Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ବାଂଲାଦେଶୀ ସୁନ୍ଦରୀଙ୍କ ଦେହ ବେପାର, ସାଇଡ୍‌ରେ ଚାଲିଛି ଡ୍ରଗ୍ସ କାରବାର

25/11/2020 at 7:32 PM

ଇନ୍ଦୋର୨୫/୧୧: ହାଇ ପ୍ରୋଫାଇଲ୍‌ ସେକ୍ସ ରାକେଟ ! ଦେହ ବେପାର ସାଙ୍ଗକୁ ଦାମୀ ଡ୍ରଗ୍ସ କାରବାର। ପ୍ରଥମେ ମାଗଣା ଡ୍ରଗ୍ସ ଦେଇ ଯୁବତୀଙ୍କୁ ନିଜର କରନ୍ତି ପରେ ଦେହ ବେପାରରେ ଲଗାନ୍ତି ଅଭିଯୁକ୍ତ। ଡ୍ରଗ୍ସର ଲିଙ୍କ ଲମ୍ବିଛି ମୁମ୍ବାଇ। ଯୁବତୀ ଆସୁଛନ୍ତି ବାଂଲାଦେଶରୁ ।  ଏଭଳି ଏକ ରାକେଟର ମାଷ୍ଟର ମାଇଣ୍ଡ ସ୍ୟାଣ୍ଡୋ ଓରଫ ସାଗର ଜୈନକୁ ଇନ୍ଦୋରର ବିଜୟ ନଗର ପୋଲିସ ଦିଲ୍ଳୀରୁ କାବୁ କରିଛି।

ପୋଲିସର ଥାର୍ଡ ଡିଗ୍ରି ପରେ ସତ ଓଗାଳିଛି ଗ୍ୟାଙ୍ଗର ମୁଖ୍ୟ ସ୍ୟାଣ୍ଡୋ। ପ୍ରଥମେ ଯୁବତୀମାନଙ୍କୁ ଏମଡିଏମଏ ଡ୍ରଗ୍ସ ସେବନ କରିବାକୁ ଦେଉଥିଲା। ଏହି ଡ୍ରଗ୍ସ ମୁମ୍ବାଇରୁ ଆସୁଛି। ପ୍ରଥମେ ମାଗଣାରେ ଯୁବତୀଙ୍କୁ ଡ୍ରଗ୍ସ ଦିଆଯାଉଥିଲା। ପରେ ସେମାନଙ୍କୁ ଦେହ ବେପାରରେ ଲଗାଇ ଟଙ୍କା ଆଦାୟ କରୁଥିଲା ଗ୍ୟାଙ୍ଗ।

ଦେହ ବେପାରରେ ନିୟୋଜିତ ଅଧିକାଂଶ ଯୁବତୀ ଦିଲ୍ଲୀ, ହରିୟାଣା, ପଞ୍ଜାବ ଓ ବିଦେଶର ବୋଲି ଅଭିଯୁକ୍ତ କହିଛି। ଏବେ ବି ୨୦ ଅନ୍ୟ ସେକ୍ସ ଓ୍ବାର୍କରଙ୍କ ସମ୍ପର୍କରେ ଥିବା ସ୍ୟାଣ୍ଡୋ ପୋଲିସକୁ କହିଛି। କେବଳ ସେତିକି ନୁହେଁ ଇଭେଣ୍ଟ କରିବା ବାହାନାରେ ବାଂଲାଦେଶରୁ ଯୁବତୀଙ୍କୁ ଡକାଇବା ପରେ ଏଠାରେ ସେମାନଙ୍କୁ ବନ୍ଦୀ କରି ବେଶ୍ୟାବୃତ୍ତିରେ ଲଗାଉଥିଲା ବୋଲି ମଧ୍ୟ ମାନିଛି।

ହାଇ ପ୍ରୋଫାଇଲ୍‌ ଗ୍ୟାଙ୍ଗ ସମ୍ପର୍କରେ ପୋଲିସ ୨୧ ସେପ୍ଟେମ୍ବରରେ ଜାଣିବାକୁ ପାଇଥିଲା। କାରଣ ଗ୍ୟାଙ୍ଗର ଜାଲରୁ  ଦୁଇ ଯୁବତୀ ଖସି ଆସି ପୋଲିସକୁ ସବୁ କଥା କହିଥିଲେ। ଏହା ପରେ ଇନ୍ଦୋର ପୋଲିସ ଅପରେସନ୍‌ ଆରମ୍ଭ କରିଥିଲା। ସେକ୍ସ ରାକେଟର ପର୍ଦ୍ଦାଫାସ କରିବା ସହ ସେମାନଙ୍କ ଫାସରୁ ୨୦ ଯୁବତୀଙ୍କୁ ଉଦ୍ଧାର କରିଥିଲା ପୋଲିସ।

ଗ୍ୟାଙ୍ଗର ୧୦ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଥିଲେ ହେଁ ମୁଖ୍ୟ ଅଭିଯୁକ୍ତ ସ୍ୟାଣ୍ଡୋ ଫେରାର ଥିଲା। ଶେଷରେ ପୋଲିସ ପଞ୍ଜାରେ ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ। ସ୍ୟାଣ୍ଡୋକୁ ଧରିବା ପରେ ପୋଲିସ ଏବେ ବି ନିଜର ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।

ଏମଡିଏମଏ ସିନ୍ଥେଟିକ୍‌ ଡ୍ରଗ୍‌ ହୋଇଥିବା ବେଳେ ଏହାକୁ ଉତ୍ତେଜକ ଭାବେ ବ୍ୟବହାର କରାଯାଏ। ଏହାକୁ ଏକ୍ସଟେସି ଓ ମ୍ୟାଉଁ ମ୍ୟାଉଁ କୋଡ୍‌ ଓ୍ବାର୍ଡରେ ଜଣାଯାଏ  । ଏହାକୁ ସେବନ କରିବା ଦ୍ବାରା ପ୍ରବଳ ମାତ୍ରାରେ ନିଶା ହୋଇଥାଏ। ଏହାର ଅଧିକ ମାତ୍ରା ମଣିଷକୁ ମାରିଦିଏ। ନାଇଜେରିଆ ଓ ଆଫଗାନିସ୍ତାନ​‌ରୁ ମିଳୁଥିବା ଏଭଳି ଡ୍ରଗ୍‌କୁ ଇଞ୍ଜେକ୍ସନ ସାହାଯ୍ୟରେ ଗ୍ରହଣ କରାଯାଏ।

   Related Posts