Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

କମୁନି କରୋନା ଆତଙ୍କ: ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୨୪୮୭୯ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ, ୪୮୭ଜଣଙ୍କ ମୃତ୍ୟୁ

9/07/2020 at 7:30 AM

ନୂଆଦିଲ୍ଲୀ, ୦୯|୦୭: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୭ ଲକ୍ଷ ୬୭ ହଜାର ୨୯୬ରେ ପହଁଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୨୪୮୭୯ ନୂଆ ମାମଲା ସାମ୍ନାକୁ ଆସିଛି । ଏହାସହ ୪୮୭ଜଣ ପ୍ରାଣ ହରାଇଛନ୍ତି ।

କରୋନା ଆତଙ୍କ ଥମିବାର ନାଁ ନେଉନାହିଁ । ହୁହୁ ହୋଇ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଏବେସୁଦ୍ଧା ଦେଶରେ ୧ କୋଟି ୪ ଲକ୍ଷ ୭୩ ହଜାର ୭୧୧ଟି ଟେଷ୍ଟ୍ ହୋଇଥିବା ବେଳେ କେବଳ ୭ ଜୁଲାଇରେ ୨ ଲକ୍ଷ ୬୨ ହଜାର ୬୭୯ଟି ସାମ୍ପୁଲ୍ ଟେଷ୍ଟ ହୋଇଛି ।

ତେବେ ଦିଲ୍ଲୀରେ ଏକ ଭଲ ଖବର ସାମ୍ନାକୁ ଆସିଛି । ନୂଆ ଆକ୍ରାନ୍ତଙ୍କଠୁ ପ୍ରାୟ ଦ୍ୱିଗୁଣା ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୨୦୩୩ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୩୯୮୨ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୧ ଲକ୍ଷ ୫୫ ହଜାରରୁ ଅଧିକ ରହିଛି । ୫ ଲକ୍ଷ୫୧ ହଜାର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦ ଲକ୍ଷରୁ ଅଧିକ ସୁସ୍ଥ ହୋଇଛନ୍ତି । ସକ୍ରିୟ ମାମଲା ୪୫ ଲକ୍ଷ ୭୯ ହଜାର ରହିଛି ।

   Related Posts