଥିଲେ | ଠିକ ସେତେବେଳେ ଟିଆରଏଫର ୪ଜଣ ଆତଙ୍କବାଦୀ ସୋପୋର ଜିଲ୍ଲା ହସ୍ପିଟାଲରେ ବେଆଇନ ଅସ୍ତ୍ରଶସ୍ତ୍ର ଡେଲିଭରି କଲାବେଳେ ଗିରଫ ହୋଇଥିଲେ | ଯାଞ୍ଚକର୍ତ୍ତା ଟିଆରଏଫକୁ ପ୍ରତିବନ୍ଧିତ ସଂଗଠନ ଲସ୍କର-ଏ-ତୋଇବା ସହ ଜଡିତ ଥିବା କହିଛନ୍ତି ଯାହାର ମୁଖ୍ୟ ୨୦୦୮ ମସିହା ମୁମ୍ବାଇ ଆତଙ୍କବାଦୀ ହମଲାର ମାଷ୍ଟରମାଇଣ୍ଡ ହାପିଯ ସଇଦ ଥିଲା |

   Related Posts