Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||

ବାଲେଶ୍ବରରେ ହାଇଭୋଲଟେଜ୍ ପ୍ରଚାର: ମଇଦାନକୁ ଓହ୍ଲାଇଛନ୍ତି ଷ୍ଟାର୍ ପ୍ରଚାରକ, ବର୍ଷା ସତ୍ତ୍ୱେ ଜାରି ରହିଛି ପ୍ରଚାର

22/10/2020 at 6:55 PM

ବାଲେଶ୍ୱର ୨୨/୧୦ : ବାଲେଶ୍ବରରେ ଆଜି ହାଇଭୋଲଟେଜ ପ୍ରଚାର। ମଇଦାନକୁ ଓହ୍ଲାଇଲେ ଷ୍ଟାର ପ୍ରଚାରକ। ବର୍ଷା ସତ୍ବେ  ପ୍ରଚାରରେ ଦୁଲୁକୁଛି ବାଲେଶ୍ବରନିର୍ବାଚନ ମଣ୍ତଳୀ। ବିଜେଡି ଜୋର ପ୍ରଚାର କରୁଥିବାବେଳେ ଆଜି ମଇଦାନକୁ ଓହ୍ଲାଇଛନ୍ତି ବିଜେପି  ସାଂସଦ ଅପରାଜିତା ଷଡଙ୍ଗୀ ଏବଂ କଂଗ୍ରେସର ମଙ୍ଗ ଧରିଛନ୍ତି ଖୋଦ ରାଜ୍ୟକଂଗ୍ରେସ ପ୍ରଭାରୀ ଡକ୍ଟର ଚେଲ୍ଲା କୁମାର। ଏପଟେ ତିର୍ତ୍ତୋଲରେ ବି ପ୍ରଚାର କମ୍ପୁଛି। ବର୍ଷା ପାଇଁ ଟିକେ ପ୍ରଚାର ବାଧା ଉପୁଜୁଥିଲା ବେଳେ ତିନି ଦଳ ଆଜି ଘର ଘର ବୁଲି ପ୍ରଚାର କରୁଛନ୍ତି।

ବାଲେଶ୍ବରରେ ହାଇଭୋଲଟେଜ ପ୍ରଚାର। ମଇଦାନକୁ ଓହ୍ଲାଇଛନ୍ତି ଷ୍ଟାର ପ୍ରଚାରକ।  ବାଲେଶ୍ବରରେ ବର୍ଷ। ନିର୍ବାଚନୀ ପ୍ରଚାରରେ ବାଧା ସୃଷ୍ଟି କରିଛି । ତେବେ ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସର ହେଭିଓଟେ୍ ନେତା ବାଲେଶ୍ବରରେ ପହଂଚି ଚଳାଇଛନ୍ତି ପ୍ରଚାର । ବିଜେଡି ପାଇଁ ମନ୍ତ୍ରୀ ଓ ବିଧାୟକ ପ୍ରଚାର କରୁଥିବାବେଳେ ବିଜେଡି ଟିକେଟ ପାଇଁ ଅଧିକ ଆଶାୟୀ ଥିବା ବିଜେଡି ଜିଲ୍ଲା ସଭାପତି ରବି ଜେନାଙ୍କ ପତ୍ନୀ ସୁବାସିନୀ ଜେନା ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଯେଉଥିପାଇଁ ବିଜେଡି କର୍ମୀଙ୍କ ମନବଳ ବଢ଼ିଛି।  ବିଜେପି ବି ପ୍ରଚାର ଜୋରଦାର କରୁଛି । ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ ବାଲେଶ୍ବରରେ ପହଂଚି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି । ଛୋଟ ଛୋଟ ସଭା କରି ଭୋଟରଙ୍କ ମନ କିଣୁଛନ୍ତି ଖାରବେଳ । ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ମାଆ କାନ୍ଦି କାନ୍ଦି ପୁଅ ପାଇଁ ଭୋଟ ଭିକ୍ଷା କରୁଛନ୍ତି । ବିଜେପିର ଷ୍ଟାର ପ୍ରଚାରକ ଅପେକ୍ଷା ମାନସଙ୍କ ମାଆ ଭୋଟରଙ୍କୁ ବେଶୀ ଆକୃଷ୍ଟ କରୁଛନ୍ତି।   ଏପଟେ ଆଜି କଂଗ୍ରେସ ପ୍ରଚାର ମଙ୍ଗ ଧରିଛନ୍ତି ରାଜ୍ୟକଂଗ୍ରେସ ପ୍ରଭାରୀ ଡକ୍ଟାର ଚେଲ୍ଲା କୁମାର। ଏପଟେ ମହିଳା କଂଗ୍ରେସ କର୍ମୀଙ୍କ ସହ ପସିସି ସଭାପତି ନିରଂଜନ ପଟ୍ଟନାୟକ ବୈଠକ କରିଛନ୍ତି ।

ଏପଟେ  ତିର୍ତେ୍ତାଲ ନିର୍ବାଚନ ମଣ୍ତଳୀରେ ବର୍ଷା ସତ୍ତ୍ବେ ପ୍ରଚାର ଜାରି ରଖିଛନ୍ତି ତିନି ଦଳ। ବିଜେପି ବିରିଡି ପଞ୍ଚାୟତର ବିଭିନ୍ନ ଗାଁ ବୁଲି ଭୋଟରଙ୍କ ପାଖରେ ପହଁଚିଛି। କଂଗ୍ରେସ ମଧ୍ୟ ନିଜ କର୍ମୀ ମାନଙ୍କ ସହିତ ତିର୍ତ୍ତୋଲ ପଞ୍ଚାୟତର ବିଭିନ୍ନ ଗାଁରେ ବୁଲି ପ୍ରଚାର କରିଛି। ବିଜେଡ଼ି ବର୍ଷା ସତ୍ତ୍ବେ ଘର ଘର ବୁଲି ପ୍ରଚାର କରୁଥିବା ଦେଖିବାକୁ ମିଳିଛି।  ଆଜି ବିଜେଡି ପାଇଁ ପ୍ରଚାର କରିଥିଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସଵର୍ମା ।

ତିନି ଦଳର ଷ୍ଟାର ପ୍ରଚାରକ ଆସିବା ପରେ ପ୍ରଚାର ଜମିଛି।  ତେବେ ବର୍ଷା ପ୍ରଚାରର ଉଷ୍ମତାକୁ ଟିକେ ଥଣ୍ଡା କରି ଦେଇଛି । ହେଲେ ନେତାଙ୍କ ଆରୋପ ପ୍ରତ୍ୟାରୋପ ନିର୍ବାଚନୀ ମାହୋଲକୁ ଗରମ କରି ରଖିଛି।

   Related Posts