Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||
  • ପଶ୍ଚିମବଙ୍ଗ-ବାଂଲାଦେଶକୁ ମୁହାଁଇଲା ଭୀଷଣ ଅବପାତ, ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ମୁମ୍ବାଇ ସିଟି ସେଣ୍ଟର ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ମଲ୍‌ରେ ଥିଲେ ପ୍ରାୟ ୩୦୦ ଲୋକ
  • ||

ରଥଯାତ୍ରାକୁ ହାଇକୋର୍ଟଙ୍କ ସବୁଜ ସଙ୍କେତ : ଯାତ୍ରା କିଭଳି ହେବ ତାହା ରାଜ୍ୟ ସରକାରଙ୍କ ଦାୟିତ୍ବ, କୋଭିଡ କଟକଣା ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ

9/06/2020 at 1:39 PM

ପୁରୀ ୦୯।୦୫: ଦୀର୍ଘଦିନ ଧରି ଚାଲିଥିବା କଳ୍ପନାଜଳ୍ପନାରେ ଅନ୍ତ ଗଡିଛି । ଶେଷରେ ବଡଦାଣ୍ଡରେ ଗଡିବ ଜଗାର ରଥ । ଦେଶରେ କରୋନା ସ୍ଥିତି ନେଇ ରଥାଯାତ୍ରା ନେଇ ଅନେକ ସନ୍ଦେହ ସୃଷ୍ଟି କରିଥିଲା । କିନ୍ତୁ ଆଜି ମାନ୍ୟବର ହାଇକୋର୍ଟ ଆଜି ସବୁ କଳ୍ପନାଜଳ୍ପନାରେ ଅନ୍ତ ପଡିଛି । ଚଳିତ ବର୍ଷ ରଥଯାତ୍ରା ପାଇଁ ସବୁଜ ସଙ୍କେତ ଦେଲେ ହାଇକୋର୍ଟ।  ରଥଯାତ୍ରା ବନ୍ଦ ପାଇଁ ହାଇକୋର୍ଟରେ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି ।

ତେବେ ଯାତ୍ରା କିଭଳି ହେବ ତାହା ରାଜ୍ୟ ସରକାରଙ୍କ ଦାୟିତ୍ବ । କୋଭିଡ ନିୟମ ଦେଖି ଶୃଙ୍ଖଳିତ ଢଙ୍ଗରେ କେମିତି ରଥଯାତ୍ରା ହେବ ସେନେଇ ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା କରିବେ ।  କରୋନା ମହାମାରୀ ଭଳି ସ୍ଥିତିରେ ରଥଯାତ୍ରା ପାଇଁ କେଉଁ କେଉଁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର, ସେନେଇ ଆଜି ହାଇକୋର୍ଟରେ ଏକାଧିକ ମାମଲା ରୁଜୁ ହୋଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିଥିଲେ ଆଡଭୋକେଟ ଜେନେରାଲ । ପୂର୍ବରୁ ରଥ ନିର୍ମାଣ ଲାଗି କୋର୍ଟ ଅନୁମତି ଦେଇଥିଲେ ,୨୨ ତାରିଖ ସୁଦ୍ଧା ନିର୍ମାଣ କାମ ସାରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।

ସେହି ଆଧାରରେ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ହେଲେ ରଥଯାତ୍ରା ନହେଉ ବୋଲି ଦାବି ରଖି ହାଇକୋର୍ଟରେ ଏକାଧିକ ମାମଲା ରୁଜୁ ହୋଇଥିଲା। କିନ୍ତୁ ସମସ୍ତ ମାମଲାକୁ ଖାରଜ କରି ହାଇକୋର୍ଟ ରଥଯାତ୍ରା ପାଇଁ ଅନୁମତି ଦେଇଛନ୍ତି । ରଥଯାତ୍ରା ସମୟରେ ସମାଜିକ ଦୂରତା ଓ ମୁହଁରେ ମାସ୍କ ପିନ୍ଧିବା ମଧ୍ୟ ଜରୁରୀ ବୋଲି ଜଣାପଡିଛି । ରଥାଯାତ୍ରା ସମୟରେ କୋଭିଡ୍‌ କଟକଣା ମାନିବାକୁ ପରାମର୍ଶ ଦେଇଛନ୍ତି ହାଇକୋର୍ଟ ।

   Related Posts