IPLରେ ସର୍ବାଧିକ ଛକା: ଟପ୍-୫ରେ ତିନି ଅଧିନାୟକ, ଶୀର୍ଷରେ କ୍ରିସ୍ ଗେଲ୍

Published By : Prameya-News7 Bureau | April 04, 2021 IST

ନୂଆଦିଲ୍ଲୀ ୦୪।୦୪: ଆଇପିଏଲ୍‌ର ୧୪ତମ ସଂସ୍କରଣ ଆରମ୍ଭ ହେବାକୁ ଆଉ ମାତ୍ର ୪ ଦିନ ବାକି ରହିଛି। ସମସ୍ତ ଦଳ ପକ୍ଷରୁ ପ୍ରସ୍ତୁତି  ଜୋରସୋରରେ ଚାଲିଛି। ଦୁନିଆର ସବୁଠୁ ଧନଶାଳୀ ଏହି କ୍ରିକେଟ୍ ଲିଗ୍‌ରେ ଖୁବ୍‌ ଚୌକା-ଛକା ବର୍ଷା ହୋଇଥାଏ । ଆଇପିଏଲ୍ ୧୩ ପର୍ଯ୍ୟନ୍ତ ଆସନ୍ତୁ ନଜର ପକାଇବା ସର୍ବାଧିକ ଛକା ମାରିଥିବା ଶୀର୍ଷ ୫ ବ୍ୟାଟସମ୍ୟାନଙ୍କ ଉପରେ। ଏହି ତାଲିକାରେ ରହିଛନ୍ତି ତିନି ଅଧିନାୟକ।

{"id":433011,"width":834,"height":468,"sizeSlug":"large","linkDestination":"none"}

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଗୋଟିଏ ବି ଟାଇଟଲ୍ ଜିତିପାରିନଥିଲେ ବି ଏହାର ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟ୍ ପ୍ରତି ସିଜିନ୍‌ରେ କମାଲ ଦେଖାଇ ଆସିଛି। ବିରାଟ ଏପର୍ଯ୍ୟନ୍ତ ଆଇପିଏଲରେ ୧୯୨ଟି ମ୍ୟାଚ୍‌ ଖେଳି ୨୦୧ ଛକା ମାରିଛନ୍ତି। ତାଙ୍କ ନାମରେ ୫୭୮୭ ରନ ରହିଛି।

{"id":433012,"width":834,"height":468,"sizeSlug":"large","linkDestination":"none"}

ରେକର୍ଡ ପାଞ୍ଚ ଥର ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ଏ ପର୍ଯ୍ୟନ୍ତ ୨୦୦ ଆଇପିଏଲ୍‌ ମ୍ୟାଚ୍‌ରେ ମୋଟ୍ ୨୧୩ ଛକା ମାରିଛନ୍ତି। ରୋହିତ ଟପ୍‌-୫ରେ ଚତୁର୍ଥ ସ୍ଥାନରେ ରହିଛନ୍ତି। ରୋହିତ ଏହି ପ୍ରତିଷ୍ଠିତ ଲିଗ୍‌ରେ ୫୨୩୦ ରନ କରିଛନ୍ତି।

{"id":433013,"width":838,"height":470,"sizeSlug":"large","linkDestination":"none"}

ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏ ପର୍ଯ୍ୟନ୍ତ ୨୦୪ ମ୍ୟାଚ୍ ଖେଳି ସର୍ବାଧିକ ଛକା ମାରିବା ତାଲିକାର ତୃତୀୟରେ ଅଛନ୍ତି। ସେ ଏପର୍ଯ୍ୟନ୍ତ ୨୧୬ ଛକା ମାରିଛନ୍ତି। ୧୮୨ଟି ଇନିଂସରୁ ମାହି ମୋଟ୍ ୪୬୩୨ ରନ କରିଛନ୍ତି।

{"id":433014,"width":836,"height":557,"sizeSlug":"large","linkDestination":"none"}

ଦକ୍ଷିଣ ଆଫ୍ରିକାର ପୂର୍ବତନ ବରିଷ୍ଠ ବ୍ୟାଟସମ୍ୟାନ ଏବି ଡିଭିଲିୟର୍ସ ୧୬୯ଟି ମ୍ୟାଚ୍ ଖେଳିଥିଲେ ମଧ୍ୟ ତାଙ୍କ ନାମରେ ୨୩୫ ଛକା ରହିଛି। ସେ ଆଇପିଏଲ୍‌ର ୧୫୬ଟି ଇନିଂସରୁ ୪୮୪୯ ରନ କରିଛନ୍ତି। ସେ ଛକା ମାରିବା ତାଲିକାରେ ଦ୍ଵିତୀୟରେ ରହିଛନ୍ତି।

{"id":433015,"width":834,"height":555,"sizeSlug":"large","linkDestination":"none"}

ଓ୍ଵେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟସମ୍ୟାନ କ୍ରିସ୍ ଗେଲ୍ ଛକା ପାଇଁ ପ୍ରସିଦ୍ଧ। କୌଣସି ବଲ୍‌  ବ୍ୟାଟ୍‌କୁ ଆସିଲେ ତାକୁ ସୀମାରେଖା ବାହାରକୁ ପଠାଇବାରେ ସେ ବିଳମ୍ବ କରନ୍ତି ନାହିଁ। ଶୀର୍ଷ ୫ ତାଲିକାରେ ସବୁଠୁ କମ୍ ମ୍ୟାଚ୍‌ ଖେଳି ସର୍ବାଧିକ ଛକା ମାରିବା ତାଲିକାରେ ଶୀର୍ଷରେ ଅଛନ୍ତି। ସେ ଏ ପର୍ଯ୍ୟନ୍ତ ୧୩୧ଟି ଇନିଂସରୁ ମୋଟ୍ ୩୪୯ ଛକା ମାରିଛନ୍ତି। ଅର୍ଥାତ ଦ୍ଵିତୀୟରେ ଥିବା ଡିଭିଲିୟର୍ସଙ୍କଠୁ ୧୦୦ରୁ ଅଧିକ ଛକା ଲଗାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.