ବୟସ ୯ ବର୍ଷ, ବାର୍ଷିକ ଆୟ ୨୨୦ କୋଟି: ଲଗାତର ୩ ଥର ‘ହାଏଷ୍ଟ ପେଡ୍‌ ୟୁଟ୍ୟୁବର’ ହେଲେ କୁନି ପୁଅ

Published By : Prameya-News7 Bureau | December 20, 2020 IST

ନୂଆଦିଲ୍ଲୀ ୨୦/୧୨: ବୟସ ୯ ବର୍ଷ। କିନ୍ତୁ ବର୍ଷକୁ ଆୟ ୨୨୦ କୋଟି ଟଙ୍କା। ଲଗାତର ୩ ବର୍ଷ ଧରି ସର୍ବାଧିକ ରୋଜଗାର କରୁଥିବା ୟୁଟ୍ୟୁବର ହୋଇଛନ୍ତି ଜଣେ ୯ ବର୍ଷୀୟ ବାଳକ। ତାଙ୍କର ୨୭ ମିଲିୟନ୍‌ ସବ୍‌ସ୍କ୍ରାଇବର ଥିବା ବେଳେ ତାଙ୍କ ଭିଡିଓର ଭିଉ ୧୨ ବିଲିୟନ୍‌। ବିଶ୍ବାସ ହେଉନଥିଲେ ବି ସତ। କୁନି ୟୁଟ୍ୟୁବର ରିଆନ କାଜି। ଟେକ୍ସାସର ଏହି ବାଳକ ବିଭିନ୍ନ ପ୍ରକାର ଖେଳନାର ରିଭିଉ କରିବା ସହ ଅନ୍ୟାନ୍ୟ ବିଜ୍ଞାନ ଜନିତ ଭିଡିଓ ୟୁଟ୍ୟୁବ୍‌ରେ ପୋଷ୍ଟ କରନ୍ତି।

ତେବେ ରିଆନଙ୍କ ବାର୍ଷିକ ରୋଜଗାର କହିବାକୁ ଗଲେ ୩୦ ମିଲିୟନ ଡଲାର ଅର୍ଥାତ ପାଖାପାଖି ୨୨୦ କୋଟି ଟଙ୍କା ।  ତେବେ ମିଳିଥିବା ରିପୋର୍ଟ ଅନୁସାରେ ରିଆନ ଖେଳନାକୁ ଖୋଳରୁ ବାହାର କରି ଏହା ଉପରେ ବର୍ଣ୍ଣନା କରନ୍ତି। ଏପରିକି ଟୁଥ୍‌ପେଷ୍ଟ, ବ୍ୟାକ୍‌ପ୍ୟାକସ ଆଦିର ଭିଡିଓ ପୋଷ୍ଟ କରନ୍ତି। ଏଥିପାଇଁ ଆମାଜନ୍‌ ଓ ଓ୍ବାଲ୍‌ମାର୍ଟ ୨୦୦ ମିଲିୟନ୍‌ ଡଲାର ରୋଜଗାର ମଧ୍ୟ କରିଛନ୍ତି।

ରିୟାନଙ୍କୁ ‘ଚାଇଲ୍ଡ ଇନ୍‌ଫ୍ଲୁଏନ୍ସର’ ବୋଲି କୁହାଯାଏ। ସେ ପ୍ରଥମେ ମାର୍ଚ୍ଚ ୨୦୧୫ରେ ୟୁଟ୍ୟୁବ୍‌ରେ ଭିଡିଓ ପୋଷ୍ଟ କରିବା ଆରମ୍ଭ କରିଥିଲେ। ଅନ୍ୟ ଚ୍ୟାନେଲ ଦେଖି ସେ ଏଭଳି କରିବାକୁ ପ୍ରେରଣା ପାଇଥିଲେ ବୋଲି ଜଣାପଡ଼ିଛି। କେବଳ ୩ ବର୍ଷ ବୟସରେ ସେ ଏତେ ରୋଜଗାର କରିପାରିଥିଲେ ଯେ ସେ ନିଜର ଏକ ଖେଳନା କମ୍ପାନୀ ଖୋଲିପାରିଥାନ୍ତେ।

ଛୋଟ ପିଲାମାନଙ୍କୁ ଖୁସି ଦେବା ଭଳି ସବୁ ପ୍ରକାର ଭିଡିଓ କରନ୍ତି ରିଆନ। କିନ୍ତୁ ତାଙ୍କର ଏକ ଭିଡିଓ ‘ହ୍ୟୁଜ୍‌ ଏଗସ୍‌ ସର୍‌ପ୍ରାଇଜ୍‌ ଟୟଜ୍‌ ଚ୍ୟାଲେଞ୍ଜ’ ଯାହାକି ୨ ବିଲିୟନ୍‌ ଭିଉ ହୋଇଥିବା ବେଳେ ୟୁଟ୍ୟୁବ୍‌ରେ ୬୦ ଅଧିକ ଭିଉ ହୋଇଥିବା ଭିଡିଓ ମଧ୍ୟରେ ସ୍ଥାନ ପାଇଥିଲା।

wp:embed {"url":"https://www.youtube.com/watch?v=jjd-BeTX6U0\u0026feature=emb_logo","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=jjd-BeTX6U0&feature=emb_logo
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.