Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ପାଇଁ ଗ୍ଲୋବାଲ୍‌ ଟେଣ୍ଡର: ୧୯ ସଦସ୍ୟଙ୍କୁ ନେଇ ଗଠନ ହେଲା କମିଟି
  • ||
  • ଭୁବନେଶ୍ବରରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ୯୬୨ ଆକ୍ରାନ୍ତ ଚିହ୍ନଟ
  • ||
  • ନୂଆଦିଲ୍ଲୀ : କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଉପଯୋଗୀ ଆୟୁଷ-୬୪, ଏହି କେନ୍ଦ୍ରରେ ମିଳୁଛି ମାଗଣାରେ
  • ||
  • ଶାମଲୀ : ଲଜ୍ଜାଜନକ ଦୃଶ୍ୟ, ଅଳିଆ ବୁହା ଗାଡିରେ ଶ୍ମଶାନଘାଟ ଗଲା ମହିଳାଙ୍କ ମୃତଦେହ
  • ||
  • ଟିକା ପାଇଁ ହେବ ଗ୍ଲୋବାଲ୍‌ ଟେଣ୍ଡର, ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ରାହୁଲ ଭୋରାଙ୍କ ମୃତ୍ୟୁ ପରେ ପତ୍ନୀ ସେୟାର କଲେ ଯନ୍ତ୍ରଣାଦାୟକ ଭିଡିଓ… କେମିତି ଅକ୍ସିଜେନ୍ ଟିକିଏ ପାଇଁ ହେଉଥିଲେ ଛଟପଟ
  • ||
  • ମଥୁରା : କରୋନାରେ ହେମାମାଳିନୀଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତ୍ୟୁ, ଟ୍ବିଟ୍ କରି ଅଭିନେତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
  • ||
  • ଭୁବନ : ଦୀର୍ଘ ୭ଘଣ୍ଟା ବନ୍ଦ ଘରେ ପଡିରହିଲା ମୃତଦେହ, କରୋନା ସଂକ୍ରମଣ ଆଶଙ୍କାରେ ପାଖ ମାଡିଲେନି ପରିବାର
  • ||
  • ବଲାଙ୍ଗୀର : ରୋଗୀଙ୍କୁ ଲାଞ୍ଚ ମାଗିବା ପଡିଲା ମହଙ୍ଗା, SDMOଙ୍କୁ ସୋ-କଜ୍ ନୋଟିସ୍ ପରେ ପଠାଗଲା ଡେପୁଟେସନରେ, ସ୍ବାସ୍ଥ୍ୟକର୍ମୀ ସସ୍‌ପେଣ୍ଡ
  • ||
  • ହାଇଦ୍ରାବାଦ : ଅକ୍ସିଜେନ୍ ଟ୍ୟାଙ୍କର ଡ୍ରାଇଭର ଭୁଲିଗଲା ହସ୍ପିଟାଲ ରାସ୍ତା, ଅକ୍ସିଜେନ୍ ଅଭାବରୁ ଚାଲିଗଲା ୭ କରୋନା ରୋଗୀଙ୍କ ଜୀବନ
  • ||

ଶତାବ୍ଦୀ ଓ ରାଜଧାନୀ ଏକ୍ସପ୍ରେସ୍‌ରେ ଚୋରି କରି ବିମାନରେ ଫେରୁଥିଲେ ଚୋର, ୨ ଗିରଫ

3/11/2020 at 9:21 PM

ନୂଆଦିଲ୍ଲୀ ୩।୧୧:  ଜିଆରପି ଓ ଆରପିଏଫ୍ ରାଜଧାନୀ ଏବଂ ଶତାବ୍ଦୀ ଭଳି ଏକ୍ସପ୍ରେସ୍‌ରେ ଯାତ୍ରୀଙ୍କଠାରୁ ଚୋରି କରୁଥିବା ଏକ ୨ ସଦସୀୟ ଚୋର ଦଳକୁ ଗିରଫ କରିବାରେ ସଫଳ ହୋଇଛି। ଏମାନେ ଖାସ ଚୋରି କରିବା ଉଦ୍ଦେଶ୍ୟରେ ଏଭଳି ଟ୍ରେନ୍‌ମାନଙ୍କରେ ଉଠୁଥିଲେ ଓ ଚୋରି କରିବା ପରେ ଦିଲ୍ଲୀରୁ ଫ୍ଲାଇଟ୍‌ରେ ପୁଣି ଲକ୍ଷ୍ନୌ ଫେରିଯାଉଥିଲେ। ଏହି କ୍ରମରେ ଏହି ଚୋର ଦଳ ମୋଟ ୩ଟି ଚୋରି କରିଥିବ ଜଣାପଡିଛି।

ରାଜଧାନୀ ଏକ୍ସପ୍ରେସରେ ଯାତ୍ରା କରୁଥିବା ଜନୈକ ବିଜେପି ସାଂସଦ ପତ୍ନୀଙ୍କ ଭ୍ୟାନିଟ୍ ଚୋରି ପୋଲିସର ନିଦ ହଜାଇ ଦେଇଥିଲା।  ଏହି ଚୋର ଦଳ ଭ୍ୟାନିଟି ବ୍ୟାଗ୍‌ ସହ ସାଂସଦଙ୍କ ପତ୍ନୀଙ୍କ ୩ଲକ୍ଷ ଟଙ୍କା ଚୋରାଇ ନେଇଥିଲେ। ତେବେ ରାଜଧାନୀ ଏକ୍ସପ୍ରେସରେ ସେମାନେ ତୃତୀୟ ଚୋରିକରି ଧରାପଡିଛନ୍ତି। ଗୋଷ୍ଠୀର ଜଣକୁ ପୋଲିସ ଲକ୍ଷ୍ନୌ ବିମାନ ବନ୍ଦରରୁ ଗିରଫ କରିଥିବା ବେଳେ ସୂଚନା ଅନୁସାରେ ସହଯୋଗୀ ମଧ୍ୟ ଧରାପଡିଛି।

ମିଳିଥିବା ସୂଚନା ଅନୁସାରେ ମୁଜଫରପୁର ସାଂସଦ ଅଜୟ ନିଷାଦଙ୍କ ପତ୍ନୀ ରମା ଗତ ଅକ୍ଟୋବର ୨୭ ତାରିଖ ଦିନ ଦିଲ୍ଲୀ ଯିବା ଲାଗି ପାଟନାରୁ ରାଜଧାନୀ ଏକ୍ସପ୍ରେସରେ ଉଠିଥିଲେ। ଆରକ୍ଷଣ ଅନୁସାରେ ସେ ଟ୍ରେନର ଫାଷ୍ଟକ୍ଲାସ୍‌ ଏସି ଏଚ୍‌ ୱାନ୍‌ କୋଚରେ ଯାତ୍ରା କରୁଥିବା ବେଳେ ତାଙ୍କ ଭ୍ୟାନିଟି ବାଗ୍ ଚୋରି ହୋଇଯାଇଥିଲା। ଏହି ବ୍ୟାଗରେ ୩ ଲକ୍ଷ ଟଙ୍କା ଥିଲା। ମାମଲାରେ ସାଂସଦ ଦିଲ୍ଲୀ ଷ୍ଟେସନସ୍ଥିତ ଜିଆରପି ଥାନାରେ ଏତଲା ଦେଇଥିଲେ।

ମାମଲାର ଯାଞ୍ଚ ବେଳେ କାନପୁର ସେଣ୍ଟ୍ରାଲ ପର୍ଯ୍ୟନ୍ତ ବ୍ୟାଗ୍‌ ଠିକଠାକ ଥିଲା। ତେବେ ଟ୍ରେନ୍‌ ଷ୍ଟେସନ ଛାଡିବା ପରେ ରମା ୱାସ୍‌ ରୁମ ଯାଇଥିବା ବେଳେ ଚୋର ତାଙ୍କ ବ୍ୟାଗ୍‌ ଉଠାଇ ନେଇଥିବା ଜଣାପଡିଥିଲା। ପୋଲିସ ଷ୍ଟେସନର ସିସିଟିଭି ଫୁଟେଜ ଯାଞ୍ଚ କରିବା ବେଳେ ରମାଙ୍କ ବଗିକୁ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଉଠିଥିବାର ଜଣାପଡିଥିଲା। ଏଥିରୁ ଟ୍ରେନର ରିଜର୍ଭେସନ ଲିଷ୍ଟ ଯାଞ୍ଚ ବେଳେ ସମ୍ପୃକ୍ତ ବ୍ୟକ୍ତି ଟ୍ରେନରେ ଲଗାତାର ୩ ଦିନ ଯାତ୍ରା କରିଥିବାର ପୋଲିସ ଜାଣିବାକୁ ପାଇଥିଲା। ଏଥିରୁ ରିଜର୍ଭେସନ ତଥ୍ୟରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ମୋବାଇଲ ନମ୍ବର ସଂଗ୍ରହ କରାଯାଇ ସର୍ଭିଲାନ୍ସରେ ରଖା ଯାଇଥିଲା।

ତଦନ୍ତରେ ପୋଲିସ ସମ୍ପୃକ୍ତ ବ୍ୟକ୍ତିର ଫୋନ ନମ୍ବର ସକାଳେ ଦିଲ୍ଲୀରେ ଠାବ କରିଥିବା ବେଳେ ମଧ୍ୟାହ୍ନ ବେଳକୁ ଲକ୍ଷ୍ନୌରେ ଥିବା ଜଣାପଡିଥିଲା। ଏହା ପରେ ଲାଗଲାଗ ୨ ଦିନ ସମ୍ପୃକ୍ତ ବ୍ୟକ୍ତି ସେହିପରି ଦିଲ୍ଲୀ ଓ ଲକ୍ଷ୍ନୌରେ ସମାନ ସମୟରେ ଠାବ ହୋଇଥିବା ବେଳେ ନଭେମ୍ବର ୧ ଓ ୨ ତାରିଖରେ ରାଜଧାନୀ ଏକ୍ସପ୍ରେସରୁ ସମାନ ଧରଣର ଆଉ ୨ଟି ଲୁଟ୍ ହୋଇଥିଲା। ପୋଲିସ ପୁଣି ମୋବାଇଲ ନମ୍ବର ଯାଞ୍ଚ କରିବା ବେଳେ ସକାଳେ ଦିଲ୍ଲୀ ଓ ମଧ୍ୟାହ୍ନରେ ଲକ୍ଷ୍ନୌ ଏୟାରପୋର୍ଟରେ ଥିବା ଜଣାପଡିଥିଲା। ସେହି ଅନୁସାରେ ତାକୁ ବିମାନ ବନ୍ଦରରେ ଜିଆରପି ଓ ଆରପିଏଫ କାବୁ କରିବାରେ ସଫଳ ହୋଇଛନ୍ତି।

ପୋଲିସ ପଚରା ଉଚରାରେ ସମ୍ପୃକ୍ତ ବ୍ୟକ୍ତି  ନିଜକୁ ପୁନିତ କୁମାର ଓ ପିଲଭିତ ଜାହାନାବାଦର ମୁରୈନା ନିବାସୀ ବୋଲି ପରିଚୟ ଦେଇଛି। ତା ସୂଚନା ଅନୁସାରେ ଦେବରିଆ ରାମଘର ମଲଇର ପ୍ରଦୀପ ଯାଦବକୁ ଗିରଫ କରାଯାଇଛି। ପୁନିତ ବିରୋଧରେ ଲକ୍ଷ୍ନୌ ଚାରବାଗ ଷ୍ଟେସନରେ ପୂର୍ବରୁ ମାମଲା ବି ରହିଛି।  ପୁନିତ ଗତ ୧୫ ଦିନରେ ୪ ଥର ରାଜଧାନୀ ଏକ୍ସପ୍ରେସରେ ଚଢିଥିବା ବେଳେ ପ୍ରତିଥର ଚୋରି କରି ସକାଳେ ଦିଲ୍ଲୀ ଷ୍ଟେସନରେ ଓହ୍ଲାଇ ଯାଉଥିବା ଜଣାପଡିଛି। ପରେ ଷ୍ଟେସନରୁ ଅଟୋ ଅଥବା ଟ୍ୟାକ୍ସିରେ ଏୟାରପୋର୍ଟ ପହଞ୍ଚି ସେଠାରୁ ଫ୍ଲାଇଟ୍‌ରେ ଲକ୍ଷ୍ନୌ ଚାଲିଆସୁଥିଲା।

   Related Posts