Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜଧାନୀରୁ ୧୨ ହାଇଓ୍ବେ ଲୁଟେରା ଗିରଫ, ଗ୍ୟାଙ୍ଗରେ ୪ ଇଞ୍ଜିନିୟରିଂ ଛାତ୍ର ଓ ଜଣେ ପୂର୍ବତନ ହୋମଗାର୍ଡ଼ଙ୍କ ପୁଅ

26/04/2019 at 8:43 PM

ଭୁବନେଶ୍ବର୨୬|୪: ରାଜଧାନୀରୁ ୧୨ ହାଇଓ୍ବେ ଲୁଟେରା ଗିରଫ। ଏମାନଙ୍କ ଭିତରେ ଅଛନ୍ତି ୪ଜଣ ଇଞ୍ଜିନିୟରିଂ ଛାତ୍ର। ସେମାନଙ୍କ ପାଖରୁ ୩ଟି ନମ୍ବର ବିହୀନ ଦାମୀ ବାଇକ୍‌, ବହୁ ପରିମାଣର ସୁନାଚେନ୍‌ ଜବତ କରିଛି ଖଣ୍ଡଗିରି ପୋଲିସ।

ଦିନରେ ଇଞ୍ଜିନିୟରିଂ ପାଠ। ଆଉରାତିରେ ଛିନ୍‌ତାଇ। କେଉଁଠି ହାଇଓ୍ବେ ଉପରେ ଗାଡ଼ି ଅଟକାଇ ଲୁଟ୍‌ କରୁଛନ୍ତି ତ ଆଉ କେଉଁଠି ମର୍ଣ୍ଣିଂଓ୍ବାକରଙ୍କ ଠାରୁ ହାର ଛିଣ୍ଡାଇ ନେଉଛନ୍ତି। ସ୍ପିଡ୍‌ ବାଇକ୍‌ ଧରି ହୋଇ ଯାଉଛନ୍ତି ଫୁର ।  ଗତ କିଛି ଦିନହେଲା ନିଜ ହାତସଫେଇ ଦେଖାଇ ଆସୁଥିବା କିଛି ଇଞ୍ଜିନିୟରିଂ ଛାତ୍ରଙ୍କୁ ଏବେ ଧରିଛି ପୋଲିସ। ରାଜଧାନୀରୁ ଏବେଏବେ ଧରାପଡ଼ିଥିବା ୧୨ ହାଇଓ୍ବେ ଲୁଟେରାଙ୍କ ଭିତରେ ଅଛନ୍ତି ୪ଜଣ ଇଞ୍ଜିନିୟରିଂଛାତ୍ର। କିଛି ଟ୍ରକ୍‌ ଡ୍ରାଇଭରଙ୍କ ଠାରୁ ସୂଚନା ପାଇବା ପରେ ଏମାନଙ୍କୁ ଧରିବାକୁ ଜାଲ ବିଛାଇଥିଲା ପୋଲିସ। ଧରାପଡ଼ିଥିବା ଲୁଟେରାଙ୍କ ଭିତରେ ଜଣେ ପୂର୍ବତନ ହୋମଗାର୍ଡ଼ଙ୍କ ପୁଅବି ଅଛି। ଯିଏଗଲା୬ ମାସ ତଳେ ଏକ ଗଣ୍ଡଗୋଳ ଘଟଣାରେଜେଲ୍‌ ଯାଇ ଏବେ ଜାମିନ୍‌ରେ ଆସିଛି। ଏହି ଲୁଟେରାମାନଙ୍କଠାରୁ ପୋଲିସ ୩ଟି ନମ୍ବର ବିହୀନ ଦାମୀ ବାଇକ୍‌ ଏବଂ ବହୁ ସୁନା ଗହଣା ଜବତ୍‌ କରିଛି।

ଢ଼େର ସମୟ ହେଲା ଏହି ଲୁଟେରାମାନେ ପୋଲିସର ନିଦ ହଜାଇ ଦେଇଥିଲେ। ରାଜଧାନୀର ବିଭିନ୍ନ ଅଞ୍ଚଳରେ ଲଗାତରଲୁଟ୍‌ ଘଟଣାକୁ ନେଇ ଚିନ୍ତା ବଢ଼ିଥିଲା। ଶେଷରେ ନିଜ ଜୀବନକୁ ବାଜିରେ ଲାଗାଇ ଖଣ୍ଡଗିରି ଓ ବଡ଼ଗଡ଼ ଅଞ୍ଚଳରେ କାର୍ଯ୍ୟରତ ପିସିଆର୍‌ କର୍ମଚାରୀମାନେ ଏହି ଲୁଟେରାମାନଙ୍କୁ ଧରିବାରେ ସଫଳ ହୋଇଛନ୍ତି। ତେଣୁ ସେମାନଙ୍କୁ ସମ୍ମାନିତ କରିଛନ୍ତି ଖୋଦ୍‌ ପୋଲିସ କମିଶନର।

ବାପାମାଆଙ୍କର ସ୍ବପ୍ନସାକାର କରିବାକୁ ରାଜଧାନୀକୁ ଆସି ଇଞ୍ଜିନିୟରିଂ ପଢ଼ୁଥିବା କିଛି ଛାତ୍ର ଏବେ ନିଜର ଅଏସ୍‌ ଆରାମ୍‌ ଓ ଫେସନ ପାଇଁ ଏଭଳି ଲୁଟେରା ଗ୍ୟାଙ୍ଗ୍‌ରେ ନିଜକୁ ସାମିଲ୍ କରିଛନ୍ତି।ହେଲେ ସେମାନଙ୍କୁ ଏବେ ଏହାର ପରିଣାମ ଭୋଗିବାକୁ ପଡ଼ିବ। ନିଜର କୁକର୍ମ ପାଇଁ ଜେଲ୍‌ର ହାଓ୍ବା ଖାଇବାକୁ ପଡ଼ିବ।

   Related Posts