ଭୁବନେଶ୍ୱର ୨୨।୮: ଚଳିତବର୍ଷ ରାଜ୍ୟର କୌଣସି ବିଶ୍ୱବିଦ୍ୟାଳୟ କି ମହାବିଦ୍ୟାଳୟର ଛାତ୍ରସଂସଦ ନିର୍ବାଚନ ହେବନାହିଁ । ଉଚ୍ଚ ଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଥିବା ବେଳେ ଏ ନେଇ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି ଓ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ସୂଚିତ କରିଛନ୍ତି। ତେବେ ଛାତ୍ର ସଂସଦର ବିଭିନ୍ନ ପଦପଦବୀକୁ ମନୋନୟନ ମାଧ୍ୟମରେ ପୁରଣ କରାଯିବାରେ କୌଣସି ଆପତ୍ତି ନାହିଁ ବୋଲି ଉଚ୍ଚଶିକ୍ଷା ବିଭାଗ ଜଣାଇ ଦେଇଛନ୍ତି। ଛାତ୍ର ସମାଜର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଉଚ୍ଚ ଶିକ୍ଷା ବିଭାଗ। ଏଣୁ ଛାତ୍ର ସଂସଦ ନିର୍ବାଚନ ବାତିଲ ହୋଇଥିବା ବେଳେ କଲେଜ ଓ ୟୁନିଭର୍ସିଟିମାନେ ଛାତ୍ରପ୍ରତିନିଧି ମନୋନୟନ ଉପରେ ଏବେ ଗୁରୁତ୍ୱ ଦେବେ ।
ରାୟବରେଲିରୁ ପ୍ରିୟଙ୍କା ଓହ୍ଲାଇଲେ ତାଙ୍କ ବିରୋଧରେ ଲଢ...