Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ହାଇସ୍କୁଲରେ ପଢ଼ୁଥିବା ଛାତ୍ରୀସହ ଭିଣୋଇ କଲା ଏମିତି କାମ, ଆମ୍ବୁଲାନ୍ସରେ ଯିବା ସମୟରେ ଜଣାପଡ଼ିଲା ଘଟଣା..ଜାଣିବେ ତ ଉଡ଼ିଯିବ ହୋସ୍

7/03/2019 at 6:09 PM

ହାଇଦ୍ରାବାଦ ୭/୩- ହାଇସ୍କୁଲରେ ପଢ଼ୁଥିବା ଛାତ୍ରୀ ଏମିତି କିଛିକଲା ଭିଣୋଇ ସହ ଯାହା ଜାଣିବେ ତ ଉଡ଼ିଯିବ ହୋସ୍ । ଘରଲୋକଙ୍କ ଅଗୋଚରରେ କରିଥିବା ଏହିକାମ ଦେହ ଅସୁସ୍ଥ କାରଣରୁ ଆମ୍ବୁଲାନ୍ସରେ ଯିବାସମୟରେ  ଜଣାପଡ଼ିଲା ଘଟଣା ।

ଅନନ୍ତପୁର କଲ୍ୟାଣଦୁର୍ଗ ଅଂଚଳରେ ଘଟିଛି ଏହି ଘଟଣା ।  ମିତା ନାମକ ଜଣେ ହାଇସ୍କୁଲ ଛାତ୍ରୀ ସବୁବେଳେ ଭିଣୋଇ ଘରକୁ ଯିବାଆସିବା କରୁଥିବା ସମୟରେ ଘଟିଛି ଏହି ଘଟଣା ।

ମିତା ହଷ୍ଟେଲରେ ରହି ପାଠ ପଢ଼ୁଥିଲା । ଘରକୁ କମ୍ ଯିବାଆସିବା କରୁଥିଲେ ମଧ୍ୟ ଭିଣୋଇ ଘରକୁ ସବୁବେଳେ ଯାଉଥିଲା ମିତା । ଏହି ଯିବାଆସିବା ସମୟରେ ଭିଣୋଇ ସହ ପ୍ରେମ ହୋଇଯାଇଥିଲା । ଏହି ମୌକାରେ ଶାଳୀ-ଭିଣୋଇ ପ୍ରେମର ମୌକା ଉଠାଇଥିଲେ ।

ଏହି ଘଟଣା କାହାକୁ କହି ନଥିଲା ମିତା ।  କେବଳ ଶାଳୀ-ଭିଣୋଇ ସହ ସୀମିତ ଥିଲା ଏହିକଥା । କିଛିଦିନ ପରେ ହଷ୍ଟେଲରେ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ହଷ୍ଟେଲ କର୍ତ୍ତୃପକ୍ଷ ଡ଼ାକ୍ତର ଦେଖାଇବାକୁ ପରାମର୍ଶ କରିଥିଲେ । କିନ୍ତୁ ଏହି ଘଟଣାକୁ  ଛାତ୍ରୀ  ଲୁଚାଇବାକୁ ଚାହୁଁଥିଲେ । ତେଣୁ ସେ ଡ଼ାକ୍ତର ଦେଖାଇ ନଥିଲେ ।

ଅଧିକ ଯନ୍ତ୍ରଣା ହେବାରୁ ହଷ୍ଟେଲ କର୍ତ୍ତୃପକ୍ଷ ଆମ୍ବୁଲାନ୍ସ ଡ଼ାକି ଡ଼ାକ୍ତରଖାନା ନେଇଥିଲେ । କିନ୍ତୁ ବାଟରେ ହାଇସ୍କୁଲ ଛାତ୍ରୀ ଜନ୍ମଦେଲେ ଗୋଟିଏ ପୁତ୍ର ସନ୍ତାନ ।

ଏହି ଘଟଣାଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।  ଘଟଣା ବୁଝିବାବେଳକୁ ଏଥିପାଇଁ ତାଙ୍କ ଭିଣୋଇ ଦାୟୀବୋଲି କହିଥିଲା ନାବାଳିକା ।

ଏହି ଘଟଣାରେ ହାଇସ୍କୁଲ ଛାତ୍ରୀଙ୍କୁ ହ୍ଟେଲରୁ ବାହାର କରିଦେବାକୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେବା ସହିତ ପରିବାର ହେପାଜତରେ ଛାତ୍ରୀଙ୍କୁ ଛାଡ଼ିଦେଇଛି ।

   Related Posts