ରାଜଧାନୀରେ ହାଇପ୍ରୋଫାଇଲ ସେକ୍ସକ୍ବିନ୍‌: ଜିରୋ ନାଇଟ୍‌ ଆଗରୁ ଭେନ୍ୟୁ,ଭେଣ୍ଡର ରେଡି, ଭିଡିଓରେ ପୂରା ପ୍ଲାନ...

Published By : Prameya-News7 Bureau | December 27, 2019 IST

ଭୁବନେଶ୍ବର୨୭/୧୨: ନୂଆବର୍ଷ ପାଇଁ ରାଜଧାନୀର ରୂପ ବଦଳୁଥିବା ବେଳେ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଦଲାଲ ମଧ୍ୟ ସକ୍ରିୟ । ରୂପଜୀବୀଙ୍କ ଉପରେ ରୋକ୍ ଲଗାଇବାକୁ କମିଶନରେଟ୍ ପୋଲିସ ଲଗାମ କଷିଥିବା ବେଳେ କିଛି ହୋଟେଲ ମାଲିକ ସବୁ ଲଗାମକୁ ଫୁ କରି ନିଜ ରୋଜଗାର ଉପରେ ନଜର ଦେଉଛନ୍ତି । ଏପଟେ କିନ୍ତୁ ଏହାକୁ ବିରୋଧ କରିବ ବୋଲି କଳିଙ୍ଗ ସେନା ଚେତାବନୀ ଦେଇଛି । ନୂଆବର୍ଷ ପାଇଁ ସଜେଇ ହେଲାଣି ରାଜଧାନୀ ଭୁବନେଶ୍ବର। ସହରରେ ବିଦେଶୀ ରୂପଜୀବୀ ସକ୍ରିୟ ହେଲେଣି। ବିରୋଧ କରିବାକୁ ଚେତାବନୀ ଦେଲାଣି କଳିଙ୍ଗ ସେନା। ଅନ୍ୟପଟେ ଡିସିପି କହିଛନ୍ତି କଡା ନଜର ରଖିଛି ପୋଲିସ ।

wp:html /wp:html

ଦିନ କେଇଟା ପରେ ନୂଆ ବର୍ଷ । ଭୁବନେଶ୍ବରରେ ହେବ ଜିରୋ ନାଇଟ୍ ସେଲିବ୍ରେସନ । ହେଲେ ଏହା ପୂର୍ବରୁ ରାଜଧାନୀରେ ଜାଲ ବିଛାଇ ସାରିଛି ହାଇ ପ୍ରୋଫାଇଲ ସେକ୍ସ ରାକେଟ୍ । କିଛି ହୋଟେଲ ଏଥିପାଇଁ ଆୟୋଜନରେ ଲାଗି ପଡିଛନ୍ତି । କେମିତି ଗ୍ରାହକଙ୍କୁ ସନ୍ତୁଷ୍ଟ କରାଯିବ ସେଥିପାଇଁ ରାଜ୍ୟ ବାହାର ଓ ବିଦେଶୀ ଯୁବତୀଙ୍କୁ ଆଣିବାକୁ ଦଲାଲ୍ ଚଳାଇଛନ୍ତି ମସୁଧା । କିଛି ରାଜଧାନୀରେ ଆସି ପହଞ୍ଚିଥିବା ବେଳେ ଆଉ କିଛି ଯୁବତୀ ଦିନେ ଦୁଇ ଦିନ ମଧ୍ୟରେ ଆଣିବାକୁ ଚାଲିଛି ଯୋଜନା । ବାଂଲାଦେଶୀ ଯୁବତୀ ରାଜଧାନୀର ରାତିକୁ ରଙ୍ଗୀନ କରୁଥିବା ଖବର ନିକଟରେ ହଲଚଲ ମଚାଇଥିଲା ।

ସେପଟେ ଏଭଳି ଢଙ୍ଗରେ ନୂଆବର୍ଷ ସେଲିବ୍ରେସନକୁ ବିରୋଧ କରିଛି କଳିଙ୍ଗ ସେନା । ରାଜଧାନୀରେ କୌଣସି ହୋଟେଲରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରାଗଲେ ତାକୁ ଜୋରଦାର ବିରୋଧ କରାଯିବ ବୋଲି କଳିଙ୍ଗ ସେନା ଚେତାବନୀ ଦେଇଛି । ସେପଟେ ଏସବୁ ଉପରେ ପୋଲିସର କଡା ନଜର ରହିଛି ବୋଲି ଡିସିପି କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.