ଆମେରିକାରେ ଗୋଟିଏ ଦିନରେ ସର୍ବାଧିକ ସଂକ୍ରମିତ ରେକର୍ଡ, ବାହାରିଲେ ୫୪୮୭୯ ନୂଆ କୋଭିଡ୍ ପଜିଟିଭ୍

Published By : Prameya-News7 Bureau | July 03, 2020 IST

ନ୍ୟୁୟର୍କ, ୦୩|୦୭ :  ଚୀନରୁ ସାରା ବିଶ୍ୱକୁ ବ୍ୟାପିଥିବା କରୋନା ଭାଇରସର ପ୍ରଭାବ ଆମେରିକାରେ ଅଧିକ ଦେଖିବାକୁ ମିଳିଛି । ଆମେରିକାରେ ଗୋଟିଏ ଦିନରେ ପ୍ରାୟ ୫୫ ହଜାର ମାମଲା ସାମ୍ନାକୁ ଆସିଛି । ଏବେସୁଦ୍ଧା କୌଣସି ଦେଶରେ ଏତେସଂଖ୍ୟକ ମାମଲା ଆସିବା ପ୍ରଥମ । ଏହାକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତିକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ତେବେ ଅନେକ ରାଜ୍ୟର ଗଭର୍ଣ୍ଣର ଲକଡାଉନକୁ କୋହଳ କରିବାକୁ ମନା କରିଦେଇଛନ୍ତି ।

ଗୁରୁବାର ଆମେରିକାରେ ୫୪,୮୭୯ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଏଗାପୂର୍ବରୁ ବ୍ରାଜିଲରେ ଗୋଟିଏ ଦିନରେ ୫୪,୭୭୧ଟି ମାମଲା ସାମ୍ନାକୁ ଆସିଥିଲା । ଦେଶର ୪୦ରୁ ୫୦ଟି ରାଜ୍ୟରେ ସଂକ୍ରମଣ ଲଗାତାର ଭାବେ ବୃଦ୍ଧି ପାଉଥିବା ସୂଚନା ମିଳିଛି । ଆରିଜୋନା, କାଲିଫର୍ଣ୍ଣିଆ, ଫ୍ଲୋରିଡା ଓ ଟେକ୍ସାସରେ ମୋଟ ୨୫ ହଜାର ନୂଆ ମାମଲା ଆସିଛି ।

ସଂକ୍ରମଣ ବଢିବା ପରେ ମାସ୍କ ପିନ୍ଧିବା ନିୟମକୁ ମାନୁ ନଥିବା ଟେକ୍ସାସବାସୀଙ୍କୁ ଗଭର୍ଣ୍ଣର ମାସ୍କ ପିନ୍ଧିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ଦେଶରେ ଲକଡାଉନ୍ ହଟିବା ପରେ ଆମେରିକା ନାଗରିକ ମାସ୍କ ନପିନ୍ଧିବା ସହ ସାମାଜିକ ଦୂରତା ମାନିନଥିଲେ ।

ଆମେରିକାରେ ୧୦ଟି ରାଜ୍ୟକୁ ଛାଡି ଅନ୍ୟ ରାଜ୍ୟରେ ଗତ ୧୪ ଦିନରେ କରୋନା ମାମଲା ଦ୍ରୁତ ଗତିରେ ବଢୁଛି । ଆମେରିକାରେ ବୁଧବାର ମଧ୍ୟ ୫୧ ହଜାର ନୂଆ ମାମଲା ସାମ୍ନାକୁ ଆସିଥିଲା । କାଲିଫର୍ଣ୍ଣିଆ, ଫ୍ଲୋରିଡା, ଟେକ୍ସାସ ଆଦିରେ ରେଷ୍ଟୁରାଣ୍ଟ, ବାର୍ ଆଦିକୁ ବନ୍ଦ କରିଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.