ବିଭୀଷିକା ମେ ମାସ: ଅନ୍ୟ ଦେଶ ତୂଳନାରେ ଭାରତରେ କରୋନା ନେଲା ଅଧିକ ଜୀବନ, ସଂକ୍ରମିତ ହେଲେ ଏତେ ଲୋକ

Published By : Prameya-News7 Bureau | June 01, 2021 IST

ନୂଆଦିଲ୍ଲୀ ୦୧।୦୬: ଦେଶରେ କରୋନାର ଦ୍ଵିତୀୟ ଲହରର ପ୍ରକୋପ ଜାରି ରହିଛି। ନିକଟ ଦିନରେ ମହାମାରୀରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ପ୍ରାଣହାନୀ ଘଟିଛି। କିନ୍ତୁ କଠୋର  କଟକଣା ଏବଂ ଲକ୍‌ଡାଉନ୍‌ ଯୋଗୁଁ କରୋନା ସଂକ୍ରମଣ ଧିମା ପଡିଛି। ଭାରତରେ ଗତ ୨୪ ଘଣ୍ଟାରେ ଏକ ଲକ୍ଷ ୨୭ ହଜାର ୫୧୦ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କିନ୍ତୁ ମେ ମାସ କରୋନାର ଦ୍ଵିତୀୟ ଲହର ସମଗ୍ର ଦେଶକୁ ଦୋହଲାଇ ଦେଇଛି। ସ୍ଥିତି ଏମିତି ଉପୁଜିଲା ଯେ, ଅକ୍ସିଜେନ ଅଭାବରୁ ପରିଜନଙ୍କ ଆଗରେ ରୋଗୀଙ୍କ ଦୁଃଖଦାୟକ ମୃତ୍ୟୁ ଘଟୁଥିଲା।

ମେ ମାସରେ ଗଲା ୧.୨ ଲକ୍ଷ ଲୋକଙ୍କ ଜୀବନ

ସରକାରୀ ତଥ୍ୟ ଅନୁଯାୟୀ ମେ ମାସରେ ଅନେକ ଦିନ ଚାରି ଲକ୍ଷରୁ ଅଧିକ କେସ୍ ଚିହ୍ନଟ ହେଉଥିଲା। ଏପରିକି ମେ ମାସରେ ଅନ୍ୟ ଦେଶ ତୂଳନାରେ ଭାରତରେ ସବୁଠୁ ସଂକ୍ରମିତ ଚିହ୍ନଟ ହେବା ସହ ମୃତ୍ୟୁ ମାମଲାରେ ମଧ୍ୟ ଦେଶ ଆଗରେ ଥିଲା। ଏହି ମାସରେ ଭାରତରେ ଏକ ଲକ୍ଷ ୨୦ ହଜାର ଲୋକଙ୍କ କରୋନାରେ ମୃତ୍ୟୁ ଘଟିଥିଲା। କିନ୍ତୁ ଏପ୍ରିଲ ମାସରେ କେବଳ ୪୮ ହଜାର ୭୬୮ ଜଣଙ୍କ ପ୍ରାଣହାନୀ ଘଟିଥିଲା।

{"id":459968,"sizeSlug":"large","linkDestination":"none"}

ସରକାରୀ ତଥ୍ୟ ଅନୁଯାୟୀ, ମେ ମାସରେ କରୋନାରେ ମୋଟ୍ ୯୦.୩ କ୍ଷ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏପ୍ରିଲ ମାସରେ ଏହି ସଂଖ୍ୟା ୬୯.୪ ଲକ୍ଷ ଥିଲା। ଅର୍ଥାତ ଏପ୍ରିଲ ମାସ ତୂଳନାରେ ମେ ମାସରେ ସଂକ୍ରମିତଙ୍କ ସଂଖ୍ୟା ୩୦ ପ୍ରତିଶତ ଅଧିକ ଥିଲା। ବିଶେଷଜ୍ଞଙ୍କ ଅନୁଯାୟୀ, ଏହା ହେଉଛି ସରକାରୀ ତଥ୍ୟ, କିନ୍ତୁ ବାସ୍ତବରେ ଏଥିରୁ ଅଧିକ ଲୋକ କରୋନା କବଳରେ ଆସିଥିବେ ଏବଂ ମହାମାରୀରେ ସରକାରୀ ତଥ୍ୟଠୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଥାଇପାରେ।

ମେ ମାସରେ ଭାରତ ତୂଳନାରେ ଅନ୍ୟ ଦେଶରେ ବହୁତ କମ ମାମଲା ଦେଖିବାକୁ ମିଳିଛି। କିନ୍ତୁ ଆଶ୍ଵସ୍ତିକର କଥା ମେ ୧୫ ପରଠୁ ନୂତନ ସଂକ୍ରମିତ ସଂଖ୍ୟାରେ ହ୍ରାସ ଘଟିବାରେ ଲାଗିଛି। ଏଥିସହ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ କ୍ରମାଗତ ହ୍ରାସ ପାଇବାରେ ଲାଗିଚି। ଦେଶରେ ସଂପ୍ରତି ୧୮ ଲକ୍ଷ ୯୫ ହଜାର ୫୨୦ ସକ୍ରିୟ ରୋଗୀ ଚିକିତ୍ସାଧୀନ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.