Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଅର୍ଥ ହେରଫେରକୁ ନେଇ କଲେଜରେ ହାଇଭୋଲଟେଜ ଡ୍ରାମା, ପ୍ରଥମେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ପରେ ପୁଣି ତଦନ୍ତ କରିବାକୁ କହିଲେ ଉପଜିଲ୍ଲାପାଳ

30/11/2021 at 10:00 PM

ନୀଳଗିରି ୩୦/୧୧: ନୀଳଗିରି ଉପଖଣ୍ଡ ଅଧିନ ମିତ୍ରପୁରସ୍ଥିତ ସ୍ୱର୍ଣ୍ଣଚୁଡ଼ କଲେଜରେ ଅର୍ଥ ଆତ୍ମସାତ ନେଇ ଚାଲିଛି ହାଇଭୋଲ୍ଟେଜ ଡ୍ରାମା। କଲେଜର ସଭାପତି ତଥା ଉପଜିଲ୍ଲାପାଳ ପୂର୍ବରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଥାନାରେ ମାମଲା ଦେବାକୁ ନିର୍ଦେଶ ଦେଇଥିଲେ । ପରେ ଘଟଣାକୁ ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି । ତେବେ ଘଟଣାର କଣ ରହସ୍ୟ ରହିଛି ଅଞ୍ଚଳବାସୀଙ୍କୁ ଏବେ ସନ୍ଦେହରେ ପକାଇଛି ।

ସୂଚନାଯୋଗ୍ୟ ସ୍ୱର୍ଣ୍ଣଚୁଡ଼ କଲେଜରେ କଲେଜ ଫଣ୍ଡରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । କଲେଜର ଛାତ୍ରଛାତ୍ରୀଙ୍କ ଠାରୁ ଆଦାୟ ଅର୍ଥ ବାଟମାରଣା ହୋଇଥିବା ଜଣାପଡିଥିଲା। ରିଆଡ଼ମିଶନ୍ ରସିଦରେ ଆଦାୟ ଅର୍ଥକୁ କାଟି ଓ ଧଳା ରଙ୍ଗମାରି କମାଇ ଦିଆଯାଇଥିବା ଜଣାପଡିଥିଲା। ଏହାପରେ କଲେଜର ପ୍ରିନ୍ସପାଲ, ସଭାପତି ଦାୟିତ୍ୱରେ ଥିବା ଉପଜିଲ୍ଲାପାଳଙ୍କୁ ସମସ୍ତ ଘଟଣା ବିଷୟରେ ଜଣାଇଥିଲେ। ପରେ ଉପଜିଲ୍ଲାପାଳ ଗତ ୨୫ ତାରିଖ ପତ୍ରସଂଖ୍ୟା ୪୮୧୬ ଆଧାରରେ କାର୍ଯ୍ୟରତ ଠିକା କର୍ମଚାରି ଦେଵବ୍ରତ ଦାସ ଓ ଜୁନିଅର କ୍ଲର୍କ ମିନାକ୍ଷୀ ଦାସଙ୍କ ନାମରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କ ନାମରେ ଥାନାରେ ମାମଲା ରୁଜୁ କରିବାକୁ ନିର୍ଦେଶ ଦେଇଥିଲେ। ପରେ ୨୭ ତାରିଖ ଦିନ ଦେଵବ୍ରତ ଦାସ ୫୦ହଜାର ୩୦୦ ଟଙ୍କା ଆଦାୟ କରିଥିବା ବେଳେ ୭ହଜାର ୩୯୩ ଟଙ୍କା ଜମାକରିଥିବାରୁ ୪୨ ହଜାର ୯୦୭ ଟଙ୍କା ବାଟମାରଣା କରିଥିବା ଓ ମିନାକ୍ଷୀ ଦାସ ୨୧ ଲକ୍ଷ ୨୧ହଜାର ୩୨୮ ଟଙ୍କା ଆଦାୟ କରିଥିବା ବେଳେ ୨୦ ଲକ୍ଷ ୩୭ହଜାର୯୬୮ଟଙ୍କା ଜମା କରିଥିବାରୁ ୮୩ହଜାର ୩୬୦ ଟଙ୍କା ବାଟମାରଣା କରିବା ନେଇ ଅଭିଯୋଗ ଆଣି ଦୁଇଜଣଙ୍କ ନାମରେ ନୀଳଗିରି ଥାନାରେ ପ୍ରିନ୍ସପାଲ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ଉଭୟ ଘଟଣାକୁ ଖଣ୍ଡନ କରିଛନ୍ତି। ଦେଵବ୍ରତଙ୍କ କହିବା ଅନୁସାରେ ଯାହା କିଛି ଆଦାୟ ହୁଏ ସେମାନେ ଆକାଉଣ୍ଟାଣ୍ଟଙ୍କୁ ହସ୍ତାନ୍ତର କରିଥାନ୍ତି। ଆଦାୟ ଟଙ୍କା ରସିଦରେ କାଟି ଓ ଧଳାରଙ୍ଗ ମାରି କିଏ ଟଙ୍କା କମ ଲେଖିଛି ଆମେ ଜାଣୁନା। ଏହା ଆମର ଲେଖା ନୁହଁ। ଆମକୁ ଆକ୍ରୋସ ରଖି ଫସାଇବାକୁ ଚେଷ୍ଟା କରାଯାଉଛି।

ସେପଟେ ମିନାକ୍ଷୀ ଦାସ ଥାନାରେ ପ୍ରିନ୍ସପାଲଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ପ୍ରିନ୍ସପାଲ ତାଙ୍କୁ ଖରାପ ନଜରରେ ଦେଖନ୍ତି ଆଉ ଆଜି ଛୁଟି ଦରଖାସ୍ତ ଆଣିବାକୁ ଯାଇଥିବା ବେଳେ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ଆଣିଛନ୍ତି। ଏନେଇ ସେ ନୀଳଗିରି ଥାନାରେ ଲିଖିତ ଅଭିଯୋଗ ଆଣିଛନ୍ତି। ସେପଟେ ଦୁଇ କିରାଣୀଙ୍କ ସପକ୍ଷରେ କିଛି ଗ୍ରାମବାସୀ ଲିଖିତ ଭାବେ ଦେବା ଓ ଆକାଉଣ୍ଟ ଅଫିସର ପ୍ରତିଦିନ କଣ ପାଇଁ ରସିଦ ନଦେଖି ଦୀର୍ଘ ୩ ମାସ ପରେ ଏଭଳି ଅଭିଯୋଗ ଆଣୁଛନ୍ତି ଓ ନିଜେ କାଟି ଅର୍ଥ ଆତ୍ମସାତ କରୁଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି। ଅଭିଯୋଗ ପାଇ ସେ ତୁରନ୍ତ ଏକ ନିର୍ଦେଶାନାମା ଦେଇଛନ୍ତି। ତହସିଲଦାରଙ୍କୁ ଘଟଣାର ତଦନ୍ତ କରି ୭ଦିନ ଭିତରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ ଦେଇଥିବା ବେଳେ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଦୁଇ କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର ରଖିବା ଓ ମାମଲା ପେଣ୍ଡିଂ କରିବାକୁ ପ୍ରିନ୍ସପାଲଙ୍କୁ ନିର୍ଦେଶ ଦେଇଛନ୍ତି। ତେବେ ଗତ ୨୫ ତାରିଖରେ ଗୋଟିଏ ନିର୍ଦେଶନାମା ଓ ଆଜି ଆଉ ଗୋଟିଏ ନିର୍ଦେଶନାମା ଦେବା ଘଟଣା ପରେ ଆରମ୍ବ ହୋଇଛି ହାଇଭୋଲଟେଜ୍‌ ଡ୍ରାମା। ତେବେ ଏଭଳି ଅଭିଯୋଗ ନେଇ କଲେଜର ପ୍ରିନ୍ସପାଲ ପ୍ରତାପ କୁମାର ନାୟକଙ୍କ ମତାମତ ନେବାପରେ ତାଙ୍କ ନାମରେ ଆସିଥିବା ଅଭିଯୋଗ କପୋଳକଳ୍ପିତ ବୋଲି କହିଛନ୍ତି। ସେ ସରକାରୀ ଆଇନ ଅନୁସାରେ କାର୍ଯ୍ୟ କରୁଥିବା କହିଛନ୍ତି।

   Related Posts