'ହାଇଟେକ୍ ପୋଲିସ୍ ଷ୍ଟେସନ୍': ଥାନାରେ ରହିଛି ହୋଟେଲ୍ ଭଳି ସୁବିଧା, ହାଜତରେ ଅପରାଧୀ ଖାଇବେ ଏସି ପବନ

Published By : Prameya-News7 Bureau | November 04, 2020 IST

ବାରାଣାସୀ ୦୪/୧୧ : ପୋଲିସ ଥାନା ନାଁ ଲୋକଙ୍କ ଝାଳ ବାହାରିଯାଏ। ସେଥିରେପୁଣି ଯଦି ଥାନାରେ ରାତିଟିଏ ରହିବାକୁ ହୁଏ ତାହେଲେ ଅପରାଧୀଙ୍କ ଅବସ୍ଥା ମଧ୍ୟ ଖରାପ ହୋଇଯାଏ। କିନ୍ତୁ ଏବେ ଅପରାଧୀଙ୍କ ପାଇଁ ଏକ ଭଲ ଖବର ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣାସୀର କେଣ୍ଟ ରେଲୱେ ଷ୍ଟେସନ ସ୍ଥିତ ଜିଆରପି ପୋଲିସ ଥାନାରେ ହୋଟେଲ ଭଳି ସୁବିଧା ରହିଛି। ଥାନାରେ ଏସି ବ୍ୟବସ୍ଥା କରାଯାଇଛି।

{"id":356036,"sizeSlug":"large"}

ବାରାଣାସୀର ଛବି ଲଗାତାର ବଦଳିବାରେ ଲାଗିଛି। ବାରାଣାସୀରେ ଅନେକ ବିକାଶ କାର୍ଯ୍ୟ ହେଉଥିବା ସାମ୍ନାକୁ ଆସିଛି। ବାରାଣାସୀକୁ ସ୍ମାର୍ଟ ସିଟି ହିସାବରେ ବିକଶିତ କରାଯାଉଛି। ବାରାଣାସୀର ଏକ ଥାନାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ହେଉଛି। ବାରାଣାସୀ କେଣ୍ଟ ରେଲୱେ ଷ୍ଟେସନ ସ୍ଥିତ ଜିଆରପି ଥାନାର ପୁନଃନିର୍ମାଣ କରାଯାଇଛି। ଥାନାକୁ ସମ୍ପୂର୍ଣ୍ଣ ରୂପେ ହାଇଟେକ କରାଯାଇଛି। ଥାନାରେ ଲଗାଯାଇଥିବା ଏସିକୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ହେଉଛି। ଫଟୋ ଦେଖି ଏହି ସ୍ମାର୍ଟ ପୋଲିସ ଥାନାର ବ୍ୟବସ୍ଥା ସମ୍ବନ୍ଧରେ ଆପଣ ଅନ୍ଦାଜା ଲଗାଇପାରିବେ।

{"id":356037,"sizeSlug":"large"}

ଏହି ଥାନାରେ ସେଣ୍ଟ୍ରାଲ ଏସି ଲାଗିଛି। ଅର୍ଥାତ ଥାନାର ସବୁ କୋଠରୀ ସହ ହାଜତ ଯାଏଁ ମଧ୍ୟ ଏସି କନେକ୍ସନ ରହିଛି। ଅର୍ଥାତ ଏହି ଥାନାରେ ଅପରାଧୀ ମଧ୍ୟ ଏସି ହାଜତରେ ରାତି କାଟିବେ। ଏହାସହ ଥାନାରେ ସବୁ ସୁବିଧା ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇଛି। ଲାଇଟ୍ ପ୍ରତି ମଧ୍ୟ ବିଶେଷ ଦୃଷ୍ଟି ଦିଆଯାଇଛି ଯାହା ଲୋକଙ୍କୁ ଆକର୍ଷିତ କରୁଛି। ପୋଲିସ ଅଧିକାରୀଙ୍କ କହିବାନୁଯାୟୀ, ମାନବୀୟ ସମବେଦନାକୁ ଦୃଷ୍ଟିରେ ରଖି ଏହି ସ୍ମାର୍ଟ ପୋଲିସ ଷ୍ଟେସନର ହାଜତକୁ ମଧ୍ୟ ହାଇଟେକ କରାଯାଇଛି ଯେପରିକି ଅପରାଧୀଙ୍କୁ ଥାନାରେ ରାତି କାଟିବାକୁ କୌଣସି ସମସ୍ୟା ନୁ ହୁଏ।

{"id":356038,"sizeSlug":"large"}

ବାରାଣାସୀ କେଣ୍ଟ ରେଲୱେ ଷ୍ଟେସନର ଛବି ଧୀରେ ଧୀରେ ବଦଳିବାରେ ଲାଗିଛି। ଏବେ ମଧ୍ୟ ଷ୍ଟେସନରେ ଅନେକ ଉନ୍ନତିମୂଳକ କାମ ଜାରି ରହିଛି। କିନ୍ତୁ ଷ୍ଟେସନ ସ୍ଥିତ ପୋଲିସ ଥାନା କାମ ପାଖାପାଖି ପୁରା ହୋଇସାରିଛି ଯାହା ସହରର ଛବି ସମ୍ପୂର୍ଣ୍ଣ ବଦଳାଇ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.