Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

୫ବର୍ଷ ତଳେ ଭିଜିଲାନ୍ସ ଅଫିସର ଏବେ ନାବାର୍ଡ ଅଧିକାରୀ, ହାଇ ପ୍ରୋଫାଇଲ ଠକ ଥାନାରେ ଅଟକ

8/08/2020 at 5:56 PM

ବାଲିପାଟଣା ୮।୮: ନିଜକୁ ନାବାର୍ଡ଼ ନିର୍ଦ୍ଦେଶକ କହି ଜଣେ ପ୍ରାଣୀଧନ ନୀରିକ୍ଷକଙ୍କ ଘରେ ପହଁଞ୍ଚି ଠକେଇ ଉଦ୍ୟମ କରି ଫାଣ୍ଡିରେ ଅଟକ ରହିଲେ ଜଣେ ବ୍ୟକ୍ତି । ଅଟକ ଥିବା ବ୍ୟକ୍ତି ଜଣଙ୍କ ଭୁବନେଶ୍ଵର ସ୍ମିଥ୍ ସେଠୀ ।

ବାଲିଅନ୍ତା ଥାନା ବାଳକାଟି ଫାଣ୍ଡି ଅଧିନ ଶିଶିଲୋ ଗ୍ରାମର ଡମ୍ବରୁଧର ବିଶ୍ଵାଳଙ୍କ ଘରେ ପହଁଞ୍ଚିଥିଲେ ସ୍ମିଥ୍ । ଏକ ଜାଇଲୋ କାର୍ ରେ ସୁଟ୍ ବୁଟ୍ ହୋଇ ଆସିଥିବା ସ୍ମିଥ୍ ଙ୍କୁ ଯେକେହି ବିଶ୍ଵାସ କରି ନେବେ । ସ୍ମିଥ୍ ଶିଶିଲୋ ଗ୍ରାମରେ ପହଁଞ୍ଚି ନିଜକୁ ନାବାର୍ଡ ନିର୍ଦ୍ଦେଶକ କହି କାଗଜ ପତ୍ର ଯାଞ୍ଚ କରିବାକୁ କହିଥିଲେ ।  ମାତ୍ର ପ୍ରାଣୀଧନ ନୀରିକ୍ଷକ ଡମ୍ବରୁଧର ଗତ ଜୁଲାଇ ୩୧ ତାରିଖରୁ ଅବସର ନେଇଥିଲେ । ଏହାସହ ଏହି ଠକ ଜଣଙ୍କ ୫ ବର୍ଷ ପୂର୍ବେ ନିଜକୁ ଜଣେ ଭିଜିଲାନ୍ସ ଅଫିସର କହି ଦୁଇ ହଜାର ଟଙ୍କା ଡମ୍ବରୁଧରଙ୍କଠାରୁ ଲୁଟି ନେଇଥିଲେ । ଏବେ ପୁଣି ସଟଡାଉନ୍ ରେ ନୂଆ ଷ୍ଟାଇଲରେ ଠକାମୀ ଆରମ୍ଭ କରିଛି ଠକ ସ୍ମିଥ୍ ।

କିନ୍ତୁ ଭୁଲ୍ କଲା ନିଜେ ଭୁଲି ଯାଇଥିଲା ଯେ ସେ ଡମ୍ବରଙ୍କୁ ୫ ବର୍ଷ ତଳେ ଚୂନା ଲଗାଇଥିଲା । କିନ୍ତୁ ଥରେ ଠକିଥିବା ଡମ୍ବରୁଧର ଭୁଲି ନଥିଲେ । ଯାହା ଫଳରେ ସ୍ମିଥ୍ କୁ ସେ ଚିହ୍ନି ପାରିଥିଲେ । ଡମ୍ବରୁ ବିଭିନ୍ନ ଆଳରେ ସ୍ମିଥ୍ କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ବାଳକାଟି ଫାଣ୍ଡି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ମିଥ କୁ ଥାନାକୁ ନେଇ ଅଟକ ରଖି ପଚରାଉଚରା କରୁଛି ।

   Related Posts