ହାଇକୋର୍ଟରେ ସ୍ଥାଇ ବେଞ୍ଚ ପ୍ରସଙ୍ଗ

Published By : Prameya-News7 Bureau | August 06, 2018 IST

ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଅବହେଳାକୁ ଦାୟୀ କରିଛନ୍ତି, ବରିଷ୍ଠ ବିଜେପି ନେତା, ସୁରେଶ ପୂଜାରୀ। ମୁଖ୍ୟମନ୍ତ୍ରୀ ୨୦୧୪ ମସିହାରେ କେବଳ ଏକ ଚିଠି ଲେଖି ଚୁପ୍ ବସିରହିଥିବା ବେଳେ, ଏବେ କେନ୍ଦ୍ର ସରକାରଙ୍କ ଅବହେଳାରୁ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହୋଇପାରୁନଥିବା କହିବା ଦୁର୍ଭାଗ୍ୟ ଜନକ ବୋଲି ସେ କହିଛନ୍ତି। ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାରଙ୍କ ନିକଟକୁ, କମ୍ପୋଜିଟ୍ ପ୍ରପୋଜାଲ୍ ପଠାଇ ନାହାଁନ୍ତି। ଏହା ପଠାଇବା ପରେ, ହିଁ କେନ୍ଦ୍ର ସରକାରଙ୍କ ଦାୟୀତ୍ବ ଆରମ୍ଭ ହେବ । ନିର୍ବାଚନ ଆସନ୍ନ ସମୟରେ, ସାରା ପଶ୍ଚିମଓଡିଶାର ଓକିଲଙ୍କ ସମେତ ସାଧାରଣ ଜନତାଙ୍କ କ୍ରୋଧକୁ ବାଟବଣା କରିବାକୁ, ଆଜିର ଆଲୋଚନାରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଦାୟୀ କରିଛନ୍ତି। ହେଲେ ସମସ୍ତଙ୍କୁ ଠକି ହେବ, ଓକିଲମାନଙ୍କ ନୁହେଁ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.