Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ, ଅନଲାଇନ୍‌ରେ ହେଉଥିଲା ବୁକିଂ

26/11/2019 at 10:35 AM

କାନପୁର ୨୬।୧୧: ଉତ୍ତରପ୍ରଦେଶ କାନପୁରରେ ହାଇ ପ୍ରୋଫାଇଲ ସେକ୍ସ ରାକେଟ୍ ର ପର୍ଦ୍ଦାଫାଶ ହୋଇଛି । ରାକେଟ୍ ପରିଚାଳିତ କରୁଥିବା କିଙ୍ଗପିନ୍ ସହ ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ । ଯୁବକ ଜଣଙ୍କ ଗ୍ରାହକ ବୋଲି ଜଣାପଡିଛି । ଘଟଣାସ୍ଥଳକୁ ୩ ଯୁବତୀଙ୍କୁ ଉଦ୍ଧାର କରିଛି ପୋଲିସ ।

ସୂଚନା ଅନୁସାରେ କାନପୁରରେ ସେକ୍ସ ରାକେଟି ସଞ୍ଚାଳନ କରୁଥିଲା କିଙ୍ଗ୍ ପିନ୍ ବରଖା । ବରଖା ଅନଲାଇନରେ ଅନଲାଇନ୍ ରେ ଗ୍ରାହକ ବୁକିଂ କରୁଥିଲା । ସୋସିଆଲ ମିଡିଆ ମାଧ୍ୟମରେ ପୂରା ରାକେଟ୍ ଚାଲିଥିବା ଜଣାପଡିଛି । ବାହାର ରାଜ୍ୟରୁ ଯୁବତୀମାନଙ୍କୁ ଅଣାଯାଇ ହୋଟେଲ ଗୁଡିକୁ ପଠାଯାଇଥାଏ ।

ପୋଲିସରୁ ଏହି ସେକ୍ସ ରାକେଟ୍ ଚାଲିଥିବା ନେଇ ପୂର୍ବରୁ ସୂଚନା ମିଳିଥିଲା । କାନପୁରରେ ଏଭଳି ଅନଲାଇନ୍ ରେ ସେକ୍ସ ରାକେଟ୍ ଚାଲିଥିବା ସୂଚନା ଆଗରୁ ପାଇଥିଲା ପୋଲିସ । ଫେସବୁକ୍, ଟ୍ବିଟର, ଓ୍ବାଟସଆପ୍ ମାଧ୍ୟମରେ ଏଗି ରାକେଟ୍ ଚାଲିଥିଲା । ସୋସିଆଲ ମିଡିଆ ମାଧ୍ୟମରେ ମହିଳା ଏବଂ ଯୁବତୀମାନଙ୍କ ଫଟୋ ଗ୍ରାହକମାନଙ୍କ ନିକଟକୁ ପଠାଯାଉଥିଲା । ଗ୍ରାହକମାନଙ୍କର ବୁକିଂ ମଧ୍ୟ ଅନଲାଇନ୍ ମାଧ୍ୟମରେ କରାଯାଉଥିଲା ।

ବୁକିଂ କରାଯିବା ପରେ ଅନଲାଇନ୍ କଲ୍ ମାଧ୍ୟମରେ ଯୁବତୀମାନଙ୍କୁ ବିଭିନ୍ନ ହୋଟେଲକୁ ପଠାଯାଉଥିଲା । ଏହା ଜଣାପଡିବା ପରେ ସାଇବର୍ ସେଲ୍ ସହ ସାଇବର ସର୍ଭିଲାନ୍ସ ଟିମ୍ ଯାଞ୍ଚ କରୁଛି ।

ସୂଚନା ପାଇବା ପରେ ପୋଲିସ ହୋଟେଲ୍ ରେ ଚଢାଉ କରିଥିଲା । ସେଠାରୁ ଯୁବତୀମାନଙ୍କୁ ଧରିଥିଲା ପୋଲିସ । ଯୁବତୀମାନଙ୍କୁ ପଚରାଉଚରା ପରେ ପୋଲିସ ରାକେଟ୍ ର କିଙ୍ଗପିନ୍ କୁ ଗିରଫ କରିଛି ।

ପୋଲିସ ସୂଚନା ଅନୁସାରେ କିଛି ନେତା ରାଜନେତା ମଧ୍ୟ ଏଥିରେ ସଂପୃକ୍ତ ଥିବା କଥା ସାମ୍ନାକୁ ଆସିଛି । ପୋଲିସ ସେମାନଙ୍କୁ ଧରିବାକୁ ଛାନଭିନ୍ ଚଳାଇଛି ।

   Related Posts