କେନ୍ଦ୍ରାପଡାରେ ଏଥର ହାଇଭୋଲ୍ଟେଜ୍ ଫାଇଟ୍, ଆକ୍ଟର-ହେଲିକପ୍ଟର ଲଢେଇ

Published By : Prameya-News7 Bureau | March 28, 2019 IST

କେନ୍ଦ୍ରାପଡା ୨୮|୩ : କେନ୍ଦ୍ରାପଡା ଲୋକସଭା ଆସନରେ ବିଜେଡି କାହାକୁ ପ୍ରାର୍ଥୀ କରିବ ସେନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ସବୁ ଚର୍ଚ୍ଚାର ଅନ୍ତ ଘଟାଇ କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ବିଜେଡି ଓଲିଉଡ ଷ୍ଟାର ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି । କେନ୍ଦ୍ରାପଡ଼ାରେ ଏଥର ଆକ୍ଟର-ହେଲିକପ୍ଟର ଲଢ଼େଇ ଜମିବ । ବିଜେପି ପ୍ରାର୍ଥୀ ଶିଳ୍ପପତି ବୈଜୟନ୍ତ ପଣ୍ଡାଙ୍କୁ କଡ଼ା ଟକ୍କର ଦେବେ  ବାଳୁଙ୍ଗା ଟୋକା । 

{"id":97771}

ଶିଳ୍ପପତି ଏବଂ ସୁପରଷ୍ଟାରଙ୍କ ମଧ୍ୟରେ ହେବ ଫାଇଟ୍ । ହାଇ ପ୍ରୋଫାଇଲ୍ କେନ୍ଦ୍ରାପଡା ଲୋକସଭା ଆସନରେ ହେବ ହାଇ ଭୋଲଟେଜ୍ ଲଢ଼େଇ । ବିଜେଡି ଓଲିଉଡ ଷ୍ଟାର ଅନୁଭବ ମହାନ୍ତିଙ୍କୁ ମଇଦାନକୁ ଉତାରିଛି । ବିଜେପି ଏଠାରୁ ବୈଜୟନ୍ତ ପଣ୍ଡାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି । ବିଜେଡିରୁ ଏଠାରୁ ଦୁଇ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ବୈଜୟନ୍ତ ପଣ୍ଡା । ପରିବର୍ତ୍ତିତ ପରିସ୍ଥିତିରେ ସେ ଏଥର ବିଜେପିରୁ ଲଢ଼ୁଛନ୍ତି । ତେଣୁ ତାଙ୍କୁ ମାତ୍ ଦେବାକୁ ବିଜେଡି କାହାକୁ ପ୍ରାର୍ଥୀ କରିବ ତା ଉପରେ ଥିଲା ସମସ୍ତଙ୍କ ନଜର । ମାର୍ଚ୍ଚ ୧୦ରେ କେନ୍ଦ୍ରାପଡ଼ା ବାରୋଠାରେ ଆୟୋଜିତ ମିଶନ ଶକ୍ତି ସମାବେଶରେ ଅନୁଭବ ଏଠାରୁ ପ୍ରାର୍ଥୀ ହେଉଥିବା ନେଇ ଆଭାସ ମିଳିସାରିଥିଲା । ନିଜ ବକ୍ତବ୍ୟରେ ମୁଁ କେନ୍ଦ୍ରାପଡ଼ା ଆସୁଛି ବୋଲି କହିଥିଲେ ଅନୁଭବ ।

{"id":97772}

କେନ୍ଦ୍ରାପଡ଼ା ରାଜନୀତିରେ ବେଶ୍ ପୁରୁଣା ବୈଜୟନ୍ତ । ବିଜେପି ତାଙ୍କୁ ଏଠାରୁ ପ୍ରାର୍ଥୀ କରିବା ପରେ  ବିଜେଡିର ଗୋଟି ଚାଳନାକୁ ସମସ୍ତଙ୍କ ଅପେକ୍ଷା ଥିଲା । କେନ୍ଦ୍ରାପଡ଼ା ଭୋଟରଙ୍କ ପାଇଁ ପୁରା ନୂଆ ଅନୁଭବ କେମିତି ବୈଜୟନ୍ତଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବେ ତା ଉପରେ ଏବେ ସମସ୍ତଙ୍କ ନଜର । ସୁପରଷ୍ଟାରଙ୍କ ପାଇଁ ଦଳୀୟ ଚିହ୍ନ ହିଁ କମାଲ କରିବ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ଭୋଟର ।

ହେଭି ୱେଟ୍ଙ୍କୁ ଟକ୍କର ଦେବେ ହିରୋ । ଦେଖାଯାଉ କାହା ପଲ୍ଲା ଭାରି ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.