February ରେ ଆହୁରି କମିଲା ଇନ୍ଧନ ଚାହିଦା, ସେପ୍ଟେମ୍ବର ସ୍ତରରୁ ବି ଖସିଲା ତଳକୁ

Published By : Prameya-News7 Bureau | March 12, 2021 IST

ନୂଆଦିଲ୍ଲୀ ୧୨।୩: ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଲଗାତାର ବୃଦ୍ଧି ଏବେ ଚାହିଦା ହ୍ରାସର କାରଣ ପାଲଟିଛି। ଫେବୃଆରୀରେ ଇନ୍ଧନ ଚାହିଦା ପ୍ରାୟ ୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଥିଲା। ସେପ୍ଟେମ୍ବର ମାସ ପରେ ଦେଶରେ ତୈଳ ଚାହିଦାର ଏହା ସର୍ବନିମ୍ନ ସ୍ତର ବୋଲି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟଙ୍କ ପେଟ୍ରୋଲିୟମ ଯୋଜନା ଓ ବିଶ୍ଲେଷଣ ପ୍ରକୋଷ୍ଠ (ପିପିଏସି) ଆକଳନ କରିଛନ୍ତି। ପିପିଏସିଙ୍କ ଅନୁସାରେ ଫେବୃଆରୀରେ ପେଟ୍ରୋଲିୟମ ଉତ୍ପାଦର ମୋଟ ଉପଯୋଗ ହାର ୪.୯ ପ୍ରତିଶତ ହ୍ରାସ ହୋଇଛି।

ଫେବୃଆରୀ ମାସ ପ୍ରଥମ ସପ୍ତାହରୁ ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ଆରମ୍ଭ ହୋଇଥିଲା। ମାସ ସରିବା ବେଳକୁ ଉଭୟ ପେଟ୍ରୋଲିୟମ ପଦାର୍ଥର ମୂଲ୍ୟ ଐତିହାସିକ ସ୍ତରରେ ପହଞ୍ଚିସାରିଥିଲା। ତେବେ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଘୋଷଣା ଲାଗି ମୂଲ୍ୟ ବୃଦ୍ଧି ସ୍ଥଗିତ ରହିଥିଲେ ବି ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବର୍ତ୍ତମାନ ସମୟର ସବୁଠୁ ଉଚ୍ଚତମ ସ୍ତରରେ କାରବାର ହେଉଛି।

{"id":421932,"sizeSlug":"large","linkDestination":"none"}

ଦେଶରେ ସବୁଠୁ ଅଧିକ ଉପଯୋଗ ହେଉଥିବା ଇନ୍ଧନ ଡିଜେଲର ଚାହିଦା ଫେବୃଆରୀରେ ୮.୫ ପ୍ରତିଶତ ହ୍ରାସ ହୋଇ ୬୫.୫ଲକ୍ଷ ଟନକୁ ପହଞ୍ଚିଛି। ସେହିପରି ପେଟ୍ରୋଲ ବିକ୍ରି ୬.୫ ପ୍ରତିଶତ ହ୍ରାସ ହୋଇ ୨୪ଲକ୍ଷ ଟନକୁ ପହଞ୍ଚିଛି। ତେବେ ନାପଥା ଚାହିଦା ଓ ବିକ୍ରିରେ କୌଣସି ପରିବର୍ତ୍ତନ ହୋଇନଥିବା ବେଳେ ସଡକ ନିର୍ମାଣରେ ଉପଯୋଗ ହେଉଥିବା ବିଟୁମେନ ଚାହିଦା ୧୧ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଛି। ତେବେ ମୂଲ୍ୟ ବୃଦ୍ଧି ସତ୍ତ୍ୱେ ଏହି ସମୟରେ ରୋଷେଇ ଗ୍ୟାସ୍ ଏଲପିଜି ବିକ୍ରିରେ ୭.୬ ପ୍ରତିଶତ ଅଭିବୃଦ୍ଧି ହୋଇଛି।

ସେପଟେ ଅଶୋଧିତ ତୈଳ ଯୋଗାଣକାରୀ ସମୂହ  ଓପେକ୍‌ ଗୁରୁବାର ଜାରି କରିଥିବା ରିପୋର୍ଟରେ ଭାରତର ତୈଳ ଚାହିଦା ୨୦୨୧ରେ ବୃଦ୍ଧି ହେବ ବୋଲି ଆକଳନ କରାଯାଇଛି। ଏଥିରେ ଦେଶର ଅଶୋଧିତ ତୈଳ ଚାହିଦା ୧୩.୬ ପ୍ରତିଶତ ବଢିବ ବୋଲି ଆକଳନ କରାଯାଉଥିବା ବେଳେ ଦୈନିନ୍ଦିନ ଚାହିଦା ୪୯.୯ଲକ୍ଷ ବାରଲରେ ପହଞ୍ଚିବ ବୋଲି ଏକ ଅନୁମାନ କରାଯାଇଛି।

{"id":421933,"width":579,"height":324,"sizeSlug":"large","linkDestination":"none"}

କୋଭିଡ-୧୯ ଲକଡାଉନ ଯୋଗୁ ଦେଶର ତୈଳ ଚାହିଦା ୨୦୨୦ରେ ହ୍ରାସ ହୋଇଥିବା ବେଳେ ଦୈନିକ ୪୪ଲକ୍ଷ ବ୍ୟାରେଲକୁ ଖସି ଆସିଥିଲା। ତେବେ ୨୦୨୧ରେ ଭାରତର କୋଭିଡ ସଂକ୍ରମଣ ହ୍ରାସ ଅଶୋଧିତ ତୈଳ  ବଜାର ପରିଦୃଶ୍ୟକୁ ବଦଳାଇ ଦେବ ବୋଲି ଓପେକ ସମୂହ ରିପୋର୍ଟରେ ଆକଳନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.