Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

‘ବିତର୍କ ପରିବର୍ତ୍ତେ ଚିକିତ୍ସାରେ ସମୟ ଲଗାଅ’, ରାମଦେବଙ୍କ ବିରୋଧରେ ଡିଏମଏର ଆବେଦନ ଉପରେ ଏମିତି କହିଲେ ହାଇକୋର୍ଟ

3/06/2021 at 4:17 PM

ନୂଆଦିଲ୍ଲୀ ୩/୬: ଏଲୋପାଥିକୁ ନେଇ ଯୋଗଗୁରୁ ରାମଦେବ ବିବାଦୀୟ ମନ୍ତବ୍ୟ ଦେବା ପରଠୁ ଦେଶରେ ଚର୍ଚ୍ଚା ଆଲୋଚନା ଚାଲିଛି। ମାମଲା ଏବେ କୋର୍ଟରେ ପହଞ୍ଚିଥିବା ବେଳେ ଶୁଣାଣି ମଧ୍ୟ ହେଉଛି। ଗୁରୁବାର ଦିଲ୍ଲୀ ହାଇକୋର୍ଟ ବାବା ରାମଦେବଙ୍କୁ ନୋଟିସ୍‌ ପଠାଇଛନ୍ତି। ତେବେ  ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷରେ ରାମଦେବ କୌଣସି ବୟାନ ଦେଇପାରିବେ ନାହିଁ ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ। ଦିଲ୍ଲୀ ମେଡିକାଲ ଆସୋସିଏସନ (ଡିଏମଏ) ପକ୍ଷରୁ  ଦାଏର ମୋକଦ୍ଦମା ଉପରେ ଶୁଣାଣି କରିଛନ୍ତି ଦିଲ୍ଳୀ ହାଇକୋର୍ଟ।

ବିବାଦୀୟ ବୟାନକୁ ନେଇ ରାମଦେବ ନିଃସର୍ତ୍ତ କ୍ଷମା ମାଗିବାକୁ ମଧ୍ୟ ଡାକ୍ତର ସଂଘ ଦାବି କରିଥିଲା। ମୋକଦ୍ଦମା ବଦଳରେ ଆବେଦନ ଦାଖଲ କରିବାକୁ ଡିଏମଏକୁ କହିଛନ୍ତି ହାଇକୋର୍ଟ। ଶୁଣାଣି ସମୟରେ କୋର୍ଟରେ ବହୁ ତର୍କ ବିତର୍କ ହୋଇଛି। କୋର୍ଟ ଡିଏମଏକୁ କହିଛନ୍ତି, ‘ଆପଣମା​‌ନେ କୋର୍ଟଙ୍କ ସମୟ ନଷ୍ଟ ନକରି ମହାମାରୀର ଚିକିତ୍ସା ପଦ୍ଧତି ଖୋଜିବା ଉପରେ ସମୟ ଦେବା ଦରକାର।’

ଅନ୍ୟପଟେ ଡିଏମଏ ପକ୍ଷରୁ କୋର୍ଟ‌ରେ କୁହାଯାଇଛି, ‘ରାମଦେବଙ୍କ ମନ୍ତବ୍ୟ ଡିଏମଏର ସଦସ୍ୟଙ୍କୁ ପ୍ରଭାବିତ କରୁଛି। ସେ କହୁଛନ୍ତି ଏହି ବିଜ୍ଞାନ (ଏଲୋପାଥି) ନକଲି। ଶୂନ୍ୟ ପ୍ରତିଶତ ମୃତ୍ୟୁ ହାର ସହ କୋଭିଡ ଚିକତ୍ସା କ୍ଷେତ୍ରରେ କରୋନିଲ୍‌କୁ ନେଇ ମିଥ୍ୟା ପ୍ରଚାର କରୁଛନ୍ତି ରାମଦେବ। ସରକାର କରୋନିଲ୍‌ର ବିଜ୍ଞାପନ କରିବାକୁ ମନା କରିଛନ୍ତି। ତାପରେ ମଧ୍ୟ ସେ ୨୫୦ କୋଟି ଟଙ୍କାରେ କରୋନିଲ୍‌ ବିକ୍ରି କରିସାରିଛନ୍ତି।’

ଏହା ଉପରେ କୋର୍ଟ କହିଛନ୍ତି, ‘କାଲି ମୋତେ ଲାଗିବ ହୋମିଓପାଥି ନକଲି। ଏହା ଏକ ମନ୍ତବ୍ୟ। ଏହା ବିରୋଧରେ ମକୋଦ୍ଦମା​‌ କେମିତି ଦାଏର କରାଗଲା ? ଏହା ଏକ ଜନହିତ ଆବେଦନ (ପିଆଇଏଲ) ହେବା ଦରକାର।’ ଆଗକୁ ଆହୁରି କୋର୍ଟ କହିଛନ୍ତି, ଯଦି ପତଞ୍ଜଳୀ ନିୟମ ଉଲ୍ଲଂଘନ କରିଛି ତେବେ କାର୍ଯ୍ୟାନୁଷ୍ଠାନ ସରକାର ଗ୍ରହଣ କରିବେ । ଏହା ସହ କରୋନିଲ୍‌ ଉପରେ କୋର୍ଟ ନିଷ୍ପତ୍ତି କରିପାରିବେ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ତେବେ ମାମଲାର ପରବର୍ତ୍ତୀ ଶୁଣାଣି ୧୩ ଜୁଲାଇରେ ହେବ ବୋଲି ଜଣାପଡ଼ିଛି ।    

   Related Posts