Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ଜୁନାଗଡ ନିୟନ୍ତ୍ରିତ ବଜାର କମିଟି ଦୁର୍ନୀତି – କାର୍ଯ୍ୟାନୁଷ୍ଠାନ ପାଇଁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

27/01/2020 at 7:25 PM

କଳାହାଣ୍ଡି ୨୭।୦୧ – ଜୁନାଗଡ ନିୟନ୍ତ୍ରିତ ବଜାର କମିଟି ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ସୁଚନା ଅଧିକାର ଆଇନ ବଳ ରେ ହସ୍ତଗତ ରିପୋର୍ଟରେ ସାମାଜିକ କର୍ମୀ ଙ୍କ ଆବେଦନକୁ ନେଇ ଏହି ନିର୍ଦେଶ ଦେଇଛନ୍ତି ହାଇକୋର୍ଟ। ତ୍ରିଲୋକ୍ଷ ପାଣିଗ୍ରାହୀ ନାମକ ଚାଷୀ ୨୦୧୬ରୁ କଳାହାଣ୍ଡି ଜିଲ୍ଲାପାଳ ଠାରୁ ରାଜ୍ୟସ୍ତରୀୟ ଅଧିକାରୀ ନିକଟରେ ଅଭିଯୋଗ କରିଥିଲେ । ୨୦୧୮ ରେ ତତ୍କାଳୀନ କମିଶନର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

 ତଦନ୍ତରେ ଦୁର୍ନୀତି ପ୍ରମାଣିତ ହୋଇଥିଲେ ବି ବର୍ତମାନ ଯାଏ  ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ । ଫଳରେ ହାଇକେ।ର୍ଟଙ୍କ ଦ୍ବାରସ୍ଥ ହେ।ଇଥିଲେ ଅଭିଯୋଗକାରୀ ।

ମାମଲାର ଶୁଣାଣି କରି ଏହି ରାୟ ପ୍ରକାଶ ପାଇଛି । ମରାମତି ,ବେଆଇନ ଦରମା ,ଗୋଦାମ ନିର୍ମ।ଣ ,ଓ ସାମଗ୍ରୀ କିଣାରେ ଚାଷୀ ଙ୍କ ଉଦ୍ଦିଷ୍ଟ ଲକ୍ଷ ଲକ୍ଷ ଟଙ୍କା କୁ ବାଟ ମାରଣା କରାଯାଇଥିବା ଦସ୍ତାବେଜ ଅଭିଯୋଗକାରୀ କୋର୍ଟ ରେ ଦାଖଲ ପରେ କୋର୍ଟ ତଦନ୍ତ ନିର୍ଦେଶ ଜାରି କରିଛନ୍ତି ।

   Related Posts