ହାଇଟେକ୍‌ ବସ୍‌ରେ ବିଜେପୁରରେ ପ୍ରଚାର କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

Published By : Prameya-News7 Bureau | October 17, 2019 IST

ବିଜେପୁର ୧୭।୧୦ - ବିଜେପୁର ପାଇଁ ଚାଲିଛି ଜୋରଦାର ପ୍ରଚାର । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ହାଇଟେକ୍ ବସ୍‌ରେ ବସି ପ୍ରଚାର କରିଛନ୍ତି । ସେହିପରି ବିଜେପି ଓ କଂଗ୍ରେସ ପକ୍ଷରୁ ଦଳୀୟ ନେତା ଓ ପ୍ରାର୍ଥୀ ଘରକୁ ଘର ଯାଇ ଭୋଟ୍ ଭିକ୍ଷା କରିଛନ୍ତି । ନବୀନ ଦଳର ପ୍ରାର୍ଥୀଙ୍କ ପାଇଁ ଆସନ୍ତାକାଲି ବି ପ୍ରଚାର କରିବେ । ସେହିପରି ବିଜେପି ପ୍ରାର୍ଥୀଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗ ସମ୍ଭାଳିବେ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବି ନିଜ ଦଳର ପାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାରରେ ମାତିଛନ୍ତି । ତେବେ ବିଜେଡିର ବ୍ୟୟ ବହୁଳ ପ୍ରଚାରକୁ ନେଇ ଉଠିଛି ପ୍ରଶ୍ନ ।

{"id":171214}

ବିଜେପୁରରେ ନବୀନଙ୍କ ହାଇଟେକ୍ ପ୍ରଚାର । ସାଧାରଣ ନିର୍ବାଚନ ବେଳେ ନବୀନ ଯେପରି ହାଇଟେକ୍ ବସ୍‌ରେ ବସି ରୋଡ୍ ସୋ କରିଥିଲେ । ବିଜେପୁର ଉପନିର୍ବାଚନରେ ବି ନିଜ ଦଳର ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ସେହି ସମାନ ଢଙ୍ଗରେ ପ୍ରଚାର କରିଛନ୍ତି ।… ସାଧାରଣ ନିର୍ବାଚନରେ ହିଟ୍ ହୋଇଥିବା ଆପଣମାନେ ଖୁସି ତ, ମୁ ବିଁ ଖୁସି ବାକ୍ୟରୁ ନବୀନ ଆଜି ପ୍ରଚାର ଆରମ୍ଭ କରିଥିଲେ । କର୍ମୀଙ୍କ ଜୋସ୍ ବଢାଇବା ପାଇଁ ଚେଷ୍ଟା କରିଥିଲେ । ପଥପ୍ରାନ୍ତ ସଭା ଓ ରୋଡ୍ ସୋରେ ନବୀନ ରୀତା ସାହୁଙ୍କୁ ଭୋଟ୍ ଦେବାକୁ ଭୋଟରଙ୍କୁ ଅପିଲ୍ କରିଥିଲେ ।

{"id":171215}

ବିଜେଡିର ମାଳ ମାଳ ଛାମୁଆ ନେତା, ମନ୍ତ୍ରୀ , ବିଧାୟକ ନବୀନଙ୍କ ରୋଡ୍ ସୋ କୁ ସକ୍ସେସ୍ କରିବାକୁ ଜି-ଜାନ୍ ଲଗାଇ ଦେଇଛନ୍ତି ।ତେବେ ବିଜେଡିର ଅଧିକ ପୋକସ୍ରେ ଅଛନ୍ତି ମହିଳା ଭୋଟର । ରୋଡ୍ ସୋକୁ କିଭଳି ଅଧିକରୁ ଅଧିକ ଭୋଟର ଆସିବେ ସେଥିପାଇଁ ଚେଷ୍ଟା କରାଯାଇଥିଲା ।

{"id":171216}

ସେପଟେ ବିଜେପି ନିଜ ପ୍ରାର୍ଥୀ ସନତ ଗଡତିଆଙ୍କୁ ଜିତାଇବାକୁ ଭିନ୍ନ ରଣନୀତିରେ ମୈଦାନକୁ ଓହ୍ଲାଇଛି ।ଏଠି ବିଜେଡି ଭଳି ମାଳମାଳ ଉପକୂଳ ନେତାଙ୍କୁ ଦଳ ପ୍ରଚାରକୁ ନ ଓହ୍ଲାଇ ପଶ୍ଚିମ ଓଡ଼ିଶାର ନେତାଙ୍କୁ ପ୍ରଚାର ଦାୟିତ୍ବ ଦେଇଛି । ଦଳ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା , ସାଂସଦ ସୁରେଶ ପୂଜାରୀ , ପୂର୍ବତନ ବିଧାୟକ ପ୍ରଦୀପ ପିରୋହିତ ପ୍ରମୁଖ ପ୍ରଚାର ମଙ୍ଗ ଧରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଥରେ ଆସି ପ୍ରଚାର କରି ଯାଇଥିବା ବେଳେ କାଲି ବି ପ୍ରଚାର ମୈଦାନକୁ ଓହ୍ଲାଇବାକୁ ଯାଉଛନ୍ତି । ଅଭିନେତ୍ରୀ ପିଙ୍କି ପ୍ରଧାନ ମଧ୍ୟ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ।

{"id":171217}

ସେପଟେ କଂଗ୍ରେସ ଟିମ୍ ବି ଦଳର ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କୁ ଜିତାଇବାକୁ ପ୍ରୟାସ ଜାରି ରଖିଛି । ପିସିସି ସଭାପତିଙ୍କ ନେତୃତ୍ବରେ ଏକ ଟିମ୍ ବିଜେପିରୁ ନିର୍ବାଚନ ମଣ୍ଡଳୀର ୩ ଟି ଯାକ ବ୍ଲକ୍ରେ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ବିଜେଡିର ବ୍ୟୟ ବହୁଳ ପ୍ରଚାରକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ନିର୍ବାଚନ କମିଶନ କଣ କରୁଛନ୍ତି ବୋଲି ଦଳ ପ୍ରଶ୍ନ କରିଛି । ଦଳର ନେତା ସୁର ରାଉତରାୟ କହିଛନ୍ତି ପ୍ରଚୁର ଟଙ୍କା ଖର୍ଚ୍ଚକରି ବିଜେଡି ବିଜେପୁର ନିର୍ବାଚନ ଜିତିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ।

{"id":171218}

ବିଜେଡି ପ୍ରଚାରରୁ ଲାଗୁଛି ସେପଟେ ବର୍ଷକ ଭିତରେ ଗୋଟିଏ ନିର୍ବାଚନ ମଣ୍ଡଳୀରେ ତିନି ତିନି ଥର ନିର୍ବାଚନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଛୋଟ ଛୋଟ ଦଳ । ପରିଣାମକୁ ନଡ଼ରି ବର୍ଷ ବର୍ଷ ଧରି ପ୍ରାୟ ସବୁ ନିର୍ବାଚନ ଲଢି ଆସିଥିବା ଅନେକ ଛୋଟ ଛୋଟ ଦଳ, ଏଥର ବିଜେପୁରରେ କିନ୍ତୁ ପ୍ରତିଦ୍ବନ୍ଦିତା କରୁନାହାନ୍ତି ।

କାଲି ପ୍ରଚାର ଆହୁରି ଜମିବ । କାରଣ ହାତରେ ଆଉ ମାତ୍ର ଦୁଇ ଦିନ ଥିବାରୁ ସବୁଦଳ ଭୋଟରଙ୍କ ପାଖରେ ପହଞ୍ଚିବାକୁ ପ୍ରାଣମୁର୍ଚ୍ଛା ଉଦ୍ୟମ କରିବେ । କାଲି ନବୀନ, ଧର୍ମେନ୍ଦ୍ର ଓ ନିରଞ୍ଜନ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବାକୁ ଯାଉଥିବାରୁ କମ୍ପିବ ବିଜେପୁର ଦାଣ୍ଡ ।

Posted By: Tilak Raj

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.