ହାଇପ୍ରୋଫାଇଲ ସେକ୍ସ ରାକେଟର ପର୍ଦ୍ଦାଫାଶ: ନେତା ଓ ଅଫିସରଙ୍କ ଛତ୍ରଛାୟା ତଳେ ଚାଲିଥିଲା କାରବାର୍‌...

Published By : Prameya-News7 Bureau | September 02, 2019 IST

ପାଟନା୨|୯: ବିହାରର ରାଜଧାନୀ ପାଟନାରେ ହାଇଫ୍ରୋଇଲ ସେକ୍ସ ରାକେଟ ଚାଲିଛି । ନେତା ଓ ଅଫିସଙ୍କ ଛତ୍ରଛାୟା ତଳେ ସେକ୍ସ ରାକେଟ କାରବାର ଚାଲିଛି। ଏହି କିଛିଦିନ ହେବ ବିହାରର ବିଭିନ୍ନ ସ୍ଥାନରେ ବହୁ ସେକ୍ସ ରାକେଟର ପର୍ଦ୍ଦାଫାଶ ହୋଇସାରିଲାଣି। ବିହାରର ଭୋଜପୁର ଜିଲ୍ଲରେ ଏକ ହାଇପ୍ରୋଫାଇଲ ସେକ୍ସ ରାକେଟର ପର୍ଦ୍ଦାଫାଶ ହୋଇଛି। ଦେହ ବ୍ୟବସାୟ ଦଲାଲ କବଜାରେ ଫଶି ରହିଥିବା ନାବାଳିକା ଦେଇଥିବା ବୟାନ ମୁତାବକ ପୋଲିସ ଏହି ହାଇପ୍ରୋଫାଇଲ ସେକ୍ସ ରାକେଟ ଉପରେ ଚଢ଼ାଉ କରିଥିଲା।

ସୂଚନାଯୋଗ୍ୟ ଯେ, କୋର୍ଟ ଓ ପୋଲିସ ସାମ୍ନାରେ ପୀଡ଼ିତା ନାବାଳିକା ସେକ୍ସ ରାକେଟ ପର୍ଦ୍ଦାଫାଶ କରିଥିଲେ।ନାରା,ପାଟନା ଓ ଲକ୍ଷ୍ନୌର ପ୍ରଭାବଶାଳୀ ନେତାଙ୍କ ଇଙ୍ଗିତରେ ଦେହ ବ୍ୟବସାୟ କାର୍‌ବାର ଚାଲିଥିଲା ବୋଲି ପୀଡ଼ିତା ନାବାଳିକା କହିଛନ୍ତି। ବିଧାୟକ, ଇଞ୍ଜିନିୟର ଓ ଠିକାଦାରଙ୍କୁ ପାଖକୁ ତାଙ୍କୁ ସେକ୍ସ ରାକେଟର ପରିଚାଳିକା ଅନିତା ଦେବୀ ପଠାଉଥିଲେ। ଦେହ ବ୍ୟବସାୟରେ ସଂପୃକ୍ତ ଥିବା ନେତାଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ ବୋଲି ପୋଲିସ ସୂଚନା ଦେଇଛି।

ଦେହ ବ୍ୟବସାୟର ପରିଚାଳିକା ଅନିତା ଦେବୀଙ୍କ ସମେତ ଦୁଇଜଣକୁ ପୋଲିସ ଗିରଫ କରିଛି। ଅନିତା ନିଜ ସଂପର୍କରେ ପୋଲିସକୁ କହିଛନ୍ତି, ତାଙ୍କର ଘର ଆରାର ସନ୍ଦେଶ ଥାନା ଅଞ୍ଚଳରେ ସେ ରହନ୍ତି। ୨୦୦୩ ମସିହାରେ ତାଙ୍କ ସ୍ବାମୀଙ୍କ ସହ ଛାଡ଼ପତ୍ର ପରେ ସେ ଦେହ ବ୍ୟବସାୟ କାରବାର୍‌ରେ ସଂପୃକ୍ତ ଥିବା କଥା କହିଛନ୍ତି। ସେକ୍ସ ରାକେଟରେ ଉଦ୍ଧାର ହୋଇଥିଲା ଯୁବତୀଙ୍କ ପାଖରୁ ମଧ୍ୟ ପୋଲିସ ଆହୁରି ତଥା ହାସଲ କରିଛି।

ଯୁବତୀଙ୍କ ଅସହାୟତାର ଫାଇଦା ଉଠାଇ ଅନିତା ସେମାନଙ୍କୁ ଦେହ ବ୍ୟବସାୟରେ ଲଗାଉଥିଲେ। ଏଥିସହ ବିଧାୟକ ଓ ମନ୍ତ୍ରୀଙ୍କ ପାଖକୁ ମଧ୍ୟ ଅନିତା ଯୁବତୀ ଚାଲାଣ କରିବା କଥା ପୋଲିସ ପାଖରେ କହିଛନ୍ତି। ଏହି ଘଟଣା  ପରେ ସେକ୍ସ ରାକେଟରେ କେଉଁ କେଉଁ ନେତା ସଂପୃକ୍ତ ଅଛନ୍ତି ତାକୁ ନେଇ ପୋଲିସ ତନାଘନା ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.