ଏମାନେ ହେଉଛନ୍ତି ଭାରତୀୟ କ୍ରିକେଟ ଇତିହାସରେ ସବୁଠାରୁ ବେଶୀ ପାଠ ପଢୁଆ ଖେଳାଳି

Published By : Prameya-News7 Bureau | July 14, 2020 IST

ନୂଆଦିଲ୍ଲୀ ୧୪/୦୭ : ସାଧାରଣତଃ କୁହାଯାଏ ଯେ କ୍ରୀଡା ଜଗତ ସହିତ ଜଡିତ ଖେଳାଳିଙ୍କ ଶିକ୍ଷାଗତ ଯୋଗ୍ୟତା କମ ଥାଏ | କ୍ରିକେଟର ଭଗବାନ ବୋଲାଉଥିବା ସଚିନ ତେନ୍ଦୁଲକର ମଧ୍ୟ ହାଇସ୍କୁଲ ଯାଏଁ ପଢ଼ିଛନ୍ତି | ସେହିଭଳି ବୀରେନ୍ଦ୍ର ସେହବାଗ, ହରଭଜନ ସିଂହ, ମହମ୍ମଦ କୈଫ ମଧ୍ୟ ହାଇସ୍କୁଲ ଯାଏଁ ପଢ଼ିଛନ୍ତି | ବିରାଟ କୋହଲି, ଶିଖର ଧାୱନ ରୋହିତ ଶର୍ମା ଦ୍ୱାଦଶ ଯାଏଁ ପଢ଼ିଛନ୍ତି | କିନ୍ତୁ ସମସ୍ତ ଭାରତୀୟ କ୍ରିକେଟର ସେମିତି ନୁହନ୍ତି | କିଛି ଖେଳାଳି ଉଚ୍ଚ ଶିକ୍ଷା ଲାଭ କରିଛନ୍ତି |

{"id":300305,"sizeSlug":"large"}

ଶ୍ରୀକାନ୍ତ - ଧୂଆଁଧାର ବ୍ୟାଟିଂ ପାଇଁ ପ୍ରସିଦ୍ଧ ଶ୍ରୀକାନ୍ତ ସେତେବେଳେ ବହୁତ ଭଲ ଇଂରାଜୀ କହୁଥିଲେ ଯେତେବେଳେ ଟିମରେ ଏହିଭଳି ମାହୋଲ ନଥିଲା | ସନ୍ୟାସ ନେବାପରେ ଚୟନ କମିଟିରେ ମହତ୍ଵପୁର୍ଣ ପଦବୀରେ ମନୋନୀତ ହୋଇଥିବା ଶ୍ରୀକାନ୍ତ ଚେନ୍ନାଇର ଅନ୍ନା ୟୁନିଭର୍ସିଟିରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଙ୍ଗ ଡିଗ୍ରୀ ହାସଲ କରିଥିଲେ |

{"id":300290,"sizeSlug":"large"}

ଅନିଲ କୁମ୍ବଲେ - ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ ଟିମର ମେରୁଦଣ୍ଡ ବୋଲାଉଥିବା ବୋଲର ଅନିଲ କୁମ୍ବଲେ ଜଣେ ମେକାନିକାଲ ଇଞ୍ଜିନିୟର | କୁମ୍ବଲେ ନ୍ୟାସନାଲ କଲେଜ ବସାବନାଗୁଡ଼ିରୁ ଶିକ୍ଷା ଗ୍ରହଣ କରିବା ପରେ ୧୯୯୨ ମସିହାରେ ରାଷ୍ଟ୍ରୀୟ ବିଦ୍ୟାଳୟ କଲେଜ ଅଫ ଇଞ୍ଜିନିୟରିଙ୍ଗରୁ ମେକାନିକାଲ ଇଞ୍ଜିନିୟରିଙ୍ଗ ଡିଗ୍ରୀ ହାସଲ କରିଥିଲେ |

{"id":300292,"sizeSlug":"large"}

 

ଜଭଗଲ ଶ୍ରୀନାଥ - ପୂର୍ବତନ ଭାରତୀୟ ବୋଲର ତଥା ବର୍ତ୍ତମାନର ମ୍ୟାଚ ରେଫରୀ ଜଭଗଲ ଶ୍ରୀନାଥ ଇନ୍ସଟ୍ରୁମେଣ୍ଟାଲ ଟେକ୍ନୋଲୋଜି ଇଞ୍ଜିନିୟର | ସେ ଏକ ଦିବସୀୟ ମ୍ୟାଚରେ ୩୦୦ ରୁ ଅଧିକ ୱିକେଟ୍‌ ନେଇଛନ୍ତି | ଶ୍ରୀନାଥ ନିଜର ଡେବ୍ୟୁ ଏବଂ ଶେଷ ଏକ ଦିବସୀୟ ମ୍ୟାଚ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ |

{"id":300293,"sizeSlug":"large"}

ଆର.ଅଶ୍ୱିନ - ନିଜର ସ୍ପିନ ବୋଲିଂ ଜରିଆରେ ବଡ ବଡ ବ୍ୟାଟ୍ସମ୍ୟାନମାନଙ୍କୁ ନସହାଇଥିବା ଆର.ଅଶ୍ୱିନ ଚେନ୍ନାଇ SSN କଲେଜ ଅଫ ଇଞ୍ଜିନିୟରିଙ୍ଗରୁ ଇନଫର୍ମେଶନ ଟେକ୍ନୋଲୋଜିରେ ବି.ଟେକ କରିଛନ୍ତି | ପଦ୍ମ ଶେଷାଦ୍ରୀ ବାଲ ଭବନ (PSBB) ଏବଂ ସେଣ୍ଟ ବେଡେ ଭଳି ନାମୀ ଅନୁଷ୍ଠାନରେ ପଢ଼ିଛନ୍ତି ଅଶ୍ୱିନୀ | କ୍ରିକେଟ ଖେଳିବା ପୂର୍ବରୁ ସେ କାଗ୍ନିଜେଣ୍ଟ ଟେକ୍ନୋଲୋଜି ସଲ୍ୟୁସନ ଭଳି ବଡ ଆଇଟି କମ୍ପାନୀରେ କାମ କରିଥିଲେ |

{"id":300295,"sizeSlug":"large"}

ରାହୁଲ ଦ୍ରାଭିଡ - କ୍ରିକେଟ ଜଗତର ପାଚେରୀ ବୋଲାଉଥିବା ରାହୁଲ ଦ୍ରାଭିଡ ଯେତେବେଳେ ଟିମ ଇଣ୍ଡିଆରେ ସିଲେକ୍ଟ ହୋଇଥିଲେ ସେତେବେଳେ ସେ ଏମବିଏ କରୁଥିଲେ | ରାହୁଲ ଦ୍ରାଭିଡ ବେଙ୍ଗାଲୁରୁର ଜଣାଶୁଣା ସେଣ୍ଟ ଜୋସେଫ ସ୍କୁଲରେ ପଢ଼ିଛନ୍ତି | ଏହାପରେ ସେ କମର୍ସରେ ସ୍ନାତକ କରିଥିଲେ |

{"id":300296,"sizeSlug":"large"}

ଲକ୍ଷ୍ମଣ - ଭି.ଭି.ଏସ.ଲକ୍ଷ୍ମଣଙ୍କ ମାତା ପିତା ଡାକ୍ତର | ସେ ବି ଜଣେ ଭଲ ଛାତ୍ର ଥିଲେ | ସେ ହାଇଦ୍ରାବାଦର ଲିଟିଲ ଫ୍ଲାୱାର ହାଇସ୍କୁଲରୁ ସ୍କୁଲିଙ୍ଗ କରି ଦ୍ୱାଦଶ ପରେ ଲକ୍ଷ୍ମଣଙ୍କୁ ମେଡିକାଲ କଲେଜରେ ଆଡ଼ମିସନ ମିଳିଥିଲା | କିନ୍ତୁ କ୍ରିକେଟ ଖେଳିବାକୁ ନିଷ୍ପତ୍ତି ନେଇଥିଲା | କ୍ରିକେଟ ପ୍ରତି ତାଙ୍କର ମୋହ ଯୋଗୁଁ ସେ ଡାକ୍ତରୀ ପାଠ ପଢି ପାରିନଥିଲେ |

{"id":300297,"sizeSlug":"large"}

ସାଲ୍ଭୀ - ପୂର୍ବତନ ଭାରତୀୟ କ୍ରିକେଟର ତଥା ପୁଡୁଚେରୀ କ୍ରିକେଟ ଟିମର ମୁଖ୍ୟ କୋଚ ଆବିଷ୍କାର ସାଲ୍ଭୀ ମଧ୍ୟ ଉଚ୍ଚ ଶିକ୍ଷିତ | ସେ ଜ୍ୟୋତିର୍ବିଜ୍ଞାନରେ ପୋଷ୍ଟ ଡକ୍ଟରେଟ କରିଛନ୍ତି | ତାଙ୍କୁ କ୍ରିକେଟ ପଡିଆରେ ଅଧିକ ମଉକା ମିଳିନଥିଲା |

{"id":300298,"sizeSlug":"large"}

ମୁରଲୀ ବିଜୟ - ଦେଶର ଉଚ୍ଚ ଶିକ୍ଷିତ କ୍ରିକେଟରଙ୍କ ମଧ୍ୟରେ ଆଉ ଜଣେ ହେଲେ ଦକ୍ଷିଣ ଭାରତୀୟ ଖେଳାଳି ମୁରଲୀ ବିଜୟ | ଟିମ ଇଣ୍ଡିଆ ପାଇଁ ୨୦୦୬ ରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଡେବ୍ୟୁ କରିଥିଲେ | ସେ ଦେଶର ନାମୀ ୟୁନିଭର୍ସିଟିରୁ ଅର୍ଥଶାସ୍ତ୍ରରେ ସ୍ନାତକ କରିଛନ୍ତି |

{"id":300301,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.