Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସନ୍ ଧରି ଫେରୁଥିଲେ, ଓଲଟି ଗଲା ଟ୍ରାକ୍ଟର ଡାଲା, ୨ ମୃତ
  • ||
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||

ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ରୁଟି, ପରଟା GST, ସରକାରଙ୍କୁ ଲୋକେ ପଚାରୁଛନ୍ତି ପାତର ଅନ୍ତର କାହିଁକି ?

13/06/2020 at 3:05 PM

ବେଙ୍ଗାଲୁରୁ ୧୩।୬:  ରୁଟି ଓ ପରଟା ମଧ୍ୟରେ କୌଣସି ପ୍ରଭେଦ ନାହିଁ। ତେବେ ସେବା ଓ ସାମଗ୍ରୀ କର( ଜିଏସଟି) ପ୍ରଥମ ଥର ଏଥିରେ ପାର୍ଥକ୍ୟ ସୃଷ୍ଟି କରିଛନ୍ତି। ଅଥରିଟି ଅଫ ଆଡଭାନ୍ସ ରୁଲିଂ (ଏଏଆର) କର୍ଣ୍ଣାଟକ ବେଞ୍ଚ ପରଟାକୁ ଜିଏସଟିର ୧୮ପ୍ରତିଶତ ସ୍ଲାବରେ ରଖିଛନ୍ତି। ତେବେ ରୁଟି ୫ପ୍ରତିଶତ ସ୍ଲାବରେ ଥିବା ଜଣାପଡିବା ପରେ ଏବେ ସୋସିଆଲ ମିଡିଆରେ ରୁଟି-ପରଟା ଟ୍ରେଣ୍ଡ କରୁଛି। ଏଥିଲାଗି ଲୋକେ ପୋଷ୍ଟ କରୁଥିବା ମିମ୍ସ ଚର୍ଚ୍ଚାର ବିଷୟ ପାଲଟିଛି।

ମିଳିଥିବା ସୂଚନା ଅନୁସାରେ ଏକ ଘରୋଇ ଖାଦ୍ୟ ପ୍ରସ୍ତୁତିକାରୀ କମ୍ପାନୀ ପରଟାକୁ କାକରା, ସାଧା ଚପାତି ଅଥବା ରୁଟି କ୍ୟାଟେଗୋରୀରେ ରଖାଯିବ ଉଚିତ ବୋଲି ନିବେଦନ କରିଥିଲା। ତେବେ ଏଏଆର ଏହାକୁ ଅଗ୍ରାହ୍ୟ କରିବା ସହ ରୁଟି ଓ ପରଟା ମଧ୍ୟରେ ଶୁଳ୍କ ପାର୍ଥକ୍ୟ କରିଛନ୍ତି। ଜିଏସଟି କାଉନସିଲଙ୍କ ଏପରି ନିଷ୍ପତ୍ତିରେ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ଦେଶ ଏବେ ଅନେକ ସମସ୍ୟା ଦେଇ ଗତି କରୁଛି। ତେବେ ଆମେ ପରଟାକୁ ନେଇ କେତେ ଚିନ୍ତିତ ତାହା ଏହି ନିଷ୍ପତ୍ତିରୁ ଜଣାପଡିଯାଉଛି ବୋଲି ଉଲ୍ଲେଖ କରିଛନ୍ତି।

ତେବେ ରୁଟି ଓ ପରଟା ଶୁଲ୍କକୁ ପାର୍ଥକ୍ୟକୁ ଅନେକ ବିରୋଧ କରିଛନ୍ତି। ଆମେ କଣ ଖାଇବୁ ନ ଖାଇବୁ ସେ ସମ୍ପର୍କରେ ସରକାର ନିଷ୍ପତ୍ତି ନେବାର ଆବଶ୍ୟକତା ନାହିଁ ବୋଲି ଅନେକ ଉଲ୍ଲେଖ କରିଛନ୍ତି। ତେବେ ରେଡି ଟୁ କୁକ୍ ଉତ୍ପାଦ ପ୍ରସ୍ତୁତ କରୁଥିବା ବେଙ୍ଗାଲୁରର ଆଇଡି ଫ୍ରେସଫୁଡ ପ୍ରାଇଭେଟ ଲିମିଟେଡଙ୍କ ପିଟିସନ ହିଁ ଏହି ତମାମ କାଣ୍ଡର ମୂଳ ବୋଲି ଜଣାପଡିଛି। କମ୍ପାନୀ ଗହମରୁ ପ୍ରସ୍ତୁତ ରୁଟି ଓ ପରଟା ଲାଗି ଏକପ୍ରକାର ଶୁଳ୍କ ବ୍ୟବସ୍ଥା ଲାଗି ପିଟିସନ ଫାଇଲ କରିବା ପରେ ହିଁ ଖାଦ୍ୟପଦାର୍ଥ ଶୁଳ୍କରେ ଏପରି ପରିବର୍ତ୍ତନ ଲାଗି ବେଞ୍ଚ ସୁପାରିଶ କରିଥିବା ଜଣାପଡିଛି।

   Related Posts