ହାଇ-ପ୍ରୋଫାଇଲ ସେକ୍ସ ରାକେଟ୍ର ପର୍ଦ୍ଦାଫାଶ, ରାକେଟ୍ରେ ସାମିଲ୍ ଥିଲେ ଡ୍ୟାନ୍ସର
12/01/2020 at 11:03 AM

ମେରଠ ୧୨|୧: ଉତ୍ତରପ୍ରଦେଶ ମେରଠ ଜିଲ୍ଲାରେ ଚାଲିଥିବା ସେକ୍ସ ରାକେଟ୍ ର ପର୍ଦ୍ଦାଫାଶ କରିଛି ଏଏଚଟିୟୁ ଟିମ୍ । ମେରଠ ରୋହଟା ରୋଡ୍ ସ୍ଥିତ ଏକ ଘରେ ପୋଲିସ ସହ ଏଏଚଟିୟୁ ଟିମ୍ ଚଢାଉ କରିଥିଲା । ସଠାରେ ସେକ୍ସ ରାକେଟ୍ ଚାଲିଥିବା ଜଣାପଡିଥିଲା । ଏଏଚଟିୟୁ ଟିମ୍ ସେଠାରୁ ଦୁଇ ଯୁବତୀ ଉଦ୍ଧାର କରିବା ସହ ଦୁଇ ଗ୍ରାହକଙ୍କୁ ଗିରଫ କରିଛି ।
ସୂଚନା ଅନୁସାରେ ରୋହଟା ରୋଡ୍ ଅଞ୍ଚଳରେ କିଛି ଦିନ ହେବ ସେକ୍ସ ରାକେଟ୍ ଚାଲିଥିବା ଖବର ମିଳିଥିଲା । ଫଳରେ ଏଏଚଟିୟୁ ଟିମ୍ ଶୁକ୍ରବାର ଦିନ ସେହି ଅଞ୍ଚଳରେ ଚଢାଉ କରିଥିଲା । ଚଢାଉ ବେଳେ ପୋଲିସ ଏକ ବିଲ୍ଡିଂର ଦୁଇଟି ରୁମ୍ରୁ ଦୁଇ ଜଣ ଯୁବତୀ ଏବଂ ଦୁଇ ଜଣ ଗ୍ରାହକଙ୍କୁ ଆପତ୍ତିଜନକ ଅବସ୍ଥାରେ ଗିରଫ କରିଥିଲା । ତିନି ମାସ ପୂର୍ବରୁ ଏହି ରାକେଟ୍ ର ଦଲାଲ ବିଏସଏଫ ଯବାନଙ୍କ ଘରକୁ ଭଡା ସୂତ୍ରରେ ନେଇଥିଲା । ଏହି ରାକେଟ୍ ରେ ସଂପୃକ୍ତି ଅଭିଯୋଗରେ ଜଣେ ଡ୍ୟାନ୍ସରଙ୍କୁ ମଧ୍ୟ ଗିରଫ କରାଯାଇଛି । ରାକେଟ୍ ର ଦଲାଲ, ଗ୍ରାହକ ଏବଂ ଅନ୍ୟ ଦୁଇ ଜଣ ମହିଳାଙ୍କୁ ଗିରଫ କରିଛି ପୋଲିସ ।
ଚଢାଉ ସମୟରେ ସେଠାରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି । ଗ୍ରାହକ ପିଛା ଦୁଇରୁ ତିନି ହଜାର ଟଙ୍କା ନିଆଯାଉଥିଲା । ହରିୟାଣା ଏବଂ ଦିଲ୍ଲୀରୁ ଯୁବତୀମାନଙ୍କୁ ଡକାଯାଉଥିଲା । ହ୍ବାଟସଆପ୍ ରେ ଯୁବତୀମାନଙ୍କ ଫଟୋ ପଠାଇ ଦାମ୍ ମୂଲଚାଲ କରାଯାଉଥିଲା ।
ମେରଠରେ ରେଡ୍ ଲାଇଟ୍ ଅଞ୍ଚଳ ବନ୍ଦ ହେବା ପରେ ସାରା ସହରରେ ଦେହ ବ୍ୟବସାୟ ଚାଲିଥିବା ସୂଚନା ମିଳୁଛି । ସହରର ଶାସ୍ତ୍ରୀନଗର ଏବଂ ନୈୟର ପ୍ୟାଲେସ ପରେ ପୋଶ୍ କଲୋନୀରେ ମଧ୍ୟ ସେକ୍ସ ରାକେଟ୍ ର ପର୍ଦ୍ଦାଫାଶ ହୋଇଥିଲା ।ଏଏଚଟିୟୁ ଟିମ୍ ୩ ମହିଳାଙ୍କ ସେମତ ୫ଜଣଙ୍କୁ ଗିରଫ କରିଥିଲା ।