ଚୁକ୍ତିଭିତ୍ତିକ ହାଇସ୍କୁଲ ଶିକ୍ଷକଙ୍କ ଦରମା ବଢିଲା : ମନ୍ତ୍ରୀ ଦେଲେ ସୂଚନା

Published By : Prameya-News7 Bureau | November 14, 2018 IST

ଭୁବନେଶ୍ବର୧୪|୧୧: ରାଜ୍ୟର ବିଭିନ୍ନ ହାଇସ୍କୁଲରେ କାର୍ଯ୍ୟରତ ୧୧ ହଜାର ଚୁକ୍ତି ଭିତ୍ତିକ ଶିକ୍ଷକଙ୍କ ଦରମା ବୃଦ୍ଧି ହେବ । ସ୍କୁଲ ଏବଂ ଗଣଶିକ୍ଷାମନ୍ତ୍ରୀ ବଦ୍ରୀନାରାୟଣ ପାତ୍ର ଆଜି ଏହା ଘୋଷଣା କରିଛନ୍ତି । ତେବେ ଅର୍ଥବିଭାଗର କ୍ଲି୍ଅରାନ୍ସ ପରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ମନ୍ତ୍ରୀ କହିଛନ୍ତି । ଚୁକ୍ତି ଭିତ୍ତିକ ଶିକ୍ଷକଙ୍କ ଦରମା ୧୦ ପ୍ରତିଶତ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବାବେଳେ ଏହା ପିଛିଲା ଭାବେ ୧|୧|୨୦୧୬ରୁ ଲାଗୁ ହେବ ବୋଲି ମଧ୍ୟ ସୂଚନା ମିଳିଛି । ଏହି ଘୋଷଣାରେ ରାଜ୍ୟ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ ସନ୍ତୋଷ ପ୍ରକାଶ କରିବା ସହ ସଂଘର ସଭାପତି ପଞ୍ଚାନନ ଜେନା କହିଛନ୍ତି ଯେ, ସଂଘ ଦୀର୍ଘ ଦିନରୁ ଏହି ଦାବି କରିଆସୁଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.