Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ୨୫ ପ୍ଲାଟୁନ ଫୋର୍ସ ମୁତୟନ, ଲାଗିବ ୩୦ଟି ସିସିଟିଭି କ୍ୟାମେରା

27/05/2019 at 2:46 PM

ଭୁବନେଶ୍ୱର ୨୭/୫ : ୨୯ ତାରିଖରେ  ଶପଥ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖୋଲା ଆକାଶ ତଳେ ପ୍ରଦର୍ଶନୀ ପଡିଆରେ ହେବ ଶପଥ ଗ୍ରହଣ ଉତ୍ସବ । ଶପଥ ଗ୍ରହଣ ଉତ୍ସବ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ହେବ । ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରଦର୍ଶନୀ ପଡିଆରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଶପଥ ଗ୍ରହଣ ଉତ୍ସବରେ ୨୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଉତ୍ସବ ସ୍ଥଳରେ ମେଟାଲ ଡିଟେକ୍ଟର, ସନ୍ଧାନୀ କୁକୁର  ଜଗିବେ । ପଡିଆରେ ୨୫ରୁ ୩୦ଟି ସିସିଟିଭି କ୍ୟାମେରା ଲଗାଯିବ । ପ୍ରବେଶ ପାଇଁ ୪ଟି ଗେଟ୍ କରାଯାଇଥିବା ବେଳେ ଗୋଟିଏ ଜରୁରୀକାଳୀନ ଗେଟ୍ ରଖାଯିବାର ବ୍ୟବସ୍ଥା କରାଯାଇଛି । ପାର୍କିଂ ପାଇଁ ୩ଟି ସ୍ଥାନ କରାଯାଇଛି- ମଧୁସୂଦନ ପାର୍କ, କ୍ୟାପିଟାଲ ହାଇସ୍କୁଲ ପଡିଆ ଏବଂ ପ୍ରଦର୍ଶନୀ ପଡିଆ ପାର୍ଶ୍ବରେ ପାର୍କିଂ କରାଯିବ । ପ୍ରଥମ ଥର ପାଇଁ ନବୀନ ରାଜଭବନ ବାହାରେ ଶପଥ ପାଠ କରିବେ । ଏଥିରେ ୫ ହଜାର ଲୋକ ଯୋଗ ଦେବେ ।

   Related Posts