Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

୨୪ ଘଣ୍ଟାରେ ଭାରତରେ ସର୍ବାଧିକ କୋଭିଡ ସଂକ୍ରମିତ, ସାରା ବିଶ୍ୱରେ କରୋନା ଆକ୍ରାନ୍ତ ତାଲିକାରେ ଏବେ ଭାରତର ସ୍ଥାନ ତୃତୀୟ

3/08/2020 at 8:41 PM

ନୂଆଦିଲ୍ଲୀ, ୦୩|୦୮:  ଭାରତରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସୋମବାର ଭାରତରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୮ ଲକ୍ଷ ଅତିକ୍ରମ କରିଛି ।

ସୋମବାର ମୋଟ୍ ୫୨,୯୭୨ଜଣ କରୋନା ଆକ୍ରାନ୍ତ ଟିହ୍ନଟ ହୋଇଥିବା ବେଳେ ମୋଟ୍ ସଂଖ୍ୟା ୧୮ ଲକ୍ଷ ଅତିକ୍ରମ କରିଛି । ଏହା ହେଉଛି ଗୋଟିଏ ଦିନରେ କୌଣସି ଦେଶରେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ତୃତୀୟ ସର୍ବାଧିକ । ପୂର୍ବରୁ ଆମେରିକା ଓ ବ୍ରାଜିଲରେ ଏତେ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି ।

ଆମେରିକା, ବ୍ରାଜିଲ ଓ ଭାରତ ପରେ ପେରୁରେ ୨୧୩୫୮, କଲମ୍ବିଆରେ ୧୧୪୭୦ କେସ୍ ଓ ଦକ୍ଷିଣ ଆଫ୍ରିକାରେ ୮୧୯୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସୋମବାର ଆମେରିକାରେ ୪୭୫୧୧ଟି ନୂଆ କେସ୍ ସାମ୍ନାକୁ ଆସିଥିବା ବେଳେ ବ୍ରାଜିଲରେ ୨୫୮୦୦ ନୂଆ କେସ୍ ସାମ୍ନାକୁ ଆସିଛି । ଯାହା ଭାରତ ତୁଳନାରେ କମ୍ ।

ଜନସ୍ ହପକିନସ୍ ୟୁନିଭର୍ସିଟିର ତଥ୍ୟାନୁସାରେ, ସୋମବାରେ ଆମେରିକାରେ ୪୭,୫୧୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ବ୍ରାଜିଲରେ ୨୫,୮୦୦ କେସ୍ ଆସିଛି ।

ସେହିପରି ଦେଶରେ କରୋନା ପଜିଟିଭ୍ ମାମଲା ୧୮,୦୩,୬୯୫ରେ ପହଁଚିଥିବା ବେଳେ ୩୮୧୩୫ଜଣ ପ୍ରାଣ ହରାଇଛନ୍ତି । ଏହାସହ ଗତ ୨୪ ଘଣ୍ଟାରେ ୭୭୧ଜଣଙ୍କର ଜୀବନ ଯାଇଛି । ଏତତ୍ ବ୍ୟତୀତ ସାରା ବିଶ୍ୱରେ ପ୍ରାୟ ୧ କୋଟି ୮୦ ଲକ୍ଷରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇତିବା ବେଳେ ୬୯୦,୦୦୦ଜଣପ୍ରାଣ ହରାଇଛନ୍ତି  ।

   Related Posts