ବର୍ଷର ଆରମ୍ଭରେ ଭାରତରେ ଜନ୍ମ ହେଲେ ବିଶ୍ୱର ସର୍ବାଧିକ ଶିଶୁ, ଜାଣନ୍ତୁ କେତେ
1/01/2019 at 9:18 PM

ଦିଲ୍ଲୀ ୧/୧ : ଜାତିସଂଘ ଭାରତକୁ ଏକବିଂଶ ଶତାବ୍ଦୀର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ହେବ ବୋଲି ପୂର୍ବାନୁମାନ କରିଥିଲା | ସେହିକଥା ବୋଧେ ସତ ହେବାକୁ ଯାଉଛି | କାରଣ ବର୍ଷ ଆରମ୍ଭରେ ଆଜି ଭାରତରେ ଜନ୍ମ ହୋଇଛନ୍ତି ୬୯୯୪୪ ଶିଶୁ | ସମଗ୍ର ବିଶ୍ୱରେ ଶିଶୁ ଜନ୍ମ ହାର ଅନୁସାରେ ଭାରତରେ ୧୮ ପ୍ରତିଶତ ଶିଶୁ ଆଜି ଜନ୍ମ ଗ୍ରହଣ କରିଥିବା ଜଣାପଡିଛି | ଚୀନରେ ଆଜି ଜନ୍ମ ହୋଇଛନ୍ତି ୪୪୯୪୦ ଶିଶୁ ଏବଂ ନାଇଜେରିଆରେ ଜନ୍ମ ହୋଇଛନ୍ତି ୨୫୬୮୫ ଶିଶୁ | ସେହି କ୍ରମରେ ଭାରତର ପଡୋଶୀ ଦେଶ ପାକିସ୍ତାନ ଅଛି ଚତୁର୍ଥ ସ୍ଥାନରେ | ପାକିସ୍ତାନରେ ଆଜି ଜନ୍ମ ହୋଇଛନ୍ତି ୧୫୧୧୨ ଶିଶୁ | ଆଜିର ଶିଶୁ ଜନ୍ମ ହାରରେ ସବୁଠୁ ଶେଷରେ ଅଛି ବାଂଲାଦେଶ | ବାଂଲାଦେଶରେ ଆଜି ଜନ୍ମ ହୋଇଛନ୍ତି ୮୪୨୮ ଶିଶୁ |

ବିଶ୍ୱର ଜନସଂଖ୍ୟା ହିସାବରେ ଚୀନ ସବୁଠୁ ଉର୍ଦ୍ଧ୍ବରେ ଥିବାବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଭାରତ | ତେବେ ୨୦୨୪ ମସିହା ବେଳକୁ ଭାରତକୁ ବିଶ୍ୱର ସବୁଠାରୁ ଜନବହୁଳ ରାଷ୍ଟ୍ର ଭାବେ ଗଣନା କରାଯିବ ବୋଲି ଆଶା କରାଯାଉଛି |
