ହାଇପ୍ରୋଫାଇଲ ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ : ୨ ଯୁବତୀଙ୍କ ସମେତ ୭ ନାବାଳିକା ଉଦ୍ଧାର, ଦଲାଲ ଗିରଫ

Published By : Prameya-News7 Bureau | August 19, 2019 IST

କିଶନଗଞ୍ଜ ୧୯|୮: କିଶନଗଞ୍ଜ ପୋଲିସ ଏବଂ ଚାଇଲ୍ଡ ଲାଇନ୍ ଟିମ୍ ର ମିଳିତ ଉଦ୍ୟମରେ ସଦର ଥାନା ଅଞ୍ଚଳରେ ଚାଲିଥିବା ସେକ୍ସ ର୍ୟାକେଟ୍ ର ପର୍ଦ୍ଦାଫାଶ ହୋଇଛି । ପୋଲିସ ଦଲାଲକୁ ଗିରଫ କରିବା ସହ ୨ଯୁବତୀ ଏବଂ ୭ନାବାଳିକାଙ୍କୁ ଉଦ୍ଧାର କରିଛି ।

ଏସଡିପିଓଙ୍କ ସୂଚନା ଅନୁସାରେ ରବିବାର ରାତିରେ ପୋଲିସକୁ ସୂଚନା ମିଳିଥିଲା ଯେ, ସଂପୃକ୍ତ ଦଲାଲ ସମସ୍ତ ଝିଅମାନଙ୍କୁ ବିଳମ୍ବିତ ରାତିରେ ଦେଶର ବଡ ବଡ ସହର ନାଗପୁର ଏବଂ କାନପୁର ଆଦି ଅଞ୍ଚଳକୁ ପଠାଇବାର ଯୋଜନାରେ ଥିଲା । ତାପରେ ପୋଲିସ ଯୋଜନା ପ୍ରସ୍ତୁତ କରିଥିଲା ର୍ୟାକେଟ୍ ର ପର୍ଦ୍ଦାଫାଶ କରିବାକୁ । ବିଳମ୍ବିର ରାତିରେ ପୋଲିସ ଏବଂ ଚାଇଲ୍ଡ ଲାଇନ୍ ଟିମ୍ ର ମିଳିତ ଭାବେ ଚଢାଉ କରି ଯୁବତୀମାନଙ୍କୁ ଉଦ୍ଧାର କରିଛନ୍ତି । ସମସ୍ତ ଯୁବତୀ କିଶନଗଞ୍ଜର ଭିନ୍ନ ଭିନ୍ନ ଅଞ୍ଚଳର ବୋଲି ଜଣାପଡିଛି । ପୋଲିସ ଅଭିଯୁକ୍ତ ଦଲାଲକୁ ପଚରାଉଚରା ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.