ଓଡିଶାର ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ବିଜେପୁରରେ ଯୋର ଧରିଛି ୩ ପ୍ରମୁଖ ଦଳର ପ୍ରଚାର

Published By : Prameya-News7 Bureau | April 15, 2019 IST

ବରଗଡ଼ ୧୫/୪ : ନିର୍ବାଚନକୁ ନେଇ ବିଜେପୁରରେ ଯୋର ଧରିଛି ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର । ବିଜେପୁର ନିର୍ବ।ଚନ ମଣ୍ଡଳୀ କେବଳ ବରଗଡ ଜିଲ୍ଳାର ନୁହେଁ, ସାରା ଓଡିଶାର ଚର୍ଚ୍ଚିତ ନିର୍ବ।ଚନ ମଣ୍ଡଳୀ । ଏହା ପଛରେ ରହିଛି ବହୁ କାରଣ । ଠିକ ବର୍ଷେ ପୂର୍ବରୁ ଏଠାକାର ସ୍ଥାନୀୟ ବିଧାୟକ ଥିବା ସୁବଳ ସାହୁଙ୍କ ଅକାଳ ବିୟୋଗ ପରେ ଅନୁଷ୍ଠିକ ହୋଇଥିଲା ଉପନିର୍ବ।ଚନ । ବିଜେପି, ବିଜେଡି, କଂଗ୍ରେସ ପ୍ରାର୍ଥୀ ଦେଇଥିଲେ ମଧ୍ୟ ଭିଡାଭିଡି ହୋଇଥିଲେ ବିଜେଡି ଓ ବିଜେପି ।

{"id":103578}

ଗାଁରେ ଡେରା ପକାଇଥିଲେ ତୁଙ୍ଗନେତା ଓ କର୍ମୀ ହାଇଟେକ ପ୍ରଚାର ସାଙ୍ଗକୁ ନେତା, ଅଭିନେତାଙ୍କ ଜମିଥିଲା ଭିଡ । ଏହା ସହିତ ନିର୍ବ।ଚନୀ ମଣ୍ଡଳୀରେ ଦଳ ବଦାଇଥିଲେ ନେତା । ଏବେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ବଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ । କୌଣସି ଉପକୂଳିଆ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡିଶାରେ ପ୍ରାର୍ଥୀ ହେବା ଓଡିଶା ଇତିହାସରେ ପ୍ରଥମ ଘଟଣା । ଏହାକୁ ବିଜେଡିର ମାଷ୍ଟରଷ୍ଟ୍ରୋକ କୁହାଯାଉଥିବା ବଳେ ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ଯୋରଦାର ଆରମ୍ଭ ହୋଇଛି କାଉଣ୍ଟର ଏଟେକ୍ । ଏଠାରେ ଚାଷୀ ଓ ବୁଣାକାରଙ୍କ ସଂଖ୍ୟା ଅଧିକ ଥିବା ବେଳେ ସେମାନେ ହିଁ ହେବେ ନିର୍ବ।ଚନର ନିର୍ଣ୍ଣ।ୟକ ଭୂମିକା ।

{"id":103579}

ଅଣକଂଗ୍ରେସର ଗଡ କୁହାଯାଉଥିବା ବିଜେପୁର ନିର୍ବ।ଚନ ମଣ୍ଡଳୀରେ କ୍ରମାଗତ ଭାବରେ ୨୦୦୪, ୨୦୦୯, ଓ ୨୦୧୪ ମସିହାରେ କଂଗ୍ରେସ ର ପ୍ରାର୍ଥୀ ଦିବଗଂତ ସୁବଳ ସାହୁ ବିଜୟୀ ହେବା ପରଠାରୁ ଅଡୁଆରେ ପଡିଥିଲା ବିଜେଡି ଦଳ । ବିଜେଡି ଦଳର ଜିଲ୍ଳାର ଟାଣୁଆ ନେତା ଅଶୋକ ପାଣିଗ୍ରାହୀ ୨୦୦୪ ମସିହାରେ ପରାଜିତ ହେବା ପରେ ୨୦୦୯ ମସିହାରେ ପ୍ରଭାତ ଆଦିତ୍ୟ ମିଶ୍ର ଓ ୨୦୧୪ ମସିହାରେ ପ୍ରସନ୍ନ ଆଚାର୍ଯୟ ପରାଜୟ ବରଣ କରିବା ପରେ ଅଡୁଆରେ ପଡିଥିଲା ବିଜେଡି ଦଳ । ଦଳ ମଧ୍ୟରେ ଥିବା ଅ’ର୍ଦନ୍ଧପଦାରେ ପଡିଯାଇଥିଲା । ସୁବଳ ସାହୁଙ୍କ ଦେହାନ୍ତ ପରେ ଦଳ ମଧ୍ୟରେ ଥିବା କୌଣସି ପ୍ରାର୍ଥୀଙ୍କୁ ଭରସା କରିପାରିନଥିଲା ବିଜେଡି ଦଳ ।

{"id":103580}

କାଳବିଳମ୍ବ ନ କରି ସ୍ବର୍ଗତ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ଦଳରେ ସାମିଲ କରି ଦଳ ମଧ୍ୟରେ ବିରୋଧ ସ୍ବର୍ତ୍ତେ ଉପନିର୍ବ।ଚନରେ ତାଙ୍କୁ ଦଳୀୟ ପ୍ରାର୍ଥୀ କରି ଏକ ନୂଆ ସମୀକରଣ ସୂଷ୍ଟି କରିଥିଲା ବିଜେଡି ଦଳ । ବିଜେଡିରୁ ଅଶୋକ ପାଣିଗ୍ରାହୀ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇ ପ୍ରାର୍ଥୀ ହୋଇଥିଲେ । ବିଜେଡି ଦଳର ତୁଙ୍ଗନେତା, କର୍ମୀ, ମନ୍ତ୍ରୀମାନେ ବିଜେପୁରରେ ଡେରା ପକାଇଥିବାରୁ ବିପୁଳ ଭୋଟରେ ବିଜୟୀ ହୋଇଥିଲେ ରୀତା ସାହୁ । ହେଲେ ଦଳ ମଧ୍ୟରେ ଅ’ର୍ଦନ୍ଧ କମିବା ବଦଳରେ ଗୋଷ୍ଠୀ କନ୍ଦଳ ତୀବ୍ରତର ହେଲା । ଏହାର ସମାଧାନର ସ୍ବତ୍ର ନ ବାହାରିବାରୁ ଶେଷରେ ଏହି ନିର୍ବ।ଚନ ମଣ୍ଡଳୀରୁ ପ୍ରାର୍ଥୀ ହଲେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଅନୁପସ୍ଥିତିରେ ନିର୍ବ।ଚନ ପରିଚାଳନା ଦାୟିତ୍ବ ସମ୍ବାଳୁଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ ଓ ବିଧାୟିକା ରୀତା ସାହୁ ।

{"id":103581}


ଓଡିଶାରେ ବିଜେଡି ଦଳ ଗଠିତ ହେବା ପରେ କେବଳ ୨୦୦୦ ମସିହାରେ ବିଜେଡି ର ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ବିଜୟୀ ହୋଇଥିବା ବଳେ ଗତ ଉପନିର୍ବ।ଚନ ରେ ବିଜେଡିର ରୀତା ସାହୁ ବିଜୟୀ ହୋଇଥିଲେ । ଏଠାରେ ଆଠ ଥର କଂଗ୍ରେସ ଦଳ ବିଜୟୀ ହୋଇଥିଲା । ବରପାଲି ବ୍ଳକ,ବରପାଲି ଏନ.ଏ.ସି,ବିଜେପୁର ବ୍ଲକ, ବିଜେପୁର ଏନ.ଏ.ସି ଓ ଗାଇସିଲେଟ ବ୍ଲକକୁ ନେଇ ନିର୍ବ।ଚନ ମଣ୍ଡଳୀ ଗଠିତ ହୋଇଥିବା ବଳେ ବିଜେପୁର ଓ ଗାଇସିଲେଟ ବ୍ଲକ ହେଉଛି ସଂପୂର୍ଣ୍ଣ ଅଣ ଜଳ ସେଚିତ ଅଞ୍ଚଳ । ସବୁ ବଳେ ଜଳ ସେଚନ ପାଇଁ ଯୋରଦାର ଦାବୀ ହେଉଥିବା ବେଳେ ଏପର୍ଯ୍ୟନ୍ତ ଜଳ ସେଚନ ପାଇଁ କୌଣସି ପାଦକ୍ଷେପ ନିଆଯାଇ ନାହିଁ । ଉପନିର୍ବ।ଚନ ସମୟରେ ଗଂଗାଧର ଉଠାଜଳ ସେଚନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ଏହି ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ ହୋଇନାହିଁ । ନିର୍ବ।ଚନ ମଣ୍ଡଳୀରେ ଦାଦନ ଶ୍ରମିକ ସମସ୍ୟା ରହିଥିବା ବଳେ ଏହାର ସଂପୂର୍ଣ୍ଣ ନିରାକରଣ ବ୍ୟବସ୍ଥା ହୋଇପାରି ନାହିଁ ।

{"id":103582}

ଏହି ନିର୍ବ।ଚନ ମଣ୍ଡଳୀ ରେ ସ୍ଥାନୀୟ ଜମିଦାର ସନତ ଗଡତିଆ ଙ୍କୁ ବିଜେପି ଦଳରୁ ପ୍ରାର୍ଥୀ କରାଯାଇଛି । ନିର୍ବ।ଚନରେ ପ୍ରାର୍ଥୀ ହେବା ତାଙ୍କ ପାଇଁ ନୂଆଁ ହୋଇଥିବା ବଳେ ସଂଗଠନ କାର୍ଯ୍ୟରେ ସେ ଧୁରନ୍ଦର ସଂଗଠକ । ତାଙ୍କ ଲୋକ ପ୍ରିୟତା ରହିଥିବା ବଳେ ଏହି ଅଞ୍ଚଳ ପାଇଁ ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ସେ ସଂଗ୍ରାମ କରିଛନ୍ତି । ଚାଷୀ ମାଉନଙ୍କ ମୂଳ ସମସ୍ୟା ସହିତ ଚାଷୀ ମାନଙ୍କ ଆତ୍ମହତ୍ୟା ପ୍ରସଙ୍ଗ , ଜଳ ସେଚନ ପାଇଁ ଆନ୍ଦୋଳନ, ଦାଦନ ଶ୍ରମିକ ସମସ୍ୟାକୁ ନେଇ ସେ ବିଭିନ୍ନ ଆନ୍ଦୋଳନ ରେ ଜଡିତ ଅଛ’ି ।

{"id":103584}

ଏବେ ଗାଁ ଗାଁ କୁ ଯାଇ ଲୋକଙ୍କୁ ଭେଟୁଛନ୍ତି ସନତ ଗଡତିଆା ଏ ମାଟିର ସନ୍ତାନକୁ ଭୋଟରେ ବିଜୟୀ ହେବା ପାଇଁ ଆର୍ଶିବାଦ ମାଗୁଛନ୍ତି ସନତ । ଚାଷୀ ମାନଙ୍କ ପାଇଁ କାଳିଆ ଯୋଜନା ଏକ ଫାର୍ଶ ବୋଲି ସେ କହିଥିବା ବଳେ ସରକାର ଚାଷୀ ବିରୋଧୀ ବୋଲି କହିଛନ୍ତି ସନତ । ଉପନିର୍ବ।ଚନ ସମୟରେ ଗଂଗାଧର ଉଠାଜଳ ସେଚନ ପ୍ରକଳ୍ପ ପାଇଁ ଭିର୍ତ୍ତିପ୍ରସ୍ଥର ସ୍ଥାପନ କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ଏହି ପ୍ରକଳ୍ପ ର ଶୁଭାରମ୍ଭ ହୋଇନାହିଁ । ତବେ ଏହି ନିର୍ବ।ଚନ ରେ ବିଜେପୁର ରେ କେ ନୂଆଁ ଇତିହାସ ସୃଷ୍ଟି କରିବ ବୋଲି କହିଛନ୍ତି ସନତ ।

{"id":103583}

ପଶ୍ଚିମ ଓଡିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେପୁରରୁ ପ୍ରାର୍ଥୀ କରି ପଲିଟିକାଲ ମାଷ୍ଟରଷ୍ଟ୍ରୋକ ମାରିଛି ବିଜେଡି । ତବେ ଉପନିର୍ବ।ଚନ ରେ ଲୋକମାନଙ୍କୁ ଦିଆଯାଇଥିବା ପ୍ରତିଶୃତି ପାଳନ ଏପର୍ଯ୍ୟନ୍ତ ହୋଇନଥିବା ବେଳେ ଏହାକୁ ବିଜେପି ଓ କଂଗ୍ରେସ କିପରି ମୁକାବିଲା କରିବେ ଏନେଇ ଭୋଟର ଅପେକ୍ଷା କରିଛନ୍ତି । ଉପନିର୍ବ।ଚନ ସମୟରେ ଏହି ନିର୍ବ।ଚନ ମଣ୍ଡଳୀ ଉଛୁଳୁ ଥିବା ବେଳେ ଏବେ ଭୋଟର ମାନେ ଶା’ ହୋଇପଡିଛନ୍ତି । ତବେ ଭୋଟର କାହା ସପକ୍ଷରେ ମତ ଦେବେ ତାହା ଜଣାପଡିନ ଥିବା ବେଳେ ସମସ୍ତ ରାଜନୈତିକ ଦଳ ପକ୍ଷରୁ ସଂଘର୍ଷ ଜାରୀ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.