୨୪ ଘଣ୍ଟାରେ ଭାରତରେ ସର୍ବାଧିକ କରୋନା ମାମଲା : ୧୦୫୭ ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | August 28, 2020 IST

ନୂଆଦିଲ୍ଲୀ ୨୮/୦୮ : ଦେଶରେ କରୋନା ସଂକ୍ରମଣ ମାମଲା ୩୩ ଲକ୍ଷ ୮୭ ହଜାର ୫୦୧ରେ ପହଞ୍ଚିଛି | ଲଗାତାର ଦ୍ୱିତୀୟ ଦିନରେ ୭୫ ହଜାରରୁ ଅଧିକ ପଜିଟିଭ ମାମଲା ସାମ୍ନାକୁ ଆସିଛି | ଗୁରୁବାର ଦିନ ରେକର୍ଡ ସଂଖ୍ୟକ ୭୭ ହଜାର ୨୬୬ ନୂଆ ମାମଲା ସାମ୍ନାକୁ ଆସିଛି | ଗୋଟିଏ ଦିନରେ ୧୦୫୭ ଜଣଙ୍କ ମୃତ୍ୟୁ ହୋଇଛି | ସାରା ଦୁନିଆରେ ବର୍ତ୍ତମାନ ଭାରତରେ ପ୍ରତିଦିନ ସର୍ବାଧିକ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଛନ୍ତି | ସଂକ୍ରମିତ ମାମଲାରେ ଭାରତ ତୃତୀୟ ସ୍ଥାନରେ ରହିଛି | କରୋନା ଜନିତ ମୃତ୍ୟୁ ମାମଲାରେ ଭାରତ ଚତୁର୍ଥ ସ୍ଥାନରେ ଅଛି | ଭାରତ ଦ୍ୱିତୀୟ ଦେଶ ଯେଉଁଠାରେ ସବୁଠାରୁ ଅଧିକ ଆକ୍ଟିଭ ମାମଲା ରହିଛି | 

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ, ଦେଶରେ ବର୍ତ୍ତମାନ ୭ ଲକ୍ଷ ୪୨ ହଜାର ୨୩ ଆକ୍ଟିଭ ମାମଲା ରହିଛି | ଦେଶରେ ଏବେ ସୁଦ୍ଧା ୬୧ ହଜାର ୫୨୯ ଜଣଙ୍କ ମୃତ୍ୟୁ ହୋଇଛି | ୨୪ ଘଣ୍ଟାରେ ୯ ଲକ୍ଷରୁ ଅଧିକ ଟେଷ୍ଟ କରାଯାଇଛି | ଏବେ ସୁଦ୍ଧା ୩.୯ କୋଟି ଲୋକଙ୍କ ଯାଞ୍ଚ କରାଯାଇଛି | ଦେଶରେ ସୁସ୍ଥହାର ୭୬.୨୪ ପ୍ରତିଶତ ରହିଛି |

ଅଗଷ୍ଟ ୭ ତାରିଖରେ ଦେଶରେ ପ୍ରଥମଥର ସର୍ବାଧିକ ୬୦ ହଜାରରୁ ଅଧିକ ମାମଲା ରେକର୍ଡ କରାଯାଇଥିଲା | ଏହାପରେ ସଂକ୍ରମିତ ଗ୍ରାଫ ଲଗାତାର ବଢ଼ିବାରେ ଲାଗିଛି | ଗୁରୁବାର ଦିନ ପ୍ରଥମଥର ପାଇଁ ୭୫ ହଜାର ୭୬୦ ନୂଆ ମାମଲା ସାମ୍ନାକୁ ଆସିଥିଲା | ଗତ ୨୪ ଘଣ୍ଟାରେ ନା କେବଳ ଦିନିକିଆ ମାମଲାରେ ବରଂ ମୋଟ ମାମଲାରେ ମଧ୍ୟ ଗୋଟିଏ ମାସରେ ଏହା ସବୁଠାରୁ ଅଧିକ ମାମଲା | କରୋନା ଭାଇରସ ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଆମେରିକାରେ ୨୪ ଘଣ୍ଟାରେ ୪୩ ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି | ବ୍ରାଜିଲରେ ୪୭ ହଜାରରୁ ଅଧିକ ମାମଲା ସାମ୍ନାକୁ ସିଛି |  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.