ହାଇପ୍ରୋଫାଇଲ ସେକ୍ସ ରାକେଟରେ ଧରାହେଲେ ୩ଜଣ ଯୁବତୀ, ୨ଜଣ ଯୁବକ..ଫୋନ ନେଟଓ୍ଵାର୍କିଂରେ ଚାଲୁଥିଲା ଗରାଖ ଯୋଗାଡ଼

Published By : Prameya-News7 Bureau | March 30, 2019 IST

ଫତେହପୁର ୩୦/୩- ହାଇପ୍ରୋଫାଇଲେର ସେକ୍ସରାକେଟ ଠାବ କରିଛି ପୋଲିସ । ଏହି ଘଟଣାରେ ୩ଜଣ ଯୁବତୀ ଓ ୨ଜଣ ଗରାଖ ଗିରଫ ହୋଇଛନ୍ତି ।

ଫତେପୁର ଆଓ୍ଵାସ ବିକାଶରେ ଚାଲିଥିଲା ଏହି ଦେହ ବ୍ୟବସାୟ । ପୋଲିସ ସହଜରେ ଏହି ରାକେଟକୁ ଧରିବାକୁ ହୋଇ ନଥିଲା ସଫଳ । ଫୋନ ନେଟଓ୍ଵାର୍କିଂରେ ଚାଲୁଥିଲା ଗରାଖ ଖୋଜା ଓ ବ୍ୟବସାୟ ।

ପୋଲିସର ଏକ ସ୍ମାର୍ଟ ଟିମ ଏହି ରାକେଟ ଉପରେ ରଖିଥିଲା ନଜର । ଦେହ ବ୍ୟବସାୟ ଚାଲୁଥିବା ଭଡ଼ାଘରକୁ କିଏ ଯିବା ଆସିବା କରୁଛି ତାହାର ନଜର ମଧ୍ୟ କିଛିଦିନ ହେଲା ଖବର ରଖୁଥିଲା ପୋଲିସ । ଗୁରୁବାର ସଂଧ୍ୟାରେ ପୋଲିସ ସିଭିଲ ଡ଼୍ରେସରେ ସେହି ଭଡ଼ାଘର ପାଖରେ ଛପିରହିଥିଲା ।

କିଛି ସମୟ ପରେ ପୋଲିସ ସେହି ଭଡ଼ାଘର ଉପରେ କରିଥିଲା ଚଢ଼ଉ । ଚଢ଼ଉ ବେଳେ ଆପତ୍ତିଜନକ ଅବସ୍ଥାରେ ୩ଜଣ ଯୁବତୀ ଓ ଜଣେ ଯୁବକଙ୍କୁ ଗିରଫ କରାଯାଇଥିଲା । ସେହି ଘରୁ ମଧ୍ୟ ଆପତ୍ତିଜନକ ସାମଗ୍ରୀ ଉଦ୍ଧାର କରାଯାଇଥିଲା ।

ପୋଲିସ ଘଟଣାର ଛାନଭିନ କରି ଜାଣିବାକୁ ପାଇଛି ଏହି ଘଟଣା ସହିତ ଘର ମାଲିକାଣୀର ସଂପୃକ୍ତି ରହିଛି । ମାଲିକାଣୀ ଫୋନ ନେଟଓ୍ଵାର୍ମ ମାଧ୍ୟମରେ ଗରାଖ ଯୋଗାଡ଼ କରିବା ସହ ବ୍ୟବସାୟକୁ ଗୁପ୍ତଭାବରେ ଚଳାଉଥିଲା । ଘର ମାଲିକାଣୀଙ୍କୁ ମଧ୍ୟ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.