କଂଗ୍ରେସର ୬ଘଣ୍ଟିଆ ବନ୍ଦ ଡାକରା ପ୍ରସଙ୍ଗ : ଜୋରଜବରଦସ୍ତ ବନ୍ଦ କରିପାରିବ ନାହିଁ : ହାଇକୋର୍ଟ

Published By : Prameya-News7 Bureau | November 11, 2021 IST

କଟକ ୧୧।୧୧: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ କଂଗ୍ରେସର ବନ୍ଦ ଡାକରାକୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ । ବନ୍ଦ ନାଁର କାହାକୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଦ୍ଵାରା ପ୍ରଣୀତ ଗାଇଡ୍ ଲାଇନ୍ କୁ କଡାକଡି ଭାବେ ପାଳନ କରିବାକୁ କୋର୍ଟ କହିଛନ୍ତି । ସାଧାରଣ ଜୀବନ ଯାତ୍ରା ଯେପରି ପ୍ରଭାବିତ ନହୁଏ ସେଥିପ୍ରତି ଧ୍ୟାନ ଦିଆଯିବ । ବନ୍ଦ ଶାନ୍ତିପୂର୍ଣ୍ଣ ହେବା ଆବଶ୍ୟକ ବୋଲି ହାଇକୋର୍ଟ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.