ରାଜ୍ୟରେ ଅଣାୟତ୍ତ କରୋନା : ରାଉରକେଲା ପ୍ରଶାସନକୁ ସୁପରସ୍ପ୍ରେଡର ଚିନ୍ତା, ଜଣକ ସମ୍ପର୍କରେ ଆସି ୧୧୯ ସଂକ୍ରମିତ

Published By : Prameya-News7 Bureau | July 10, 2020 IST

ଭୁବନେଶ୍ୱର ୧୦/୦୭ : ରାଜ୍ୟରେ ଅଣାୟତ ହେଲାଣି କରୋନା ମହାମାରୀ । ପ୍ରତିଦିନ ରାଜ୍ୟରେ ନୂଆ ନୂଆ ରେକର୍ଡ ଭାଙ୍ଗୁଛି । ଆଜି ସବୁଠାରୁ ରେକର୍ଡ ସଂଖ୍ୟକ ୭୫୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ୫୦୮ ଜଣ କ୍ବାରାଣ୍ଟାଇନରୁ ଏବଂ ୨୪୭ ଜଣ ସ୍ଥାନୀୟ ସଂକ୍ରମିତ । ମୋଟ ୨୨ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ କିଛି ଦିନ ହେଲା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଶହ ଉପରେ ରହୁଥିବା ବେଳେ ପ୍ରଥମ କରି ଏହା ୭ ଶହ ଟପିଯାଇଛି । ସ୍ଥାନୀୟ ସଂକ୍ରମଣ ସବୁଠାରୁ ଅଧିକ ଚିନ୍ତାଜନକ ହୋଇଛି । ଆଜିର ମୋଟ ଆକ୍ରାନ୍ତଙ୍କ ମଧ୍ୟରେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୩୩ ପ୍ରତିଶତ ।

{"id":298732,"sizeSlug":"large"}

ଆଜି ବି ରେକର୍ଡ ଭାଙ୍ଗିଛି ଗଞ୍ଜାମ ଜିଲ୍ଲା । ଗଞ୍ଜାମରୁ ସର୍ବାଧିକ ୩୨୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବଡ କଥା ହେଉଛି ଆକ୍ରାନ୍ତଙ୍କ ମଧ୍ୟରେ ୬୫ଜଣ କରୋନା ଯୋଦ୍ଧା ରହିଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଗଞ୍ଜାମରେ ଏଯାବତ ୩୪୧୬ ଜଣ ସଂକ୍ରମିତ ଚିହ୍ନଟ ହେଲେଣି । ଗତ କିଛି ଦିନ ହେଲା ଲଗାତର ୨ ଶହ ଉପରେ ରହୁଥିବା ଗଞ୍ଜାମ ଆଜି ୩ ଶହ ଟପି ଯାଇଛି । ଆଜି ରାଜ୍ୟରେ ଗଞ୍ଜାମ ଜିଲ୍ଲାରୁ ୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୬କୁ ବୃଦ୍ଧି ପାଇଛି । କେବଳ ଗଂଜାମ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୩୪ରେ ପହଞ୍ଚିଛି । ସ୍ଥିତିକୁ ଦେଖି ଆସନ୍ତା ୧୩ତାରିଖ ଯାଏଁ ଜିଲ୍ଲାକୁ ସଟ୍ ଡାଉନ କରାଯାଇଛି । ଦ୍ବିତୀୟ ପର୍ଯ୍ୟାୟ ସ୍ବାସ୍ଥ୍ୟ ସ୍କ୍ରିନିଂ ଚାଲିଛି । ଜିଲ୍ଲାରେ ଆରମ୍ଭ ହୋଇଛି କୋଭିଡ ଟେଷ୍ଟିଂ ମୋବାଇଲ ଭ୍ୟାନ । ଯେଉଁଠି ଲକ୍ଷଣ ଥିବ ସେଠାରେ ଭ୍ୟାନ ପହଞ୍ଚି ସ୍ବାବ ସଂଗ୍ରହ କରିବ …

{"id":298733,"sizeSlug":"large"}


ରାଜ୍ୟରେ ଏବେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ୯୫୬ରେ ପହଞ୍ଚିଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାର ୫୯ ପଜିଟିଭ ରହିଛନ୍ତି । ସେମାନଙ୍କ ମଧ୍ୟରୁ କେବଳ ରାଜଧାନୀ ଭୁବନେଶ୍ବର ୪୫ଜଣ ଅଛନ୍ତି । ୩୫ଜଣ କ୍ବାରେଣ୍ଟାଇନ୍ ଓ ୧୦ଜଣ ଲୋକାଲ ସଂକ୍ରମଣ ବୋଲି ସୂଚନା ମିଳିଛି । କଟକ ସହରରୁ ୧୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଜପତିରୁ ୩୦, କେନ୍ଦୁଝରରୁ ୩୨, ବଲାଙ୍ଗିରରୁ ୧୨, ପୁରୀରୁ ୧୧, ମାଲଗାନଗିରିରୁ ୧୮, ମୟୂରଭଞ୍ଜ ୧୨, ନୟାଗଡରୁ ୧୬ ଜଣ ଚିହ୍ନଟ ହୋଇଛନ୍ତି । ରାଉରକେଲା ପ୍ରଶାସନକୁ ସୁପରସ୍ପ୍ରେଡର ଚିନ୍ତା ଘାରିଛି । ଗତ ୫ତାରିଖରେ ସେକ୍ଟର-୧୬ର ୬୪ ବର୍ଷୀୟ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ୧୧୯ ଜଣ ବ୍ୟକ୍ତି । ସେକ୍ଟର-16, ବାସନ୍ତି କଲୋନୀ, ଗୋଲଘର ୪ ନମ୍ବର ବ୍ୟାରେକକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଆସନ୍ତା ୩୧ ଯାଏ ରାଉରକେଲାକୁ ପ୍ରତି ଶନି ଓ ରବିବାର ସଟଡାଉନ ଘୋଷଣା କରାଯାଇଛି ।

{"id":298734,"sizeSlug":"large"}


ସେପଟେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ୧୦ରୁ ୧୨ ଦିନ ମଧ୍ୟରେ ପ୍ଲାଜମା ଥେରାପି ଆରମ୍ଭ ହେବ । ଭୁବନେଶ୍ବରର ସମ୍ କୋଭିଡ୍ ହସ୍ପିଟାଲ, କିମ୍ସ, ଏସସିବି, ଅଶ୍ବିନୀ ହସ୍ପିଟାଲରେ ପ୍ଲାଜମା ଥେରାପି ଆରମ୍ଭ ହେବ । ଏହାସହ ଆସନ୍ତା ସପ୍ତାହରୁ ରାଜ୍ୟରେ ଦିନକୁ ୮ ହଜାର କରୋନା ଟେଷ୍ଟ ହେବ । ଏଥିପାଇଁ ୧ ଲକ୍ଷ କିଟ୍ ଅର୍ଡର ଦିଆଯାଇଛି ବୋଲି ILS ନିର୍ଦ୍ଦେଶକ ଅଜୟ ପରିଡ଼ାଙ୍କ ସୂଚନା ଦେଇଛନ୍ତି ।

{"id":298735,"sizeSlug":"large"}


ବିଧାନସଭାର ଜଣେ କର୍ମଚାରୀଙ୍କ ସଂପର୍କୀୟ ପଜିଟିଭ ଚିହ୍ନଟ ପରେ ବିଧାନସଭାକୁ ଆଜି ଗୋଟିଏ ଦିନ ସଟ୍ ଡାଉନ୍ କରାଯାଇଛି । ଏହା ସହ କିଛି ବିଧାୟକ ମଧ୍ୟ କରେନା ପିଜିଟିଭ ଚିହ୍ନଟ ହୋଇଛନ୍ତି । ସୋମବାର ସ୍ଥିତିକୁ ଦେଖି ପରବର୍ତ୍ତୀ ପଦକ୍ଷେପ ନିଆଯିବ । ବିଧାନସଭାର ସମସ୍ତ କର୍ମଚାରୀଙ୍କ ସ୍ବାବ ଟେଷ୍ଟ କରାଯିବା ସହ ବିଧାନ ସଭାକୁ ସମ୍ପୂର୍ଣ୍ଣ ଭାବେ ସାନି ଟାଇଜ କରାଯିବ । ଗଜପତି ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢି ଚାଲିଥିବାରୁ ଗଜପତି ବାସୀଙ୍କୁ ପଡ଼ୋଶୀ ଗଞ୍ଜାମ ଓ ଆନ୍ଧ୍ରର ଶ୍ରୀକାକୁଲମ ଜିଲାକୁ ଯିବାକୁ ବାରଣ କରାଯାଇଛି । ପାରଳାଖେମୁଣ୍ଡି ସହରକୁ ୩ ଦିନ ସଟଡାଉନ ଘୋଷଣା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.