ନିୟମିତ ପ୍ରାକ୍ଟିସ କରୁଥିବା ଓକିଲମାନଙ୍କୁ ହାଇକୋର୍ଟ ଜଜ ଭାବରେ ନିଯୁକ୍ତି ଦାବି ; ୧୭ ତାରିଖରୁ କୋର୍ଟ ବର୍ଜନ ଧମକ
6/06/2019 at 7:18 PM

କଟକ୬\୬: ଓଡିଶା ହାଇକୋର୍ଟରେ ନିୟମିତ ପ୍ରାକ୍ଟିସ କରୁଥିବା ଓକିଲମାନଙ୍କୁ ହାଇକୋର୍ଟ ଜଜ ଭାବରେ ନିଯୁକ୍ତି କରାଯିବା ନେଇ ହାଇକୋର୍ଟ ବାର ଆସୋସିଏସନ ଦାବି ଦୋହରାଇଛି। ନିକଟରେ ହାଇକୋର୍ଟ କଲିଜିଅମ ଖାଲିଥିବା ଜଜ ପଦବୀ ପୁରଣ ନେଇ କେତେକଙ୍କ ନାଁ ସୁପାରିଶ କରିଛି। ତେବେ ଏଥିରେ ହାଇକୋର୍ଟରେ ନିୟମିତ ଭାବରେ ପ୍ରାକ୍ଟିସ କରୁନଥିବା ଲୋକଙ୍କ ନାଁ ମଧ୍ୟ ରହିଛି। ଏହାକୁ ନେଇ ବାର ଆସୋସିଏସନ ଆପତ୍ତି ଉଠାଇଛି। ଏନେଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ଗଭର୍ଣ୍ଣରଙ୍କ ସମେତ ମୁଖ୍ୟ ବିଚାରପତିଙ୍କୁ ମେମୋରେଣ୍ଡମ୍ ଦିଆଯାଇଛି। ଏହି ନିଷ୍ପତ୍ତିର ପୁନର୍ବିଚାର କରା ନକଲେ ଆସନ୍ତା ୧୭ ତାରିଖରେ ଆସୋସିଏସନ୍ କଲିଜିଅମର ସଦସ୍ୟ ଥିବା ସମସ୍ତ ଜଜଙ୍କ କୋର୍ଟ ବର୍ଜନ କରିବ ବୋଲି ଧମକ ଦେଇଛି।