ସାବଧାନ! ଇଭେଣ୍ଟ ନାଁରେ ଚାଲୁଛି ଦେହ ବ୍ୟବସାୟ , ଏହି ବ୍ୟବସାୟରେ ବି ସାମିଲ ବଡ଼ ବଡ଼ଘରର ଝିଅ, କଲେଜଛାତ୍ରୀ

Published By : Prameya-News7 Bureau | January 06, 2019 IST

ରାଂଚି ୬/୧- ରାଜଧାନୀରେ ହାଇଫ୍ରୋଫାଇଲ ଦେହ ବୟବସାୟ । ଏହି ଦେହ ବ୍ୟବସାୟରେ ସାମିଲ ବି ଅଛନ୍ତି କଲେଜଛାତ୍ରୀ । ଇଭେଣ୍ଟ ଗୃପ ନାଁରେ ଚାଲୁଥିବା ଏହି ରାକେଟ ପଛରେ ମୁଖ୍ୟ ହେଉଛି ଦେହ ବ୍ୟବସାୟ । ହେଲେ କେମିତି ଚାଲୁଥିଲା ଓ କିଏ ଥିଲେ ଏହାର ମୁଖ୍ୟ ଯୋଗସୂତ୍ରକାରୀ ..ଚାଲନ୍ତୁ ଜାଣିବା ।

{"id":71058}

ବିହାର ରାଜଧାନୀ ରାଂଚିରେ ଚାଲିଛି ହାଇ ଫ୍ରୋଫାଇଲର ଦେହ ବ୍ୟବସାୟ । ଏହି ରାକେଟକୁ ଖୁବ ସତର୍କର ସହ ଚଲାଇଥାନ୍ତି । ଏହିଭଳି ଘଟଣାଟିଏ ପଦାକୁ ଆସିବାପରେ ହୋଇଛି ମହାଖୁଲାସା ।

ରାଂଚିର ପୂର୍ବ ଡ଼ିଏଏସପି ସିଟି ମହେନ୍ଦ୍ର ପ୍ରସାଦ ମହିଳା ମହାବିଦ୍ୟାଳୟ ପାଖରେ ଜଣେ କଲେଜଛାତ୍ରୀ ଓ ଯୁବକଙ୍କୁ ରାତିରେ ପେଟ୍ରୋଲିଂ କରିବା ସମୟରେ ଧରିଥିଲା  ପୋଲିସ । ଏତେ ରାତିରେ କୁଆଡ଼େ ଯାଇଥିଲେ ବୋଲି  ପୋଲିସ ପଚାରିଥିଲା । ସେମାନେ ଗୋଟିଏ ଇଭେଣ୍ଟ କଂପାନୀରେ କାମ କରନ୍ତି । ତେଣୁ ଫେରିବା ଡ଼େରିହୋଇଯାଇଛି ବୋଲି ପୋଲିସକୁ କହିଥିଲେ । ପୋଲିସ ସେମାନଙ୍କୁ ଡ଼ାକି ଥାନାରେ ବସାଇ ପରିବାର ଲୋକଙ୍କ ଫୋନ ନମ୍ବର ମାଗିଥିଲେ ବି ସେମାନେ ଦେଇ ନଥିଲେ । ସେମାନଙ୍କୁ ପଚରାଉଚୁରା କରି ଛାଡ଼ିଦେଇଥିଲା ପୋଲିସ ।

{"id":71059,"width":584,"height":230}

ସେମାନଙ୍କ ଫଟୋକୁ ବିଭିନ୍ନଥାନାରେ ଛାଡ଼ିଦେଇଥିଲା ପୋଲିସ । କିନ୍ତୁ ଏହି ଫଟୋଛାଡ଼ିବା ପରେ ପୋଲିସ ହାତରେ ଲାଗିଥିଲା ଠୋସ୍ ପ୍ରମାଣ ।  ୨୦୧୮ ମସିହା ୧୫ ଅଗଷ୍ଟରେ ମହିଳା ମହାବିଦ୍ୟାଳୟ ପାଖରେ ଚିହ୍ନଟ ହୋଇଥିବା ଝିଅଟି ଅନ୍ୟଜଣେ ଯୁବକ ସହ ହୋଟେଲରେ ଥିବା ସମୟରେ ଉଦ୍ଧାର କରାଯାଇଥିଲା । ଯୁବକଙ୍କୁ ନିଜର ବୟଫ୍ରେଣ୍ଡ ବୋଲି ପରିଚୟ ଦେବାପରେ ପୋଲିସ ଛାଡ଼ିଦେଇଥିଲା ।

ଏହି ଘଟଣାର ଅଧିକ ଛାନଭିନ କରି ପୋଲିସ ଜାଣିବାକୁ ଚାହିଁଛି, ଏହି ଘଟଣାରେ ୫/୬ ଇଭେଣ୍ଟ କଂପାନୀ ସଂପୃକ୍ତ ଅଛନ୍ତି ।  ସେମାନେ ସୁନ୍ଦର ଝିଅଙ୍କୁ ଚାକିରୀ କରିବାକୁ କହି ଏହି ଖରାପ କାମରେ କଗାଉଥିଲେ । ସୁନ୍ଦର ଝିଅଙ୍କୁ ଚାକିରି ଦେବା ନାଁରେ ପ୍ରଥମେ ଟଂକାର ଲୋଭ ଦେଖାଇ ୫୦ ହଜାରରୁ ୧ ଲକ୍ଷ ରୋଜଗାର କରିବାକୁ କହିଥାନ୍ତି । ଯୁବତୀଙ୍କୁ   ଏହି ଲୋଭ ଦେଖାଇ ଆସ୍ତେ ଆସ୍ତେ ଦେହ ବ୍ୟବସାୟରେ ଲଗାଉଥିଲେ ବୋଲି ପୋଲିସ ଜାଣିବାକୁ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.