ଅପକମିଂ ବଲିଉଡ୍ ମୁଭି 'ଛପାକ'ର ଟ୍ରେଲର ରିଲିଜ ହେବାପରେ ୨ ଦିନରେ ଦେଖିଲେ ୨୮ କୋଟି

Published By : Prameya-News7 Bureau | December 12, 2019 IST

ମୁମ୍ବାଇ ୧୨।୧୨ - ଅପକମିଂ ବଲିଉଡ୍ ମୁଭି ଛପାକର ଟ୍ରେଲର ରିଲିଜ ହେବାପରେ ଲୋକମାନେ ଏହାକୁ ବହୁତ ପସନ୍ଦ କରୁଛନ୍ତି । ଟ୍ରେଲର ରିଲିଜ ହେବାର ୨ଦିନ ମଧ୍ୟରେ ପ୍ରାୟ ୨୮ କୋଟିରୁ ଅଧିକ ଲୋକ ଦେଖି ସାରିଲେଣି ।

{"id":196970,"sizeSlug":"large"}

ଫିଲ୍ମରେ ଦମଦାର ଆକ୍ଟିଂ ସହ ପ୍ରମିସିଙ୍ଗ ରୋଲରେ ନଜର ଆସିଛନ୍ତି ଦୀପିକା ପାଦୁକୋନ । ମୁଭି ‘ଛପାକ୍‍’ରେ ଦୀପିକା ଜଣେ ଏସିଡ଼୍‍ ଆକ୍ରମଣ ପୀଡ଼ିତା ଭୂମିକାରେ ଅଭିନୟ କରଛନ୍ତି । ଏସିଡ଼୍‍ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏହି ମୁଭି ।

wp:html /wp:html

ଟ୍ରେଲର ଦେଖିବା ପରେ ସମସ୍ତେ ଦୀପିକାଙ୍କ ଅଭିନୟକୁ ପ୍ରଶଂସା କରିବା ସହ ମେକଅପକୁ ମଧ୍ୟ କାଫି ତାରିଫ୍ କରୁଛନ୍ତି । କିଛି ଲୋକଙ୍କୁ ଏହି ଟ୍ରେଲର କନ୍ଦାଇ ଦେଇଛି । ତେବେ ୧୦ ଜାନୁଆରୀ ୨୦୨୦ରେ ରିଲିଜ ହେବ ମୁଭି ।   'ଛପାକ'ର ଟ୍ରେଲରକୁ ପ୍ରଶଂସା କରୁଛନ୍ତି ଦର୍ଶକ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.