Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଏଥର ଡ଼ିଗ୍ରୀ କଲେଜ ଛାତ୍ରଛାତ୍ରୀ ମାଗଣାରେ ପଢିବେ ଆଇଟି ପାଠ, ଉଚ୍ଚ ଶିକ୍ଷା ବିଭାଗ ଏବଂ ମୁମ୍ବାଇର ସ୍ପୋକେନ୍ ଟ୍ୟୁଟରାଲ ମଧ୍ୟରେ ହେଲା ଏମଓୟୁ

30/01/2019 at 7:16 PM

ଭୁବନେଶ୍ବର୩୦|୧: ଆଇଟି ସମ୍ପର୍କିତ ପ୍ରୋଗ୍ରାମିଂ ପାଠ ପଢିବେ ଡିଗ୍ରୀ କଲେଜ ଛାତ୍ରଛାତ୍ରୀ । ଏଥିପାଇଁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ମୁମ୍ବାଇର ସ୍ପୋକେନ୍ ଟ୍ୟୁଟରାଲ ସହ ଏମଓୟୁ ସ୍ବାକ୍ଷର କରିଛି । ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । …

ଡ଼ିଗ୍ରୀ  କଲେଜ ଛାତ୍ରଛାତ୍ରୀ ପଢିବେ ଆଇଟି ପାଠ । ଏଥିପାଇଁ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଏବଂ ମୁମ୍ବାଇର ସ୍ପୋକେନ୍ ଟ୍ୟୁଟରାଲ ସହ ଏମଓୟୁ ହୋଇଛି । ଇଡ଼କଲ ଭବନରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାଶଙ୍କ ଉପସ୍ଥିତିରେ ବର୍ଷକ ପାଇଁ ସ୍ବାକ୍ଷର ହୋଇଛି ଚୁକ୍ତିନାମା । ପ୍ରାଥମିକ ପର୍ଯ୍ୟାୟରେ ଶହେଟି ଡ଼ିଗ୍ରୀ କଲେଜରେ ଆଇଟି ସଂପର୍କିତ ଶିକ୍ଷା ପ୍ରଦାନ କରାଯିବ । ଏଥିପାଇଁ କଲେଜ୍ ପିଛା ୨୫ ହଜାର ଟଙ୍କା ଗଣିବେ ସରକାର ।  ଛାତ୍ରଛାତ୍ରୀଙ୍କୁ କୌଣସି ଫି ଦେବାକୁ ପଡ଼ିବନି । ସ୍ପୋକେନ୍ ଟ୍ୟୁଟରାଲ ହେଉଛି ଆଇଆଇଟି ମୁମ୍ବାଇ ଦ୍ବାରା ସ୍ବୀକୃତିପ୍ରାପ୍ତ ସଂସ୍ଥା ।

ଏହି କୋର୍ସ ସମ୍ପୂର୍ଣ ଅନଲାଇନ୍ ରେ ପଢାଯିବ ।  ଅନଲାଇନ୍ ରେ ହେବ ପରୀକ୍ଷା । ଏଥିପାଇଁ ସ୍ପୋକେନ୍ ଟ୍ୟୁଟରାଲ ଅଡ଼ିଓ, ଭିଡ଼ଓ ଷ୍ଟଡ଼ି ମ୍ୟାଟେରିଆଲ ଯୋଗାଇ ଦେବ । କଲେଜ ମାନଙ୍କରେ ଥିବା କମ୍ପ୍ୟୁଟରରେ ଏହି ଶିକ୍ଷା ଦିଆଯିବ । ଇଂରାଜୀ ସହ ଓଡ଼ିଆ ମାଧ୍ୟମରେ ଏହି ପଠ୍ୟକ୍ରମ ଉପଲବ୍ଧ ହେବ ।

ଏହି କୋର୍ସ ଆଇଟି କ୍ଷେତ୍ରରେ ପିଲାଙ୍କ ଜ୍ଞାନ ବୃଦ୍ଧି କରିବ । ତେବେ ପିଲା କେତେ ମାତ୍ରାରେ ଏହାକୁ ଗ୍ରହଣ କରିପାରୁଛନ୍ତି ଦେଖିବାକୁ ବାକି ରହିଲା ।

   Related Posts